ଏମ୍‌କେସିଜିରେ ପୁଣି ରାଗିଂ : ଆଣ୍ଟି ରାଗିଂ ସେଲ୍‌ରେ ଛାତ୍ରଙ୍କ ଅଭିଯୋଗ

ଏମ୍‌କେସିଜିରେ ପୁଣି ରାଗିଂ : ଆଣ୍ଟି ରାଗିଂ ସେଲ୍‌ରେ ଛାତ୍ରଙ୍କ ଅଭିଯୋଗ

ବ୍ରହ୍ମପୁର : ପୁଣି ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ । ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ୟୁନିୟନ୍‌ ବୈଠକ ନାଁରେ ଡାକି ସମୟ ନଷ୍ଟ କରିଥିଲେ। ଏହାର ପ୍ରତିବାଦ କରିବାରୁ କିଛି ସିନିୟର୍‌ ଛାତ୍ରମାନେ ଦୁର୍ବ୍ୟବହାର କରିବା ସହ ଆଣ୍ଠେଇବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ରାଗିଂର ଶିକାର ଛାତ୍ର ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଛନ୍ତି । ଆଣ୍ଟି ରାଗିଂ ସେଲ୍‌ରୁ ନିର୍ଦ୍ଦେଶ ଆସିବା ପରେ ଏମ୍‌କେସିଜି କର୍ତ୍ତୃପକ୍ଷ ହଷ୍ଟେଲକୁ ଯାଇ ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି । ଏନେଇ ଆସନ୍ତାକାଲି ଏମ୍‌କେସିଜିର ଆଣ୍ଟି ରାଗିଂ କମିଟି ବୈଠକ ବସିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।