ଆଞ୍ଚଳିକ ସାଧନକେନ୍ଦ୍ରସ୍ତରୀୟ ବୈଠକ

 ବନ୍ତ :  ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ଅଧିନସ୍ଥ ହରିହର ନୋଡାଲ ଉଚ୍ଚ ପ୍ରାଥମିକ ଆଞ୍ଚଳିକ କେନ୍ଦ୍ରସ୍ତରୀୟ ମାସିକ ବୈଠକ ଦୋଳପଦୀ ସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି । ବୈଠକଟି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ରାଜେନ୍ଦ୍ର ପାତ୍ର ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ଡିଆଇଇଟି ଆଗରପଡା ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ରାଉଳ, ପ୍ରଧାନଶିକ୍ଷୟିତ୍ରୀ ନିରୂପମା ଦାସ, ଶିକ୍ଷକ ଓ ଶିକ୍ଷକ ନାରାୟଣ ଚନ୍ଦ୍ର ମିଶ୍ର ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବୈଠକରେ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁ ବାଟିକା ଶିକ୍ଷକ ସହାୟକ ପୁସ୍ତିକା, କାର୍ଯ୍ୟପୁସ୍ତିକା, ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ବିକାଶ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ ଅଧିନସ୍ଥ ୮ଟି ଏଫ୍ଏଲ୍ଏନ୍ ଓ ଶିଶୁ ବାଟିକା ସ୍କୁଲର ୮ଜଣ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ୮ଜଣ ଶିଶୁବାଟିକା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷକ ନରେନ୍ଦ୍ର କୁମାର ବାରିକ, ବଟକୃଷ୍ଣ ସେଠୀ, ସୁଶାନ୍ତ ଜେନା, ମୁରଲୀଧର ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତେ ପୁନଃ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆଞ୍ଚଳିକ ସାଧନକେନ୍ଦ୍ର ରାଜେନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ନିରୁପମା ଦାସ, ଶିକ୍ଷକ ବିଶ୍ୱରଞ୍ଜନ ଦାସ, ମଧୁସୂଦନ ରାଉତ, ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ  ।