ଆଧ୍ୟାତ୍ମିକ ଆନନ୍ଦ


ଶ୍ରୀକୃଷ୍ଣ କହିଛନ୍ତି ଯେଉଁମାନେ ତଥାକଥିତ ପୂଣ୍ୟରୂପକ ସିଡ଼ିରେ ଉଠୁ ଉଠୁ ଇନ୍ଦ୍ରପଦ ପ୍ରାପ୍ତ କରିଥାନ୍ତି ସେମାନଙ୍କ ପୁଣ୍ୟର ଫଳ ଶେଷ ହୋଇଯିବା ମାତ୍ରେ ଇନ୍ଦ୍ରତ୍ୱର ତେଜ କମିଆସେ । ସେହି ସ୍ୱର୍ଗକାମୀ ବ୍ୟକ୍ତି ବା ଦେବତା ଭୋଗ ଶେଷ ହୋଇଗଲେ ପୁଣି ମର୍ତ୍ତ୍ୟଲୋକକୁ ଖସିଆସେ । ପ୍ରଭୁ କହିଛନ୍ତି "ହେ ଅର୍ଜ୍ଜୁନ ବୈଦିକ ଅନୁଷ୍ଠାନ କଲେ କଣ ହେବ? ଯିଏ ମୋ ସ୍ୱରୂପକୁ ଜାଣେନା । ଲାଗି ଚାଉଳକୁ ଫିଙ୍ଗି ଦେଇ ତଷୁକୁ ସାଇତି ରଖିବା ଭଳି ସବୁ ନିରର୍ଥକ । ମତେ ଛାଡ଼ି ବେଦୋକ୍ତ ଧର୍ମ ନିଷ୍ଫଳ । ତୁମେ ଆଉ କିଛି ଜାଣି ନପାରିଲେ ମଧ୍ୟ ମତେ କେବଳ ଜାଣି ରଖ ସାଂସାରିକ ବିଷୟ ଭୋଗ ଏବଂ ଆଧ୍ୟାତ୍ମିକ ଆନନ୍ଦ କିପରି ସଫଳତାର ସହ ଲାଭ କରିବା ଘେନି ଯେଉଁ ଗୁପ୍ତ ତତ୍ତ୍ୱଟି ରହିଛି ତାହାର ବର୍ଣ୍ଣନା ମଧ୍ୟ କରାଯାଇଛି । ଆମର ଜୀବନ ଶକ୍ତି ମୁଖ୍ୟତଃ ତିନିଟି ମାର୍ଗରେ ବ୍ୟୟ ହୋଇଥାଏ । ପ୍ରଥମଟି ହେଉଛି ସମାଜରେ ବା ଜୀବନ ଯାପନରେ ଆମର ଯେଉଁ ସ୍ଥିତି ରହିଛି ସେଥିରେ ଉନ୍ନତି କରିବାରେ ଏବଂ ଅଧିକ କିଛି ଲାଭ କରିବା ନିମନ୍ତେ ଆମେ ଶକ୍ତିର ବ୍ୟବହାର କରିଥାଉ । ଘରଟିଏ ନିର୍ମାଣ କଲେ ତାହାର ସୁରକ୍ଷା ଏବଂ ଉତ୍ତମ ଭାବେ ତାହାର ବ୍ୟବହାର କିପରି କରାଯାଇପାରିବ ସେଥିନିମନ୍ତେ ଆମେ ବ୍ୟସ୍ତ ହେଉ ।   ଏହା ନକରି ଆଧ୍ୟାତ୍ମିକ ଜ୍ଞାନ ଅର୍ଜନ ବେଳେ ଆମେ ଯଦି ଭାବୁ ଯେ ଈଶ୍ୱର ଆରାଧନାରେ ସବୁ ସମୟ ଦେଇଦେଲେ ମୋର ସାଂସାରିକ ସାମଗ୍ରୀ ଗୁଡ଼ିକ କିପରି ସୁରକ୍ଷିତ ରହିବ? ତାହାର ସୁରକ୍ଷା ମଧ୍ୟ ଏକ କର୍ତ୍ତବ୍ୟ । ଏଥିରୁ କିପରି ମୁଁ ନିଜକୁ ଦୂରେଇ ରଖିପାରିବି? "ଯିଏ ମୋ ପ୍ରତି ନିଜର ମନକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରିଦିଏ ତାହାର ସବୁ କିଛି ମୁଁ ବୁଝେ ।'
    କିଶୋର କୁମାର ଜେନା
ମୋ: ୭୩୨୫୯୦୪୯୨୭