କର୍ମକ୍ଷେତ୍ରରେ ଅସନ୍ତୋଷ
ମଣିଷ କୌଣସି ଏକ ମେସିନ୍ ନୁହେଁ । କର୍ମକ୍ଷେତ୍ରରେ ବ୍ୟକ୍ତିର ମାନସିକ ସ୍ଥିରତା ନ ରହିଲେ ବିଭିନ୍ନ ପ୍ରକାରର ଅଘଟଣ ତଥା ଦୁର୍ଘଟଣା ଘଟିପାରେ । ଏ ଦୃଷ୍ଟିରୁ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ଜରୁରୀ । କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟି ଦେଇ ଏହାକୁ ଏକ ଆମୋଦଦାୟକ ସ୍ଥାନରେ ପରିଣତ କରାନଗଲେ କର୍ମଚାରୀମାନଙ୍କର କାର୍ଯ୍ୟ ଦକ୍ଷତା, ଉତ୍ପାଦକତା ଆଦି କୁପ୍ରଭାବିତ ହେବା ନିଶ୍ଚିତ । କର୍ମଜୀବୀମାନଙ୍କର ଏ ପ୍ରକାରର ମାନସିକ ସ୍ଥିତିକୁ ନେଇ "ହାପିନେସ୍ ପ୍ଲେସେସ୍ ଟୁ ୱାର୍କ୍' ନାମକ ଏକ ରିପୋର୍ଟ୍ରେ ଏକ ଚାଞ୍ଚଲ୍ୟକର ନକରାତ୍ମକ ଚିତ୍ର ଦେଖିବାକୁ ମିଳିଛି । ଦେଶରେ ଶତକଡ଼ା ୭୦ ଭାଗ ଲୋକ କର୍ମସ୍ଥାନରେ ଏକ ସନ୍ତୋଷ ମନୋଭାବ ନେଇ କାର୍ଯ୍ୟ କରୁନାହାନ୍ତି । ସେମାନେ ନିଜର ଚାକିରିରେ ଅସନ୍ତୁଷ୍ଟ । ଶତକଡ଼ା ୭୦ ଭାଗ ଲୋକ ଯଦି ଏ ପ୍ରକାରର ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି, ତାହା ହେଲେ ଦେଶର ଉତ୍ପାଦିକତା ଏବଂ ଅଭିବୃଦ୍ଧି କିଭଳି ଘଟିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦେଶର ବିଭିନ୍ନ କ୍ଷେତ୍ରରେ ପୁରୁଷ ଏବଂ ମହିଳା କର୍ମଚାରୀମାନଙ୍କ ଚାକିରି ସମ୍ପର୍କିତ ମନୋଭାବକୁ ନେଇ ଏହି ସର୍ଭେରୁ ଜଣାପଡ଼ିଛି ଯେ ସେମାନେ କେବଳ ଏକ ବାଧ୍ୟବାଧକତାର ବଶବର୍ତ୍ତୀ ହୋଇ କର୍ମକ୍ଷେତ୍ରକୁ ଆସଛନ୍ତି । ରୋଜଗାରର ଅନ୍ୟ କୌଣସି ଉପାୟ ନଥିବାରୁ ଇଚ୍ଛା ନଥିଲେ ମଧ୍ୟ କିଛି କାମ କରିବା ପାଇଁ ସେମାନେ ବାଧ୍ୟ ହୋଇ ପରିବାର ଚଳାଉଛନ୍ତି । ଦେଶର ୫୪ ପ୍ରତିଶତ ଲୋଗ ନିଜେ କାର୍ଯ୍ୟ କରୁଥିବା ଚାକିରି କ୍ଷେତ୍ର ଛାଡ଼ି ଦେବାକୁ ଚାହୁଁଛନ୍ତି । କର୍ମକ୍ଷେତ୍ରରେ ବିବାଦ, ସହକର୍ମୀଙ୍କ ସହ ମନାନ୍ତର, ଉପରିସ୍ଥ କର୍ମଚାରୀମାନଙ୍କର ଅଧସ୍ତନ କର୍ମଚାରୀଙ୍କ ପ୍ରତି ନୁ୍ୟନ ମନୋଭାବ ଆଦି ମୁଖ୍ୟ କାରଣ ଭାବରେ ଜଣାପଡ଼ିଛି । ଆଉ କେତେକ କ୍ଷେତ୍ରରେ ସହକର୍ମୀମାନେ ପରସ୍ପରକୁ ସହଯୋଗ କରୁନାହିଁନ୍ତି ବରଂ ସୁଯୋଗ ପାଇଲେ ପରସ୍ପରକୁ ବଦନାମ୍ କରୁଛନ୍ତି । ଏହା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଏକ ନକରାତ୍ମାକ ଭାବ ସୃଷ୍ଟି ହେଉଛି । ଆଉ କେତେକ ସ୍ଥାନରେ କର୍ମଚାରୀମାନେ ନିଜର ବାକ୍ ସ୍ୱାଧୀନତା ହରାଇଛନ୍ତି । ଉପରିସ୍ଥ କର୍ମକର୍ତ୍ତାଙ୍କୁ କୌଣସି ପ୍ରକାରରେ ପ୍ରଶ୍ନ ପଚାରିବା ମନା କରି ଦିଆଯାଇଛି । କେବଳ ଆଉ କେବଳ ଯନ୍ତ୍ରବତ୍ କାର୍ଯ୍ୟ କରିବା ପାଇଁ ନିଦେ୍ର୍ଦଶ ଆସୁଛି । ଏଭଳି ପରିସ୍ଥିତି ବିଭିନ୍ନ ବର୍ଗର କର୍ମଚାରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟିର କାରଣ ହେଉଛି । ଆଉ କିଛି ଲୋକ ଚାକିରିକୁ ନେଇ ନିଜର ବ୍ୟକ୍ତିଗତ କାର୍ଯ୍ୟ କରିବା ପାଇଁ ସମୟ ପାଉନାହାଁନ୍ତି । ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ଏବଂ ପାରିବାରିକ ସମସ୍ୟା ବର୍ଷ ବର୍ଷ ଗଡୁଛି । କାର୍ଯ୍ୟକ୍ଷେତ୍ରରୁ ଛୁଟି ମିଳୁନାହିଁ । ଦିଆଯାଉଥିବା ଛୁଟି ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ନିମିତ୍ତ ଯଥେଷ୍ଟ ନୁହେଁ । ତେଣୁ ଅନେକ ଲୋକ ନିଜ ଚାକିରି ବା କର୍ମକ୍ଷେତ୍ରକୁ ଛାଡ଼ି ଦେବାକୁ ଚାହୁଁଛନ୍ତି ।
ବାୟୋଟେକ୍ନୋଲଜି କ୍ଷେତ୍ରରେ ମାତ୍ର ୩୯ ପ୍ରତିଶତ କର୍ମଚାରୀ ସେମାନଙ୍କ ଚାକିରିରେ ସନ୍ତୁଷ୍ଟ । ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୩୮ ପ୍ରତିଶତ ଲୋକ ସେମାନଙ୍କ ଚାକିରିରେ ଖୁସି ଅଛନ୍ତି । ରିଅଲ୍ ଇଷ୍ଟେଟ୍ ଏବଂ ନିର୍ମାଣ କ୍ଷେତ୍ରରେ ଶତକଡ଼ା ୮୦ ଭାଗ କର୍ମଚାରୀ ସେମାନେ କରୁଥିବା କାର୍ଯ୍ୟରେ ଖୁସି ନାହା"ି । ମାତ୍ର ୨୦ ପ୍ରତିଶତ ଲୋକ ଖୁସି ଅଛନ୍ତି । ୨୮ରୁ ୪୪ ବର୍ଷ ବୟସର ବର୍ଗରେ ଆସୁଥିବା କର୍ମଚାରୀମାନେ ସର୍ବାଧିକ ସଂଖ୍ୟାରେ ଚାକିରି ଛାଡୁଛ"ି । ଏ ପ୍ରକାରର ଏକ ରିପୋର୍ଟ୍ "ହାପିନେସ୍ ପ୍ଲେସେସ୍ ଟୁ ୱାର୍କ୍' ରିପୋର୍ଟ୍ରେ ଦର୍ଶାଯାଇଛି । ଏଭଳି ଏକ ସୂଚନା ଦେଶର କର୍ମଚାରୀମାନଙ୍କ ପାଇଁ ଅତ୍ୟ" ପ୍ରତିକୂଳ ତଥା କାର୍ଯ୍ୟକ୍ଷେତ୍ରରେ ଲକ୍ଷ୍ୟ ହାସଲ ଦିଗରେ ଏହା ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରୁଛି । ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କର ମାନସିକ ସ୍ଥିତିକୁ ନେଇ ବିଶ୍ଳେଷଣ କରାଯିବା ସହିତ ପ୍ରଫୁଲ୍ଲ ମନରେ ଏକ କାର୍ଯ୍ୟ କରିବାର ପରିବେଶ ସୃଷ୍ଟି କରାନଗଲେ ମଣିଷ ଯନ୍ତ୍ରରେ ପରିଣତ ହୋଇଯିବ ଏବଂ କାର୍ଯ୍ୟ କରୁଥିବା ସଂସ୍ଥାର ସ୍ୱାର୍ଥ ପରିବର୍ତ୍ତେ ନିଜ ମାନସିକ ଚାପକୁ ଅଗ୍ରାଧିକାର ଦେଇ ବିଭିନ୍ନ ପ୍ରକାରର ତ୍ରୁଟି କରି ବସିବେ । ଏହା ଫଳରେ ନିଯୁକ୍ତିଦାତା ସଂସ୍ଥାମାନେ ସର୍ବୋତ ଭାବରେ କ୍ଷତିଗ୍ରସ୍ତ ହେବେ ।