ପୋଷାକ ବିତରଣ ଉତ୍ସବ

 ବରୀ: ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତର ମହମ୍ମଦଜମାପୁର ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍କୁଲ ପରିଚାଳନା କମିଟିର ସଭାପତି ସ୍ମୃତିରଞ୍ଜନ ଓଝାଙ୍କ ସଭାପତିତ୍ୱରେ ଅତିଥିଭାବେ ସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶତ୍ରୁଘନ ଜେନା,  ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପାତ୍ର, ହାଇସ୍କୁଲ କମିଟି ସଭାପତି ଧରଣୀ ଧର ଧଳ, ସିଆରସିସି ବୀର କିଶୋର ଦାସ ଉଭୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ୱାର୍ଡ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ପୋଷାକ ବିତରଣ ଉତ୍ସବରେ ସାମିଲ ହୋଇଥିଲେ । ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୨ ହଳ ପୋଷାକ ବଣ୍ଟନ କରିଥିଲେ ।