ସ୍କୁଟି ଆରୋହୀଙ୍କୁ ଚାପିଦେଲା ବିଧାୟକଙ୍କ ଗାଡ଼ି : ଆରୋହୀ ମୃତ
ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍(WB 12BK 8988) ଧକ୍କାରେ ରାଧାକାନ୍ତ ଲେଙ୍କା(୫୬)ନାମକ ଜଣେ ସ୍କୁଟି(OD 22H 1442) ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ସ୍ଥାନୀୟ ସୋର ଥାନା ସାଜନପୁର ଅଞ୍ଚଳରେ।
ସୂଚନା ଯେ, ବିଧାୟକ ନିଜ ପରିବାର ସହିତ ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ କାରଟିଏ ଭାରସାମ୍ୟ ହରାଇ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ବିଧାୟକଙ୍କ କାର୍କୁ ଜବତ କରିଥିବା ବେଳେ ଚାଳକ ସମ୍ବିତ ସିଂରାୟଙ୍କୁ ଅଟକ ରଖିଛି।