ସୁଫିବାଦ ଓ ୱାକଫ


ନସିରୁଦ୍ଦିନ ଚିସ୍ତୀ : ସୁଫିବାଦ ହେଉଛି ଇସଲାମର ଆଧ୍ୟାତ୍ମିକ ଦିଗ ଏବଂ ଏହା ଏପରି ଏକ ପଥ ଯାହା ପ୍ରେମ, କରୁଣା, ମାନବ ସମାଜର ସେବା ଏବଂ ନିଜ ମନର ସ୍ୱଚ୍ଛତା ଉପରେ ହିଁ ଗୁରୁତ୍ୱ ଆରୋପ କରିଥାଏ  । ଭାରତର ମହାନ୍ ସୁଫି ସନ୍ଥଗଣ, ଯଥା- ହଜରତ ଖ୍ୱାଜା ମୋଇନୁଦ୍ଦିନ୍ ଚିସ୍ତୀ (ଆର୍.ଜେଡ୍), ହଜରତ ନିଜାମୁଦ୍ଦିନ୍ ଅଉଲିଆ (ଆର୍.ଏ) ଏବଂ ଆହୁରି ଅନେକ ସେମାନଙ୍କର ଜୀବନକୁ ମାନବ ସମାଜରେ ପ୍ରେମ (ଅମନ୍)ର ଭାବନା ବାଣ୍ଟିବା ସକାଶେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଥିଲେ  । ସେମାନଙ୍କର ପରାମର୍ଶ ଓ ଶିକ୍ଷା, ଜାତି, ବର୍ଣ୍ଣ ଏବଂ ଧର୍ମର ସମସ୍ତ ରେଖା ଅତିକ୍ରମ କରି ମାନବୀୟ ଭାବନା (ଇନସାନିୟତ୍) ଏବଂ ଆଧ୍ୟାତ୍ମିକ ଦିବ୍ୟଜ୍ଞାନ ପ୍ରାପ୍ତିର ସଂସ୍କୃତି ପ୍ରସାରିତ କରିଆସିଛି  ।
ସୁଫିବାଦ ହେଉଛି ଇସଲାମ ଧର୍ମର ଶୂନ୍ୟବାଦୀ ଶାଖା ଯାହାକି ଭାରତର ଧର୍ମୀୟ, ସାମାଜିକ ଏବଂ ସାଂସ୍କୃତିକ ପୃଷ୍ଠଭୂମି ଗଠନ ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି  । ଶହ ଶହ ବର୍ଷ ଧରି ସୁଫି ସନ୍ଥମାନେ ଏବଂ ସେମାନଙ୍କର ଆଧ୍ୟାତ୍ମିକ ଚେତନା ଓ ଶିକ୍ଷା ଅସଂଖ୍ୟ ଲୋକଙ୍କୁ ଏହି ପଥର ଅନୁଗାମୀ ହେବାକୁ ଆକର୍ଷିତ କରିଛି ଯାହାକି ଧର୍ମ ଏବଂ ଜାତିର ସୀମାରେଖା ଡେଇଁ ଘଟିଥିବାର ଉଦାହରଣମାନ ରହିଛି  । ଏହିସବୁ ସନ୍ଥମାନଙ୍କର ଆଧ୍ୟାତ୍ମିକ ପ୍ରଭାବ ସହିତ ସୁଫିବାଦୀମାନେ ୱାକଫ ଭଳି ଅନୁଷ୍ଠାନର ବିକାଶ ଘଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ  । ୱାକଫ ହେଉଛି ଇସଲାମିକ୍ ନିୟମ ଅଧୀନରେ ଏକ ଦାତବ୍ୟ ଅନୁଷ୍ଠାନର ଉଦାହରଣ  । ୱାକଫ ଅନୁଷ୍ଠାନ ସୁଫି ଦରଘା ଓ ଉପାସନା ପୀଠଗୁଡ଼ିକର ରକ୍ଷଣାବେକ୍ଷଣ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି  । ସେହିସବୁ ପୀଠଗୁଡ଼ିକ ଦରଘା ନାମରେ ପରିଚିତ ଏବଂ ସେସବୁ ଆଧ୍ୟାତ୍ମିକତା, ସାମାଜିକ କଲ୍ୟାଣ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରମୁଖ କେନ୍ଦ୍ର ଭାବରେ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇଆସିଛି  ।
