ଆଦ୍ୟାଶକ୍ତି ନାରୀ ସଙ୍ଗଠନର ପ୍ରତିଷ୍ଠା ଦିବସ
ବଲାଙ୍ଗିର: ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ସଭାପତି ମାଳତୀ ଉଦ୍ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାର୍ବଣରେ ସମାଜସେବୀକା ଶାନ୍ତିଲତା ବହିଦାର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁ·ରୁବାଳା ଦେବୀ ମୁଖ୍ୟବକ୍ତା, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସଙ୍ଗଠନର ସଂସ୍ଥାପକ ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ସମାଜ ଜାଗ୍ରତ ଓ ସଚେତନ ହୋଇ ସଂସ୍କୃତି ସଂପନ୍ନ କାମ କଲେ ନାରୀ ସମାଜର ପ୍ରଗତି ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ଆକାଂକ୍ଷା ଉଦ୍ଗାତା ବେଦ ପଠନ କରିଥିଲେ । କବିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ସଭା ପରି·ଳନା କରିଥିଲେ । ସଂପାଦିକା କସ୍ତୁରୀ ରଥ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ସମାରୋହରେ ବିଶିଷ୍ଟ ସଂଗଠିକା ସଂଗୀତା ଦାଶଙ୍କୁ ଆଦ୍ୟାଶକ୍ତି ସମ୍ମାନ ଓ ଆଦର୍ଶ ଶିକ୍ଷୟତ୍ରୀ ସଂଯୁଲତା ମିଶ୍ରଙ୍କୁ ଆଦର୍ଶ ଗୃହିଣୀ ଭାବେ ଲଳିତା ଖୁଆସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମମତାମୟୀ ଜେନା ଓ ତନୁଜା ପତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିôଲେ । ପୂର୍ବରୁ ହୋଇଯାଇଥିବା ପ୍ଲାଷ୍ଟିକ ଗ୍ଲାସରେ ପିରାମିଡ ତିଆରି କରିବା, ବଲ ଫିଙ୍ଗା, ମ୍ୟୁଜିକ ଚେୟାର, ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେଶବ ମିଶ୍ର, ଅରୁଣ ଖୁଆସ,ଚୁଡେନ୍ଦ୍ର ବେହେରା, ନିରୁପମା ପାଣିଗ୍ରାହୀ, ନିହାରିକା ମିଶ୍ର, ସଂଯୁକ୍ତା ମିଶ୍ର, ଦିପ୍ତିମୟୀ ମିଶ୍ର, ସଂଗୀତା ମିଶ୍ର, ରଶ୍ମି ପାତ୍ର, କୁମୁଦିନୀ ପୃଷ୍ଟି, ଚିନ୍ମୟୀ ଉଦ୍ଗାତା, ସୋ÷÷ଦାମିନୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।