ଆଇଟିଆଇରେ ଉକର୍ଷତା କେନ୍ଦ୍ରର ଶୁଭାରମ୍ଭ
ପାରାଦୀପ : ଆର୍ସେଲ ମିର୍ତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପଦକ୍ଷେପ "ଦକ୍ଷ' ପ୍ରକଳ୍ପର ଏକ ଅଂଶବିଶେଷ ଭାବେ ପାରାଦ୍ୱୀପସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଏକ ଉକôର୍ଷତା କେନ୍ଦ୍ର (ସେଣ୍ଟର ଅଫ ଏକ୍ସଲେନସି)ର ଶୁଭାରମ୍ଭ କରାଯାଇଛି । ରେସିଡେନ୍ସିଆଲ ୱାରିଙ୍ଗ, ବେସିକ ଅଟୋମେସନ ଏବଂ ଇଣ୍ଡଷ୍ଟ୍ରିଆଲ ୱାରିଙ୍ଗ ଉପରେ କେନ୍ଦ୍ରିତ ସ୍ୱତନ୍ତ୍ର ପ୍ରୟୋଗଶାଳା ପ୍ରତିଷ୍ଠା କରି ବିଲଡିଂ ଏବଂ ମାନୁଫାକଚରିଂ କ୍ଷେତ୍ରରେ ଦକ୍ଷତା ସମ୍ପର୍କିତ ଅଭବାକୁ ପୂରଣ କରିବା ସ୍ନାଇଡର ଇଲେକଟ୍ରିକ ଇଣ୍ଡିଆ ସହଭାଗିତାରେ ଗଠିତ ଏହି କେନ୍ଦ୍ରର ଲକ୍ଷ୍ୟ । ଏହି ସୁବିଧାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବିଲଡିଂ ଅଟୋମେସନ ଏବଂ ଇଣ୍ଡଷ୍ଟ୍ରିଆଲ ମାନୁଫାକଚରିଂ କ୍ଷେତ୍ରରେ ଅତ୍ୟାବଶ୍ୟକ ଦକ୍ଷତାରେ ପରିପୂର୍ଣ୍ଣ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ନିଯୁକ୍ତି କ୍ଷମତାକୁ ବୃଦ୍ଧି କରିବ ।
ଏହି ଉକôର୍ଷତା କେନ୍ଦ୍ରକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁରେଶା ଜି ଉଦଘାଟନ କରିଥିଲେ । ଏହି ଅବସରରେ ପାରାଦ୍ୱୀପ ଆଇଟିଆଇର ପ୍ରିନ୍ସିପାଲ ଆର. ଏନ. ସାହୁ, ଜଗତସିଂହପୁର ସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ କଳ୍ପନା ପାଣିଗ୍ରାହୀ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇଠାରେ ଅବସ୍ଥିତ ଷ୍ଟେଟ୍ ଇନଷ୍ଟିଚୁ୍ୟଟ୍ ଅଫ୍ ପ୍ଲମ୍ବିଂ ଟେକ୍ନୋଲୋଜି (ଏସଟିପିଆଇ)ର ପ୍ରିନ୍ସିପାଲ୍ ଲକ୍ଷ୍ମୀକାନ୍ତ ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ଧର୍ମେନ୍ଦ୍ର ବେହେରା ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସଆର ମୁଖ୍ୟ ବିକାଶ ୟାଦଭେନ୍ଦୁ ଉପସ୍ଥିତ ଥିଲେ । ଏହା ସହିତ କେନ୍ଦ୍ରର ଅଧ୍ୟାପକ, ଏଏମ/ଏନଏସ ଇଣ୍ଡିଆର ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ଏଥିରେ ଯୋଗ ଦେଇଥିଲେ ।
ଏହି ଅବସରରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁରେଶ ଜି କହିଛନ୍ତି ଯେ, "ଏଏମ/ଏନଏସ ଇଣ୍ଡିଆରେ, ଆମେ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦକ୍ଷତା ସହିତ ସେମାନଙ୍କ ନିଯୁକ୍ତି ସମ୍ଭାବନାକୁ ବୃଦ୍ଧି କରିବା ସହ ପରବର୍ତ୍ତୀ ପିଢ଼ିର ବିକାଶ ପାଇଁ ପ୍ରତିବଦ୍ଧ ଅଛୁ । ଆଧୁନିକ ବୈଷୟିକ ଉପକରଣ ମାଧ୍ୟମରେ ଯୁବବର୍ଗଙ୍କୁ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ ସହିତ ଚାକିରି କ୍ଷେତ୍ରରେ ଥିବା ପ୍ରତିଦ୍ୱନ୍ଦିତାରେ ସେମାନଙ୍କ ସ୍ଥିତିକୁ ମଜବୁତ କରିବା ଏହି ଉକôର୍ଷ କେନ୍ଦ୍ରର ଲକ୍ଷ୍ୟ ।
ଉଦଘାଟନ ପୂର୍ବରୁ, କର୍ପୋରେଟ୍, ସରକାରୀ ଅଧିକାରୀ ଏବଂ ବିଭିନ୍ନ ଆଇଟିଆଇର ପ୍ରିନ୍ସିପାଲଙ୍କ ଉପସ୍ଥିତିରେ ଅନୁଷ୍ଠାନ ପରିଚାଳନା କମିଟି (ଆଇଏମସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଅଧ୍ୟକ୍ଷତା ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁରେଶ ଜି କରିଥିଲାବେଳେ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସଆର ମୁଖ୍ୟ ଡକ୍ଟର ବିକାଶ ୟାଦଭେନ୍ଦୁ ସହ-ଅଧ୍ୟକ୍ଷତା କରିଥିଲେ । କମିଟି ସମଗ୍ର ଓଡ଼ିଶାରେ ଆଇଟିଆଇଗୁଡ଼ିକର ଶିଳ୍ପ ସମ୍ପର୍କିତ କୌଶଳ ଏବଂ ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ବିଚାର ବିମର୍ଶ କରିଥିଲା ।