ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ

 ପୁରୀ: ସୁରଜ ମଲ୍ଲ ଶାହା ମହାବିଦ୍ୟାଳୟରେ ୧୦ ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ୧୬ ତାରିଖ ଦିନ ଉଦ୍ୟାପିତ ହୋଇଛି । ଗତ ୬ ତାରିଖରୁ ଅନୁଷ୍ଠିତ ହୋଇଥିବା ଶିବିରରେ ୧୫୦ରୁ ଊଦ୍ଧ୍ୱର୍ +୨ ପ୍ରଥମ ବର୍ଷୀୟ ଛାତ୍ରୀ ଭାଗ ନେଇଥିଲେ । ପ୍ରଫେସର ରୁକ୍ମିଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ହର୍ଷିତା ପ୍ରଧାନ ପ୍ରଶିକ୍ଷକ ଥିଲେ । ଉଦ୍ୟାପନ ସମାରୋହରେ ପ୍ରାଧ୍ୟାପିକା ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁଜାତା ବେହେରା, ମିନାକ୍ଷୀ ମିଶ୍ର, ଆଧ୍ୟାପିକା ନଳିନୀକାନ୍ତ ପଟ୍ଟନାୟକ, ଗ୍ରନ୍ଥାଗାରିକ ଗୀତାରାଣୀ ମହାପାତ୍ର, ଖେଳ ପ୍ରଶିକ୍ଷକ ହରିହର କର ପ୍ରମୁଖ ଯୋଗଦାନ କରିଥିଲେ ।