ବିଭିନ୍ନ ସ୍ଥାନରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ାା ପ୍ରଭାନୁ୍ୟଜ୍ାା ତିହିଡି: ସାରା ଭାରତ ବର୍ଷ ପାଳନ କରୁଛି ଜାତୀର ପିତା ମହାତ୍ମାଗାନ୍ଧିଙ୍କ ୧୫୫ତମ ଜନ୍ମ ଜୟନ୍ତୀ । ପରାଧିନ ଭାରତ ବର୍ଷ ଯେତେବେଳେ ଇଂରେଜ ଶାସନରେ କବଳିତ ହେଉଥିଲା ସେତେବେଳେ ଗାନ୍ଧି ଆସିଥିଲେ ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳକୁ । ପୀରହାଟ ବଜାର ଦେଇ ·ରିବାଟିଆ ମନ୍ତେଇ ନଈ କୂଳରେ ଇଂରେଜ ବିରୋଧି ସଭା କରିଥିଲେ । ୩ ଦିନ ରହଣୀ ମଧ୍ୟରେ ସ୍ୱାଧିନତାର ବିଜ ବୁଣି ଯାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନଦୀର ଉଭୟ ପାଶ୍ୱର୍ରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ଅବସ୍ଥାପିତ ହୋଇଛି । ସେହି ସ୍ମୃତିକୁ ଉଜ୍ଜିବୀତ ରଖିବା ଲକ୍ଷ୍ୟରେ ପୀରହାଟସ୍ଥିତ ପ୍ରଦେଶ ସେବା ସଙ୍ଗଠନ ବିଗତ ଦିନମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଅଛି । ଏପରିକି ପରିତ୍ୟକ୍ତ ଅବସ୍ଥାରେ ·ରିବାଟିଆ ଠାରେ ପଡି ରହିଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ସ୍ଥଳକୁ ପୂନଃରୁଦ୍ଧାର କରାଇବା ସହ ସରକାରୀ ଅନୁଦାନରେ ଚର୍ତୁପାଶ୍ୱର୍ରେ ମନୋରମ ପରିବେଶ ସୃଷ୍ଟି କରାଇଛି । ଏଥିସହ ପୀରହାଟରୁ ·ରିବାଟିଆ ଫେରିଘାଟକୁ ସଂଯୋଗ କରୁଥିବା ରାସ୍ତାକୁ ଗାନ୍ଧି ମାର୍ଗରେ ନାମିତ କରାଇବା, ବିଭିନ୍ନ ସମୟରେ ଗାନ୍ଧିଙ୍କ ନୀତି ଆଦର୍ଶ ଓ ଚିନ୍ତାଧାରାକୁ ନେଇ ସାମାଜିକ କାର୍ଯ୍ୟକ୍ରମମାନ କରିଆସୁଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପିରହାଟ ମଝି ବଜାରସ୍ଥିତ ଗାନ୍ଧୀମାର୍ଗରୁ ପଦଯାତ୍ରା ବାହାରି ଥିଲା । ଦୀର୍ଘ ୮ କିଲୋମିଟର ପଦ ଯାତ୍ରା ପରେ ଚାରିବାଟିଆ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀ ନିକଟରେ ସ୍ୱଛତା କାର୍ଯ୍ୟକ୍ରମ ପ୍ରଥମେ କରାଯାଇଥିଲା । ପରେ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ନୀତି ଆଦର୍ଶ ସମ୍ବନ୍ଧରେ ସ୍ମୃତି ଚାରଣ କରାଯିବା ସହ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା, ଗାନ୍ଧୀମାର୍ଗରୁ ଚାରିବାଟିଆ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକିକରଣ କରିବା ସହ ପୀରହାଟ ମଝି ବଜାର ଠାରେ ଏକ ଗାନ୍ଧୀ ମାର୍ଗ ତ୍ୱରଣ ନିର୍ମାଣ କରିବା ଲାଗି ସରକାର ବ୍ୟୟବରାଦ କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭନ୍ନ ସ୍କୁଲର କୁନିକୁନି ପିଲାଙ୍କ ସହ ଅଞ୍ଚଳବାସୀ ମଧ୍ୟ ସହଯୋଗ କରିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତ ଜନ ସମାଜ ନୂତନ ଭାରତ ଗଠନ ଲକ୍ଷ୍ୟରେ ଆଗଭର ହେବା ଏବଂ ଜାତି ଧର୍ମ ନିର୍ବିଶେରେ ଏକହୋଇ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ସଂଗଠନର ସଭାପତି ରଞ୍ଜନ ମିଶ୍ର, ବରିଷ୍ଠ ସଦସ୍ୟ ଆର୍ତ୍ତବହ୍ଲଭ ବାରିକ, ଉପଦେଷ୍ଟା ଧ୍ରୁବଚରଣ ପାଣିଗ୍ରାହୀ, ସୁରେଶ ମହାକୁଡ, ସୁନିଲ ରାଉତ, ଗୌତମ ମିଶ୍ର, ଗୋପିନାଥ ବାରିକ, ଭାଗିରଥି ମହାନ୍ତି, ଧିରେନ୍ଦ୍ର ବାରିକ, ସ୍ନେହାଶିଶ ବାରିକ, ସଞ୍ଜୟ ବୀର, ଗୋଲକ ବିହାରୀ ସେଠୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାଜକନିକା: ଅକ୍ଟୋବର ୨ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ହାଇସ୍କୁଲ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱଛତା ଓ ସଚେତନତା ଅଭିଯାନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସର ପରିଷ୍କାର କରିବା ସହିତ ବିଦ୍ୟାଳୟରେ ଥିବା ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ବିଦ୍ୟାଳୟର ବାହାରେ ଥିବା ଡାକ୍ତର ରାଧାନାଥ ହସ୍ପିଟାଲ,ଓଳାଭର ମହାବିଦ୍ୟାଳୟ, ଓଳା ଭର ବଜାର ସଫେଇ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ରମାକାନ୍ତ ସାହୁ, ଉପସଭାପତି ପ୍ରଦୀପ ଦାସ ଓ ସୁବାଷ ଦାସ,ସମ୍ପାଦକ ଗଙ୍ଗାଧର ଦାସ,କୋଷାଧକ୍ଷ ମିସ ଡଲି,ସଭ୍ୟ ଅକ୍ଷୟ ନାଥ,ଅଭିରାମ ଲେଙ୍କା,ଦମଦାର ଦାସ,ରଶ୍ମିରଂଜନ ଗୁରୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ଦାସ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଏହି ସ୍ୱଚ୍ଛତା ଅଭିଯାନ ରେ ସାମିଲୀ ହୋଇ କାର୍ଯ୍ୟକ୍ରମଟିକୁ ସମ୍ପୂଣ କରିଥିବା ଦେଖିବାକୁ ମିଳିଥିଲା ।
ପଟ୍ଟାମୁଣ୍ଡାଇ: କଳିଙ୍ଗ ନବଦିଗନ୍ତ ସାମାଜିକ ସଙ୍ଗଠନ ସମ୍ପାଦକ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ସମ୍ପର୍କ ରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ  ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଏକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା ଓ ଏଥିରେ କଳିଙ୍ଗ ନବଦିଗନ୍ତ ସଭାପତି ବିଜୟ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ଦାସ, ସାବିତ୍ରୀ ସେଠୀ,ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବର୍ଷୀୟାନ ନେତା ପାରେଶ୍ୱର ବିଶ୍ୱାଳ, ସିପିଆଇ ଲିବରେସନ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା,ଯୁବ ନେତା ସମିର ପାତ୍ର, ଅଖିଳ ସୁତାର, ଦାଶରଥି ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ସନ୍ତୋଷ ତରାଇ, ଅଶ୍ୱିନୀ ପାତ୍ର, ପ୍ରତିମା ଦେବତା, ସୁଜାତା ପଣ୍ଡା,  ଦେବାଶିଷ ଦାସ, ଅନ୍ତର୍ଯ୍ୟାମୀ କୁଣ୍ଡ, ବିଷ୍ଣୁ ଓଝା, ସ୍ନେହ ରଂଜନ ସାମଲଙ୍କ ସହିତ ପଟ୍ଟାମୁଣ୍ଡାଇ ବିଦ୍ୟାନିକେତନ ଛାତ୍ର ଓ ଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋା
ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ପ୍ରଦାନ ପୂର୍ବକ ତାଙ୍କ ଜୀବନ ଗାଥା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ନ୍ୟାୟବସରପଞ୍ଚ ଅହଲ୍ୟା ଶଙ୍ଖୁଆ, ସୁଚ୍ଛଭାରତ ମିଶନ ବ୍ଲକ କୋଡ଼ିନେଟର ଚନ୍ଦ୍ରକାନ୍ତ ଜେନା, ଜିଆର ଏସ ଲିତାରାଣୀ ଦେହୁରୀ,ଶ୍ରୀକାନ୍ତ ସାହୁ,ପଞ୍ଚାନନ ଦାସ,ପଦ୍ମନାଭ ପତି, ଅଶୋକ ବେହେରା, ଗୟାଧର ଜେନା, ଆନନ୍ଦ ରାଉତ୍,ସୁଶାନ୍ତ ମଲିକ୍ ସମେତ ଆଶା, ଅଙ୍ଗନୱାଡି, ମହିଳା ସ୍ୱାଇଂ ସହାୟକ ଗୋଷ୍ଠୀ, ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ  ରହି ପଞ୍ଚାୟତ, ବ୍ୟାଙ୍କ ସେବା ସମବାୟ ସମିତି, ହନୁମାନ ମନ୍ଦିର, ବଜାର ସମ୍ମୁଖରେ ସଫେଇ ସହିତ ବିଚିଂ ପକାଇ ସଚେତନତା କରାଇବା ସହିତ ନିଜ ଶୁଛ ରହିବା ସହିତ ଆଖ ପାଖ ପରିବେଶକୁ ଶୁଛ ରଖିବା ପାଇଁ ଶପଥ ନେଇଥିଲେ । ସାରା ଦେଶରେ ଆଜି ଦିନରେ ଗାନ୍ଧୀ ଜୟନ୍ତୀ ସହିତ ସୁଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ବୋଲି କହିଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟାଳୟରେ ସୂତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ।
ବରୀ: ପବିତ୍ର ଗାନ୍ଧୀ ଜୟନ୍ତୀ ରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ବରୀ ଶାଖା ତରଫରୁ ନିଶା ମୁକ୍ତ ଦେଶ ଆହ୍ୱାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି । ଗାନ୍ଧିଜୀ ଚାହୁଁଥିଲେ ଯେ ସ୍ୱାଧୀନତା ପ୍ରାପ୍ତିର ୨୪ଘଣ୍ଟା ମଧ୍ୟରେ ଦେଶ ନିଶାମୁକ୍ତ ହେଉ  । ଏଣୁ ନିଶାମୁକ୍ତ ଭାରତ ହିଁ ତାଙ୍କ ଜୟନ୍ତୀ ଦିନ ତାଙ୍କ ପ୍ରତି ଯଥାର୍ଥ  ଶ୍ରଦ୍ଧାଞ୍ଜଳି  । ସେହି ଉଦେ୍ଦଶ୍ୟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ,  ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ମାନବ ଶୃଙ୍ଖଳ ଜରିଆରେ ନିଶାମୁକ୍ତ ଓଡିଶା ଦାବି କରିଛି  । ଆଜି ସକାଳେ ବରୀ ମାଉଣ୍ଟ ସ୍ଥିତ ବରୀ ର ସହିଦ୍ ମାନଂକ ପ୍ରତିମୂର୍ତ୍ତି ସମ୍ମୁଖରେ ମୋନକ୍ଷର ବରିଷ୍ଠ  ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ କୁଳମଣୀ ଶୁକ୍ଳଙ୍କ ନେତୃତ୍ୱରେ ଶତାଧିକ ନିଶା ନିବାରଣ ମହିଳା କର୍ମୀ ଓ ଯୁବ ସମାଜସେବୀ ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧା ନିବେଦନ ସହିତ  ଏକ ମାନବ ଶୃଙ୍ଖଳ ସଂଗଠିତ କରି ଅବିଳମ୍ବେ ନିଶାମୁକ୍ତ ଓଡିଶା ପାଇଁ  ଦାବି କରିଥିଲେ । ଯୁବ ସମାଜସେବୀ ତଥା ଅଭିଯାନର ବରିଷ୍ଠ ସଦସ୍ୟ ସତ୍ୟ ରଞ୍ଜନ କରଙ୍କ ପରିଚାଳନା ରେ ସର୍ବଶ୍ରୀ କୁଳମଣୀ ଶୁକ୍ଳ, କାହ୍ନୁ ଚରଣ ବେହୁରା, ସାବିତ୍ରୀ ଦାସ, ସ୍ନେହଲତା ଧଳ, ତିଳୋତ୍ତମା ସେଠି, ବନ୍ଦିତା ଦାସ୍, ପ୍ରଶାନ୍ତ ପଢ଼ିହାରି, କେଦାରନାଥ ସାହୁ, ପିତାମ୍ବର ଭୂୟାଁ, ଅରୁଣ ସ୍ୱାଇଁ ପ୍ରମୁଖ ଆଜିର ଆହ୍ୱାନ ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିବାବେଳେ ବରୀ ରମାଦେବୀ ଆଶ୍ରମର ପରିଚାଳିକା ସୀତାରାଣୀ ଦେଓ, ପ୍ରଣତି ଜେନା ଗାନ୍ଧୀ ଭଜନ ଗାନ କରିଥଲେ । ମାତୃ ମଙ୍ଗଳ କେନ୍ଦ୍ରର ପରିଚାଳିକା ଭାରତୀ ଘୋଷ୍ ଧନ୍ୟବାଦ୍ ଅର୍ପଣ କରିଥିଲେ କ୍ଷ ଶେଷରେ ସମସ୍ତେ ବରୀ ରମାଦେବୀ ଆଶ୍ରମରେ ମିଳିତ ହୋଇ ଏକ ସଭା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।