ସୁଫିବାଦ ଏବଂ ୱାକଫକୁ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ର ବୋଲି ବିବେଚନା କରାଯାଇପାରେ  । ଗୋଟିଏ ପଟେ ସୁଫିପନ୍ଥୀମାନେ ଆଲ୍ଲାଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରିଦେଇଥାଆନ୍ତି ଏବଂ ଅନ୍ୟ ପକ୍ଷରେ ସେମାନେ ଧର୍ମ, ଜାତି ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସେମାନେ ନିଜର ସମସ୍ତ ସମ୍ପଦ ଏପରିକି ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ମାନବ ସମାଜର ହିତସାଧନ ଏବଂ ସମାଜ କଲ୍ୟାଣ ନିମନ୍ତେ ସମର୍ପିତ କରିଥାଆନ୍ତି  । 
ଏଠାରେ ୱାକଫର ମହାନ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ସମ୍ପର୍କରେ ମୁଁ ସଂକ୍ଷେପରେ କେତେଗୋଟି ଉଦାହରଣର ଉପସ୍ଥାପନ କରବାକୁ ଚାହିଁବି ଯାହାକି ପୟଗମ୍ବର ହଜରତ ମହମ୍ମଦ ମୁସ୍ତାଫା (ସଲ୍ଲାଲ୍ଲାହୁ ଅଲୈହୀ ୱାସଲ୍ଲମ୍)ଙ୍କ ସମୟରୁ ସମାଜର ଉତ୍ଥାନ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା  । ଏହା ଏଭଳି ଏକ ଅନୁଷ୍ଠାନ ଯାହାର ମୂଳ ଇସଲାମିକ୍ ଇତିହାସ ଗଭୀରତା ଓ ଆଧ୍ୟାତ୍ମିକତା ସହିତ ଜଡ଼ିତ  । ୱାକଫ ସ୍ଥାପନର ସର୍ବ ପ୍ରାଚୀନ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉଦାହରଣ ହେଉଛି ହଜରତ ଉସମାନ ଏ ଘନୀ (ରାଜି ଆଲ୍ଲାହୁ ତା’ଆଲା ଅନହୁ)ଙ୍କ ଦ୍ୱାରା ମଦିନା ମୁନାୱାରାଠାରେ ଏହାର ସ୍ଥାପନ  । ସେତେବେଳେ ପାନୀୟ ଜଳର ଘୋର ସଂକଟ ପରିସ୍ଥିତି ଉତ୍ପନ୍ନ ହୋଇଥିଲା ଏବଂ ସେ ବୀର-ଏ-ରୁମା କୂପକୁ କ୍ରୟ କରିଥିଲେ ଏବଂ ଏହାକୁ ୱାକଫକୁ ପ୍ରଦାନ କରିଥିଲେ, ଯାହାଫଳରେ ମଦିନାର ଜନସାଧାରଣଙ୍କୁ ମାଗଣାରେ ଜଳ ଉପଲବ୍ଧ ହୋଇପାରିଥିଲା  । ତାଙ୍କର ଏଭଳି ନିଃସ୍ୱାର୍ଥପର ଜନସେବା କାର୍ଯ୍ୟ ଇସଲାମକୁ ୱାକଫର ପ୍ରଥମ ପ୍ରମୁଖ ଅବଦାନ ବୋଲି କୁହାଯାଇପାରେ  ।
ଭାରତର ସୁଫି ସନ୍ଥଗଣ ସେମାନଙ୍କର ବିପୁଳ ଭୂସମ୍ପତ୍ତି ଏବଂ ଅନ୍ୟାନ୍ୟ ସମ୍ପଦ ୱାକଫକୁ ଦାନ କରିଛନ୍ତି ଯାହାକି ମାନବ ସମାଜର ସେବା ତଥା ସମାଜର ଉତ୍ଥାନ ନିମନ୍ତେ ଉଦ୍ଦିଷ୍ଟ  । ଏହିସବୁ ୱାକଫ ଧର୍ମସ୍ୱ ଖାନକା ଏବଂ ଦରଘା ସ୍ଥାପନ ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଯେଉଁଠାରୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ସହିତ ଆଥିଥେୟତା ପ୍ରଦାନ, ଲଙ୍ଗର (ଗୋଷ୍ଠୀ ରୋଷଘର) କାର୍ଯ୍ୟ ସମ୍ପାଦନ କରାଯାଇ ଗରିବ ଲୋକମାନଙ୍କୁ ଖାଦ୍ୟ ବିତରଣ କରାଯାଇ ଆସୁଛି  । ଏଥିରେ ଧର୍ମ କିମ୍ବା କୌଣସି ଜାତିଗତ ପୃଷ୍ଠଭୂମି ପ୍ରତି ଦୃଷ୍ଟି