ମାନସିକ ବିକୃତ ମହିଳାଙ୍କ ଆତ୍ମହତ୍ୟା 

କାଳିଆପାଣି ପଞ୍ଚାୟତ ବିର୍ସାନଗର ବସ୍ତିର ଜନୈକା ମହିଳା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତା ମହିଳା ଅଭୟ ସେଠୀଙ୍କ ପତ୍ନୀ କାଞ୍ଚନ(୪୭) ହୋଇଥିବା ବେଳେ ସେ ଗତ କିଛିବର୍ଷ ଠାରୁ ଏକ ଭଡା ଘରେ ରହି ଆସୁଥିଲେ । ମୃତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ ମାନସିକ ରୋଗରେ ପୀଡିତ ଥିଲେ । କାଳିଆପାଣି ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।