ଆତ୍ମହତ୍ୟା ଉଦ୍ୟମ;  ନାବାଳକ ଗୁରୁତର 

ଏହି ବ୍ଲକ ଦୁଧୁଜୋରୀ ପଞ୍ଚାୟତ କଞ୍ଚôଚୁଆ ଗ୍ରାମ ଜନୈକ ନାବାଳକ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଥିବାର ଜଣାପଡ଼ିଛି । ଗ୍ରାମର ବାସିନ୍ଦା ଦୁର୍ଯେ୍ୟାଧନ ଗାଗରାଇଙ୍କ  ପୁଅ ଶିବ(୧୦)କୁ କୈାଣସି କାରଣ ପାଇଁ ଗାଳିଗୁଲଜ କରିଥିଲେ । ଶିବ ବାପା କଥାକୁ ସହିନପାରି ଘର ଭିତରକୁ ଯାଇ ମା’ ଲୁଗାରେ ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ବାପା ମାଙ୍କ ସନେ୍ଦହ ହେବାରୁ ଘର ଭିତରକୁ ଯାଇ ଏପରି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ସୁକିନ୍ଦା ମେଡିକାଲରେ ଭର୍ତି କରିଥିଲେ । ସେଠାରୁ କଟକ ବଡ଼ ମେଡିକାଲ ନେବା ବାଟରେ ମଙ୍ଗଳପୁର ଓଭର ବ୍ରିଜ ନିକଟରେ ୧୦୮ଆମ୍ବୁଲାନ୍ସ ଗାଡି ଖରାପ ହେବାରୁ ୧ଘଣ୍ଟା ବିଳମ୍ବରେ ଭୁବନ ମେଡିକାଲରୁ ଅନ୍ୟ ଗୋଟାଏ ୧୦୮ଆମ୍ବୁଲାନ୍ସ ଡକାଇ କଟକ ନେଇଥିଲେ । ସେଠାରେ  ଶିବ ଚିକିତ୍ସିତ ରହିଛି ।