ଦିଆଯାଇ ନଥାଏ  । ୱାକଫ ପକ୍ଷରୁ ଶିକ୍ଷାନୁଷ୍ଠାନମାନ ସ୍ଥାପନ କରାଯାଇ ମାଗଣାରେ ଅବହେଳିତ ଓ ଗରିବ ପିଲାମାନଙ୍କୁ ଶିକ୍ଷାଦାନ କରାଯାଇଥାଏ  । ସେହିଭଳି ଡାକ୍ତରଖାନା ଏବଂ ଦାତବ୍ୟ ଚିକିତ୍ସା ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇ ଦୁସ୍ଥ, ଅସୁସ୍ଥ ଏବଂ ଗରିବ ଲୋକମାନଙ୍କୁ ସେବା ଯୋଗାଇ ଦିଆଯାଇଥାଏ  । ଅନ୍ୟ ପକ୍ଷରେ ଅନାଥ ଶିଶୁ, ବିଧବା ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ବୃତ୍ତି ପ୍ରଦାନର ମଧ୍ୟ ପ୍ରାବଧାନ ରହିଛି  । ଏହିସବୁ ଉପକ୍ରମ ସୁଫିବାଦର ମୌଳିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ ଯାହା ସେବା, କରୁଣା, ଅନୁକମ୍ପା ଓ ଉଦାରତା ଉପରେ ଆଧାରିତ  । ଏହାବ୍ୟତୀତ ଏହା ଭାରତୀୟ ଇତିହାସ ସାରା ଏକ ପାରସ୍ପରିକ ସଦ୍ଭାବନାଯୁକ୍ତ ଏବଂ ସମାବେଶୀ ସମାଜ ଗଠନ ନିମନ୍ତେ ପ୍ରୟାସ କରିଆସିଛି  ।
କ୍ଷୋଭର ବିଷୟ ଯେ ବର୍ତ୍ତମାନ ସମୟରେ ଭାରତରେ ଥିବା ଅନେକ ୱାକଫ ସମ୍ପତ୍ତି ମନସା-ଏ-ୱାକିଫ (ଦାତାଙ୍କ ମୂଳ ଉଦେ୍ଦଶ୍ୟ) ଅନୁସାରେ ଉପଯୋଗ କରାଯାଉନାହିଁ  । ବ୍ୟାପକ କୁପରିଚାଳନା, ଦୁର୍ନୀତି ଏବଂ ଉତ୍ତର ଦାୟିତ୍ୱ ଅଭାବରୁ ଅନେକ ରାଜ୍ୟ ୱାକଫ ବୋର୍ଡ଼ରେ ଉପେକ୍ଷା, ଅପବ୍ୟବହାର ଏବଂ ୱାକଫ ବୋର୍ଡ଼ ଏବଂ ଅନୁଷ୍ଠାନରେ ସମ୍ପତ୍ତିକୁ ବେଆଇନ ଭାବରେ ଅଧିକାର କରିବା ଭଳି ଘଟଣା ଘଟୁଛି  । ଏହାଫଳରେ ଅସଂଖ୍ୟ ଲୋକଙ୍କୁ ୱାକଫ ସମ୍ପତ୍ତିରୁ ଯେଉଁସବୁ ସେବା ଓ ସହାୟତା ପ୍ରାପ୍ତ ହେବା କଥା, ସେଥିରୁ ସେମାନଙ୍କୁ ବଞ୍ଚôତ ହେବାକୁ ପଡ଼ୁଛି  ।
ସେମାନଙ୍କର ଏଭଳି ବିପୁଳ ଅବଦାନ ସତ୍ତ୍ୱେ ୱାକଫ ସମ୍ପତ୍ତି ଏବଂ ଦରଘାମାନେ ଆଧୁନିକ ଭାରତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି  । ଅନେକ ୱାକଫ ଭୂସମ୍ପତ୍ତି ବେଆଇନ ଭାବରେ ଅଧିକୃତ ହୋଇ ରହିଛି ଅଥବା ୱାକଫ ବୋର୍ଡ଼ର କୁପରିଚାଳନା ଏବଂ ଦୁର୍ନୀତି ଯୋଗୁ ନାନାଦି ଜଟିଳ ସଂକଟ ଦେଇ ଗତିକରୁଛି  । ଏଭଳି ମଧ୍ୟ ଅଭିଯୋଗ ହୁଏ ଯେ ୱାକଫ ପ୍ରଶାସନର ନାନାଦି ଜଟିଳ ସଂକଟ ଦେଇ ଗତିକରୁଛି  । ଏଭଳି ମଧ୍ୟ ଅଭିଯୋଗ ହୁଏ ଯେ ୱାକଫ ପ୍ରଶାସନର ଆର୍ଥିକ କୁପରିଚାଳନା କାରଣରୁ ପର୍ଯ୍ୟାପ୍ତ ରାଜସ୍ୱହାନି ଘଟୁଛି  । ଅନେକ  ଲୋକ ୱାକଫର ଗୁରୁତ୍ୱ ଏବଂ ଏହାର ଗୋଷ୍ଠୀ କଲ୍ୟାଣ ପ୍ରତି ଥିବା ସମ୍ଭାବ୍ୟ ଭୂମିକା ସମ୍ପର୍କର ସୁଦ୍ଧା ଅବଗତ ନୁହନ୍ତି