ମାଣ୍ଡିଆ କ୍ଷେତ୍ର ଦିବସ 

 ବନ୍ତ : ବନ୍ତ ବ୍ଲକ୍ କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗ୍ରାମରେ ମାଣ୍ଡିଆ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଛି । ଏହି ପରିପେକ୍ଷରେ ବ୍ଲକ୍ କୋଡିନେଟର ପର୍ଶୁରାମ ସାହୁ ଓ ଜିଲ୍ଲା କୋଡିନେଟର ପ୍ରକାଶ ମାନ୍ନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଏଡିଏମ୍ ଶାନ୍ତନୁ ମହାନ୍ତି, ଜିଲ୍ଲା କୃଷିଅଧିକାରୀ ଦିଜବର ସେଠୀ, ବନ୍ତ ବ୍ଲକ କୃଷିଅଧିକାରୀ ତୁଷାରକାନ୍ତ ପତି, ସ୍କିମ୍ଅଧିକାରିଣୀ ଅନୁରାଧା ପଣ୍ଡା, ଡିପିଡି ବିଶ୍ୱରଞ୍ଜନ ରାଉତ, ଭୁବନେଶ୍ୱର ଡବ୍ଲୁ୍ୟଏଏସ୍ଏସ୍ଏର ପୁଲକ ନାୟକ, ଆରସି ନିକିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱତୀ ମହାପାତ୍ରଙ୍କ ଏକ ହେକ୍ଟର ଚାଷ ଜମିରେ ୬ ପ୍ରକାର ମାଣ୍ଡିଆ କରାଯାଇଥିବା ବେଳେ, ସମସ୍ତ ଅଧିକାରୀ ଚାଷ ଜମିକୁ ପରିଦର୍ଶନ କରିବା ସହିତ ଅତିଉନ୍ନତମାନର ମାଣ୍ଡିଆ ଚାଷ ହୋଇଥିବା ଦେଖିଥିଲେ । ୨୫ଟି ପଞ୍ଚାୟତରୁ ଆସିଥିବା ଶତାଧିକ ଚାଷୀଙ୍କୁ ମାଣ୍ଡିଆ ଚାଷ ବିଷୟରେ ବୁଝାଇବା ସହିତ ଆଗାମୀ ଦିନରେ ମାଣ୍ଡିଆ ଚାଷ କରି ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧାର ଫାଇଦା ନେବା ବିଷୟରେ କହିଥିଲେ । ସୁଶାନ୍ତ ଜେନା, ସତ୍ୟବ୍ରତ ସିଂ, ବନମାଳୀ ବାରିକ, ଜ୍ୟୋତି ରଞ୍ଜନ ରାଉତ, ପ୍ରମୋଦ ପାଣିଗ୍ରାହୀ, ନାରାୟଣ ଜେନା, ପ୍ରହଲ୍ଲାଦ ଗିରି, ସନ୍ତୋଷ ଗିରି, ପଦ୍ମନାଭ ଜେନା, ସତ୍ୟବ୍ରତପାଳ, ଉର୍ମିଳା ବେହେରା, ଯୁଧିଷ୍ଠିର ଜେନା, ହଳଧର ସ୍ୱାଇଁ, ପ୍ରଶାନ୍ତ ଭୂୟା, ତ୍ରିଲୋଚନ ଜେନା, ଜନ୍ମେଜୟ ଧଳ ସମେତ ସମସ୍ତ ଚାଷୀ ଓ ଧବଳେଶ୍ୱର ମହାସଂଘର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ।