୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା କ୍ରିକେଟ୍ ଟିମ୍କୁ ଭେଟିଲେ ମୋଦି

 ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଲମ୍ବୋରେ ୧୯୯୬ ୱାର୍ଲ୍ଡକପ୍ ଜିତିଥିବା ଶ୍ରୀଲଙ୍କା କ୍ରିକେଟ୍ ଟିମ୍କୁ ଭେଟିଛନ୍ତି । ସେ ସନଥ ଜୟସୂର୍ଯ୍ୟା, ଅରବିନ୍ଦ ଡି ସିଲଭା, ଚାମିଣ୍ଡା ଭାସ, ଅଟାପଟ୍ଟୁଙ୍କ ସମେତ ଅନ୍ୟ କ୍ରିକେଟରଙ୍କ ସହିତ କଥାବର୍ତ୍ତା ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ଏହି ସାକ୍ଷାତ ଆଲୋଚନାକୁ ନେଇ ସୋସିଆଲ ମିଡିଆ "ଏକ୍ସ'ରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ୧୯୯୬ କ୍ରିକେଟ ବିଶ୍ୱକପ ଜିତିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍କୁ ଭେଟି ଖୁସି ହେଲି ବୋଲି ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏହା ସେହି ଟିମ୍ ଯିଏ କେବଳ ୱାର୍ଲ୍ଡକପ ଟ୍ରଫି ଜିତିନି ବିଶ୍ୱବ୍ୟାପୀ କୋଟିକୋଟି କ୍ରିଡାପ୍ରେମୀଙ୍କ କଳ୍ପନାକୁ ଜୀବନ୍ତ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ପୂର୍ବତନ କ୍ରିକେଟର ସନଥ ଜୟସୂର୍ଯ୍ୟା, ରମେଶ କାଲୁଭିଥାରାନା ଓ ଅରବିନ୍ଦ ଡି ସିଲଭା ପ୍ରତିକ୍ରିୟା ଦେଇଛନ୍ତି । ଜୟସୂର୍ଯ୍ୟା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଏକ ଅନନ୍ୟ ଅନୁଭବ ଥିଲା ।  ଅରବିନ୍ଦ ଡି ସିଲଭା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱ ସମ୍ମାନ କରୁଛି । ରମେଶ କାଲୁଭିଥାରାନା କହିଛନ୍ତି ଯେବେଠୁ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ସରକାର ସମ୍ଭାଳିଲେଣି ସେବେଠୁ ଦେଶର ଅନେକ ପରିବର୍ତ୍ତନ ହେଲାଣି ।