ରଥଯାତ୍ରା ଉପଲକ୍ଷେ ଗୀତଗୋବିନ୍ଦ ଆସର
ଭୁବନେଶ୍ୱର : ମହାପ୍ରଭୁଙ୍କ ଘୋଷଯାତ୍ରାର ସନ୍ଧ୍ୟାର ମହାର୍ଘ୍ୟ ମୁହୂର୍ତ୍ତରେ ଓଡିଶା ସଂକେତ ପରିବାର ପକ୍ଷରୁ ଜୟଦେବ କୃତ ଗୀତଗୋବିନ୍ଦର ସ୍ୱତନ୍ତ୍ର ସଂଗୀତ ଗାୟନ ଉପସ୍ଥାପନା ସଂକେତ ପ୍ରେଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥ ତାଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଶ୍ରବଣ ନକଲେ ଶୟନ ଯାନ୍ତି ନାହିଁ । ତେଣୁ ରଥଯାତ୍ରାର ସନ୍ଧ୍ୟାର ମହାର୍ଘ୍ୟ ମୁହୂର୍ତ୍ତରେ ପ୍ରତିଷ୍ଠିତ ଯୁବ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଜୟଦେବଙ୍କ ଗିତ ଗୋବିନ୍ଦରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ରଥଯାତ୍ରାର ସୂଚକ ଘଣ୍ଟ ଓÿ ମର୍ଦଳ ଧ୍ୱନି ଦ୍ୱାରା ହୋଇଥିଲା । ଆଳାପ ଅନୁଷ୍ଠାନ ଓଡିଶା ସଂକେତ ତରଫରୁ ପ୍ରତି ମାସରେ ବୈଠକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶୀ ସଂଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହା ଥିଲା ନବମ ସଂସ୍କରଣ, ପ୍ରତି ସଂସ୍କରଣରେ ଜଣେ ମହାନ ସଂଗୀତ ସ୍ରଷ୍ଟାଙ୍କ କୁର୍ତ୍ତୀ କୁ ସ୍ୱତନ୍ତ୍ର ଭାବେ ପରିବେଷଣ କରାଯାଉଛି । ଏହି କ୍ରମରେ ଏଥର ଜୟଦେବଙ୍କ ପର୍ଯ୍ୟକ୍ଷୟ ଥିଲା ଏଥିରେ ପ୍ରତିଷ୍ଠିତ ଯୁବ ପ୍ରତିଭା ମାନଙ୍କୁ ଗାୟନ ପାଇଁ ପ୍ରୋସôାହିତ କରାଯାଇ ତାକୁ ଡିଜିଟାଲ ମିଡ଼ିଆ ଦ୍ୱାରା ପ୍ରଚାର ପ୍ରସାର କରି ଓଡିଶୀ ସଂଗୀତକୁ ଯୁବ ପୀଢି ପାଇଁ ଆକର୍ଷିତ କରାଯାଉଛି । ଇନଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସର ବୈଜ୍ଞାନିକ ନମିଶା ଶର୍ମା ଓÿ ସାମାଜିକ କର୍ମୀ ପ୍ରସନ୍ନ ବିଷୋୟୀ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୁରୁ ନିମାକାନ୍ତ ରାଉତରାୟ, ବଦ୍ରି ମହାନ୍ତି ଓÿ ସୌମ୍ୟ ବିଶ୍ୱଜିତଙ୍କ ଦ୍ୱାରା ଏହି ପ୍ରୟାସ ଓଡିଶୀ ସଂଗୀତର ଗ୍ରହଣୀୟତା ବୃଦ୍ଧି ପାଇଁ ବେଶ ସହାୟକ ହେବ । କାର୍ଯ୍ୟକ୍ରମରେ ନିମାକାନ୍ତ ରାଉତରାୟ, ବିଜୟଲକ୍ଷ୍ମୀ ରାଉତରାୟ, ଦୀକ୍ଷା ମହାନ୍ତି, ସୌମ୍ୟରଞ୍ଜନ ଗକ୍ଷହକ୍ଷଣ, ଶୁଚିସ୍ମିତା ନନ୍ଦ, ସୌମ୍ୟ ବିଶ୍ୱଜିତ, ପୁଣ୍ୟବ୍ରତ ରଥ, ପ୍ରୀତିନନ୍ଦକ୍ଷ ପରିଡା ଆଦି ଗୀତଗୋବିନ୍ଦ ଗାୟନ କରିଥିଲେ ।