ଆଦିକବିଙ୍କ ଜନ୍ମତିଥିକୁ ନେଇ ଦ୍ୱନ୍ଦ୍ୱ
ଆଦିକବି ସାରଳା ଦାସ ନିଜେ ତାଙ୍କ ଜନ୍ମଦିନ କେବେ କେଉଁଠି ତାଙ୍କ ରଚନାବଳୀରେ ଉଲ୍ଲେଖ କରିନାହାନ୍ତି । କେବଳ ମାଘସପ୍ତମୀରେ ତାଙ୍କ ତିରୋଧାନ ଦିବସ ପାଳନ କରାଯାଏ । ଏପରି ସ୍ଥଳେ ଗତ ବର୍ଷ ୧୬.୧୧.୨୦୨୪ରେ କିଛି ଅନୁଷ୍ଠାନ ତରଫରୁ ତାଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା । ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ଏଠାରେ ପ୍ରଶ୍ନ ଉଠେ କେଉଁ ତଥ୍ୟ ଆଧାରରେ ତାଙ୍କ ଜନ୍ମଦିନ ସ୍ଥିର କରାଗଲା । ଦ୍ୱିତୀୟ କଥା ହେଲା ସାରଳା ଦାସଙ୍କ ରଚିତ କେଉଁ ପୁସ୍ତକ ବା ଅନ୍ୟାନ୍ୟ ସାରସ୍ୱତ ସାଧକ, ସାହିତ୍ୟିକ ବା ଗବେଷକଙ୍କ ଲେଖାକୁ ଭିତ୍ତିକରି ଏହି ତାରିଖ ଗ୍ରହଣ କରାଗଲା । ଚଳିତ ବର୍ଷ ପଞ୍ଜିକାରେ ତୁଳା ଦିନ ୨୧ନଭେମ୍ବର ୬ତାରିଖ ଛାଡଖାଇ, ମାର୍ଗଶିର ଗୁରୁବାର ସାରଳା ଦାସଙ୍କ ଜୟନ୍ତୀ ବୋଲି ଉଲ୍ଲେଖ କରାଯାଇଛି । ଏ ତଥ୍ୟର ଉତ୍ସ ଜାଣିବାକୁ ଅନେକ ବୁଦ୍ଧଜୀବୀ ଆଗ୍ରହୀ ଅଛନ୍ତି । ରାଜ୍ୟର ସମସ୍ତ ସାହିତ୍ୟିକ, ବୁଦ୍ଧିଜୀବୀ , ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଦିଗରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ବା ସେମାନଙ୍କ ମତାମତକୁ ନେଇ ପ୍ରକୃତ ସତ୍ୟକୁ ଉନ୍ମୋଚନ କରାଯିବା ଯୁକ୍ତିଯୁକ୍ତ ମନେହୁଏ । ତାହାହିଁ ହେବ ମାଟିର ମହାକବି, ଉକôଳ ବ୍ୟାସ ସାରଳା ଦାସଙ୍କ ପ୍ରତି ସମୁଚିତ ସମ୍ମାନ ଓ ଶ୍ରଦ୍ଧାର ନିଦର୍ଶନ ।
ହିମାଂଶୁ ଶେଖର ଆ·ର୍ଯ୍ୟ
ସଭାପତି ,ସାରସ୍ୱତ ପରିଷଦ
ଜଗତସିଂହପୁର
ମୋ - ୯୯୩୭୧୫୧୦୫୨