ଆତଙ୍କବାଦ, ବ୍ୟବସାୟ ଏକାଠି ଚାଲିବନି
ନୂଆଦିଲ୍ଲୀ: ବିଶ୍ୱ ଆଗରେ ପାକିସ୍ତାର ମୁଖା ଖୋଲିବା ପାଇଁ ବିଦେଶ ଗସ୍ତରେ ଅଛନ୍ତି ଭାରତର ସର୍ବଦଳୀୟ ଟିମ୍ । ୭ ଜଣ ବରିଷ୍ଠ ସାଂସଦଙ୍କ ନେତୃତ୍ୱରେ ୭ଟି ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ରକୁ ଯାଇ ପାକିସ୍ତନର ମୁଖା ଖୋଲୁଛନ୍ତି । ଏହି କ୍ରମରେ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଏକ ଟିମ୍ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି । ଏହି ଟିମ୍ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି । ଗସ୍ତର ପଞ୍ଚମ ଦିନରେ ସିଓଲ ଠାରେ ଭାରତୀୟ ଦୂତାବାସରେ ଥିଙ୍କ-ଟ୍ୟାଙ୍କସ୍, ଶିଳ୍ପ ଗୋଷ୍ଠୀ, ଶିକ୍ଷାବିତ୍, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ରାଜନୈତିକ ବିଶ୍ଳେଷକମାନଙ୍କ ସହ ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ପାକିସ୍ତାନ ଆତଙ୍କୀ ମୁଖାର ପର୍ଦ୍ଦାଫାସ କରିଥିଲେ ଅପରାଜିତା । ସେ କହିଥିଲେ ୨୨ ଏପ୍ରିଲରେ ପହଲଗାମରେ ଯାହା ଘଟିଥିଲା ତାହା କେବଳ ଆଘାତ ଦେଇନାହିଁ । ବରଂ ତାହା ଅତ୍ୟନ୍ତ କ୍ରୋଧିତ କରିଛି । ଦକ୍ଷିଣ କୋରିଆ ଦେଶକୁ ଗସ୍ତ କରିବାର କାରଣ ଏହି ଦେଶ ଭାରତ ସହ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ଛାଡିନାହିଁ ସେ ପର୍ଯ୍ୟନ୍ତ ବ୍ୟବସାୟ ଏବଂ ସମ୍ବାଦ ସ୍ଥାପନ ହୋଇପାରିବ ନାହିଁ । ରକ୍ତ ଓ ପାଣି ଏକାସାଥିରେ ବହିପାରିବ ନାହିଁ ବୋଲି ଅପରାଜିତା କହିଥିଲେ ।