ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ
ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨) । ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ରାମଚନ୍ଦ୍ର ଗୈାଡ (୩୫) ଗତ କିଛି ମାସ ଧରି ଗ୍ରାମର ବିଭିନ୍ନ ଲୋକଙ୍କୁ ଗାଳି ଗୁଲଜ କରି ଆସୁଥିଲେ । ଘଟଣାକୁ କେନ୍ଦ୍ର କରି ସେହି ଗ୍ରାମର ନିଳାଞ୍ଚଳ, ଗ୍ରାମର କାହାରିକୁ ଗାଳି ଗୁଲଜ କରିବା ପାଇଁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର, ନିଳାଞ୍ଚଳଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଗୁରୁବାର ସକାଳେ ନିଳାଞ୍ଚଳ ଗାଁ ଦାଣ୍ଡରେ ବୁଲୁଥିବା ସମୟରେ ରାମଚନ୍ଦ୍ର ହଠାତ ଗାଳି ଗୁଲଜ କରିବା ସହ ଧରିଥିବା ଏକ ଭଙ୍ଗା କାଚ ବୋତଲରେ ନିଳାଞ୍ଚଳଙ୍କ ପେଟକୁ ଭୁଷି ଦେଇଥିଲେ । ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।? ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ନିକଟସ୍ଥ ଅଞ୍ଚଳରୁ ଗିରଫ କରିଥିଲା । ଆହତଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୧/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।