ଅଜଣା ଗାଡି ଧକ୍କାରେ ୧ ମୃତ
ବାରଙ୍ଗ: ଆଜି ସକାଳେ ବାରଙ୍ଗ କୁଆଖାଇ ବ୍ରିଜ ଉପରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ମୃତକ ହେଲେ ଗୋଠପୁର ଗ୍ରାମର ସାହିଲ ମାଝୀ । ନିଜ କାମ ସାରି କଟକରୁ ଘରକୁ ଫେରିବା ସମୟରେ ଦୃତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ବ୍ରିଜ ବାଢ଼ରେ ପିଟି ହୋଇଗଲେ । ମୁହଁ ମାଡ଼ି ପଡ଼ିବାରୁ ଚାଲିଗଲା ଜୀବନ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।