ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି ହେବ ସମ୍ବଲପୁର: ଧର୍ମେନ୍ଦ୍ର

 ସମ୍ବଲପୁର  :  ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । କେବଳ ଏତିକି ନୁହେଁ, ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶନିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
 ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡ. ହରିବାବୁ କମ୍ଭମପାଟିଙ୍କ ସହ ଏହି ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏହି ସମାବର୍ତ୍ତନ ଉସôବ ନୂତନ ଯାତ୍ରାର ଅୟମାରମ୍ଭ । ଆଜିର ଦିନରେ ଡିଗ୍ରୀ ଓ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା ।  ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଗଠନ କରିବାରେ ସମ୍ବଲପୁରର ଅତୁଳନୀୟ ଅବଦାନ ରହିଛି । ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଡବଲଇଞ୍ଜିନ ସରକାର ବଦ୍ଧ ପରିକର । ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବାକୁ ହେଲେ ଶିକ୍ଷା ପଦ୍ଧତିକୁ ଆହୁରି ଗୁଣାତ୍ମକ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।  ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ସେ ତାଙ୍କ ଦ୍ୱାରା ଏକ ଶିକ୍ଷା ନୀତି ପ୍ରଚଳନ କରିଥିଲେ । ମାତୃଭାଷାରେ ଶିକ୍ଷାକୁ ପ୍ରୋସôାହନ ଦିଆଗଲେ ହିଁ ‘ବିକଶିତ ସମ୍ବଲପୁର’, ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ପରିକଳ୍ପନା ସାକାର ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,  ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର, ବିଶ୍ୱବିଦ୍ୟାଳୟର କୁଳପତି ବିନ୍ଦୁ ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।