ପ୍ରଦୂଷଣ ନେଉଛି ଲୋକଙ୍କ ଜୀବନ

ତାଳଚେର,: ସାତ ଦଶନ୍ଧି ଭିତରେ ତାଳଚେର ଅଂଚଳରେ ଶିଳ୍ପାୟନ ବଢ଼ିବା ଯୋଗୁଁ ପ୍ରଦୁ୍ୟଷଣ ଏବେ ଚରମସୀମାରେ ପଂହଚିଛି । ଏହା ଯୋଗୁଁ ଶ୍ୱାସରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ତାଳଚେର ସମେତ ଏହାର ଆଖାପାଖ ଅଂଚଳରେ ଅଧିକ ଶ୍ୱାସରୋଗୀ ସହିତ ଫୁସ୍ ଫୁସ୍ ସଂକ୍ରମଣରେ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଠାରେ କୋଇଲାକୁ ଭିତିକରି ବହୁ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଏନଟିପିସି ଟିଟିପିଏସ ସହିତ ଛୋଟମୋଟ କଳକାରଖାନା ବୃଦ୍ଧି ପାଇବାରେ ଲାଗିଛି । କୋଇଲା ଖଣି ଗୁଡ଼ିକରୁ ଦୈନିକ ହଜାର ହଜାର ଟନ୍ କୋଇଲା ବିଭିନ୍ନ ଶିଳ୍ପ ଉଦ୍ୟୋଗକୁ ଟ୍ରକ ଯୋଗେ ତାଳଚେର ସହର ମଧ୍ୟଦେଇ ଯାଇଥାଏ । ଫଳରେ ଏହି କୋଇଲା ଗୁଣ୍ଡ ଧୂଳିଧୂଅାଁ ବ୍ୟାପକ ପ୍ରଦୁ୍ୟଷଣ ଜନିତ ରୋଗ ସୃଷ୍ଟି ହୋଇ ଲୋକମାନଙ୍କ ଜୀବନ ଯାଉଛି । ତାଳଚେର ସହରର ଚର୍ତୁପାଶ୍ୱର୍ରେ ବବଡ଼ବଡ଼ ଶିଳ୍ପ କାରଖାନ ରହିଛି । ଏଥିରୁ ନିର୍ଗତ ବିଶାକ୍ତ ଗ୍ୟାସ୍ ବାୟୁମଣ୍ଡଳକୁ ଦୂଷିତ କରୁଛି । ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଭାରୀଯାନ ଚଳାଚଳ କରୁଛି । ଏସମ୍ପର୍କରେ ଜୈନିକ ଡ଼ାକ୍ତରଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ବାୟୁ ପ୍ରଦୁ୍ୟଷଣ ଯୋଗୁଁ ଶ୍ୱାସରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ତାଳଚେର ଅଂଚଳରେ ଜିଲ୍ଳା ଖଣିଜପାଣ୍ଠି ଓ ସାମାଜିକତ୍ୱବୋଧ (ସିଏସଆର) ପାଣ୍ଠି ପ୍ରଚୁର ମାତ୍ରାରେ ମହଜୁଦ ଥିବା ବେଳେ ଏହି ଟଙ୍କା ବାହାର ଅଂଚଳରେ ବିନିଯୋଗ ହେଉଛି । ଏନେଇ ତାଳଚେର ଭଳି ଏକ ଶିଳ୍ପାଚଂଳକୁ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି । ରାଜ୍ୟ ଓ କେନ୍ଦ୍ର ସରକାର ଏଠାରୁ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ ଏଠାରେ ସେହିପରି କୌଣସି ଆଖି ଦୃଶୁଆ କାର୍ଯ୍ୟ ହେଉନଥିବା ନେଇ ଅଂଚଳରେ ଉଦବେଗ ପ୍ରକାଶ ପାଇଛି ।