ଯାହାଫଳରେ ୱାକଫ ସମ୍ପଦର ସୁବିନିଯୋଗ ହୋଇପାରୁନାହିଁ  । ଅନେକ ୱାକଫ ବୋର୍ଡ଼ର ସମ୍ପତ୍ତି ମାଲିକାନା ପ୍ରସଙ୍ଗକୁ ନେଇ ଏବେ ଆଇନଗତ ବିବାଦ ଘେରରେ ରହିଆସିଛି ଯାହା ଫଳରେ ଜନସାଧାରଣଙ୍କ ଉପକାର ନିମନ୍ତେ ଏହାର ସକି୍ରୟ ଉପଯୋଗରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି  ।
ୱାକଫ ଅନୁଷ୍ଠାନକୁ ସୁଦୃଢ଼ କରିବା ଏବଂ ଏହାର ଗୋଷ୍ଠୀ କଲ୍ୟାଣ ଭୂମିକାକୁ ସମ୍ପ୍ରସାରିତ କରିବା ନିମନ୍ତେ କେତେଗୁଡ଼ିଏ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ବିଚାର କରାଯାଇପାରେ  । ୱାକଫ ସମ୍ପତ୍ତିର ଡିଜିଟାଲ ରେକର୍ଡ଼ ପ୍ରସ୍ତୁତ କରିବା ଏହାକୁ ପ୍ରବର୍ତ୍ତିତ କରିବା ଫଳରେ ଏହାର ଅନଧିକାର ମାଲିକାନାକୁ ପ୍ରତିରୋଧ କରାଯାଇ ପାରିବ ଏବଂ ସ୍ୱଚ୍ଛତା ଅବଲମ୍ବନ କରିହେବ  । ଏଥିନିମନ୍ତେ ଏକ ସ୍ୱାଧୀନ ନିୟନ୍ତ୍ରକ ସଂସ୍ଥା ଗଠନ କରାଗଲେ ୱାକଫ ପ୍ରଶାସନର କାର୍ଯ୍ୟ ଉପରେ ଉପଯୁକ୍ତ ନଜର ରଖାଯାଇପାରିବ ତଥା ଆର୍ଥିକ କୁପରିଚାଳନାକୁ ରୋକାଯାଇ ପାରିବ  । ଏହାବ୍ୟତୀତ ୱାକଫ ଅନୁଷ୍ଠାନ ଏବଂ ଘରୋଇ ସଂସ୍ଥା ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ମିଳିଲେ ଏହା ଶୈକ୍ଷିକ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସୁପରିଚାଳନା ପ୍ରଦାନ କରିବାକୁ ସକ୍ଷମ ହେବ  । ୱାକଫ ବୋର୍ଡ଼ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ ହୋଇପାରିବ ଏବଂ ବୋର୍ଡ଼ ଆଇନଗତ ଗୋଷ୍ଠୀଙ୍କୁ ସାମିଲ କରି ନିଷ୍ପତ୍ତି ଗ୍ରହଣ ପ୍ରକି୍ରୟାରେ ଅଧିକ ସକି୍ରୟ ଓ ସକ୍ଷମ ହୋଇପାରିବେ  । ଏହା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକି୍ରୟାକୁ ମଧ୍ୟ ତ୍ୱରାନ୍ୱିତ କରିବ ଏବଂ ୱାକଫ ସମ୍ପର୍କିତ ବିବାଦମାନଙ୍କୁ ସକି୍ରୟତାର ସହିତ ସମାଧାନ କରିବା ଏବଂ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସକ୍ଷମ ହୋଇପାରିବ  ।
ୱାକଫର ମହାନ୍ ପରମ୍ପରା ଏବଂ ସୁଫିବାଦର ଶିକ୍ଷାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ହେଉଛି ଆମର ସାମୂହିକ ଦାୟିତ୍ୱ ଯାହାଫଳରେ ଏହି ପବିତ୍ର ଆସ୍ଥା ସମାଜର ଉପକାର ନିମନ୍ତେ ଜାରି ରହିପାରିବ ଏବଂ ଏହା ମାନବସମାଜରେ ଶାନ୍ତି, ପ୍ରେମ ଓ ସେବା ପ୍ରଦାନର ପରମ୍ପରାକୁ ମଧ୍ୟ ଜାରି ରଖିପାରିବ  ।
ଲେଖକ : ସୟିଦ ନସିରୁଦ୍ଦିନ୍ ଚିସ୍ତୀ