ଆନେ୍ଦାଳନରେ ଡ୍ରାଇଭର ସଂଘ, ଅସୁବିଧାରେ ଯାତ୍ରୀ
ଏରସମା : ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ଡ୍ରାଇଭର ସଂଘ ଆନେ୍ଦାଳନର ଡ଼ାକରା ଦେଇଛି । ଫଳରେ ସାଧାରଣ ଜନତା ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହିକ୍ରମରେ ଏରସମା ଶାଖାର ଡ୍ରାଇଭରମାନେ ଆନେ୍ଦାଳନରେ ସାମିଲ ହୋଇଛନ୍ତି । ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଭାରୀଯାନ ଟ୍ରକ, ମିନି ଟ୍ରକ, ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।କିଛି ସରକାରୀ ବସ ଚଳାଚଳ ହେଉଥିବାବେଳେ ସରକାରୀ ବସ ଡ୍ରାଇଭରଙ୍କୁ ମଧ୍ୟ ଷ୍ଟିୟରିଂ ଛାଡିବାକୁ ଏରସମା ଡ୍ରାଇଭର ସଂଘ ପକ୍ଷରୁ ନିବେଦନ କରାଯାଇଛି । ଏରସମା ଡ୍ରାଇଭର ସଂଘର ସଭାପତି କିଶୋର ବେହେରା, ଉପ ସଭାପତି କାର୍ତ୍ତିକ ଜେନା, ସମ୍ପାଦକ ଆଦିତ୍ୟ ସାହୁଙ୍କ ସମେତ ଏରସମା ସାମ୍ବାଦିକ ଡ୍ରାଇଭର ସଂଘର ସମସ୍ତ ଡ୍ରାଇଭର ମାନେ ଆନେ୍ଦାଳନରେ ସାମିଲ ହୋଇଛନ୍ତି ।
ଜଟଣୀ : ଓଡିଶା ଡ୍ରାଇଭର ମହାସଂଘ ସହିତ ଅନୁବନ୍ଧିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପଞ୍ଚାୟତ ଓ ମୁ୍ୟନିସିପାଲଟି ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ବ୍ଲକ୍ ସଭାପତି ଅନିଲ କୁମାର ହାତୀଙ୍କ ନେତୃତ୍ୱରେ ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ବିକ୍ଷୋାଭ ପ୍ରଦର୍ଶନ କରାଯାଇଛି । ସଙ୍ଘର ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ୱେଲଫେଆର ବୋର୍ଡÿ ରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ, ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯାଉ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ, ଗାଡି ଗୁଡିକ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ତାପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ, ଓଡିଶାରେ ଥିବା ପ୍ରତେକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦% ଓଡିଶାର ଡ୍ରାଇଭର ମାନଙ୍କୁ କାମ କରିବାପାଇଁ ଅଗ୍ରାଧିକାର ଦିଆଯାଉ ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ରହିଛି ।
କାକଟପୁର: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବିରେ ମଙ୍ଗଳବାର ଦିନ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଡାକରା ଦିଆଯାଇଛି । ପୁରୀ ଜିଲ୍ଲା କାକଟପୁର ଡ୍ରାଇଭର ସଂଘ ତରଫରୁ ଆଜି କାକଟପୁର ବଳରା ଠାରେ ଆନେ୍ଦାଳନ କରାଯାଇଛି ।