ଆଫ୍ରିଦି ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

 ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂରରେ କ୍ଷତିଗ୍ରସ୍ତ ପାକିସ୍ତାନର ନେତାମନ୍ତ୍ରୀମାନେ ଏବେ ଭାରତ ବିରୋଧରେ ବିଷ ଓଗାଳୁଛି । ଖାଲି ନେତାମନ୍ତ୍ରୀ କାହିଁକି କ୍ରିକେଟର୍ମାନେ ବି ଭାରତର ଏତାଦୃଶକୁ କଡ଼ା ନିନ୍ଦା କରିବା ସହ ଆତଙ୍କୀଙ୍କ ମୃତୁ୍ୟରେ ଶୋକ ମନାଉଛନ୍ତି । ଏହି କ୍ରମରେ ପାକିସ୍ତାନୀ କ୍ରିକେଟର୍ ଶାହିଦ ଆଫି୍ରଦି ମଧ୍ୟ ଭାରତର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରୁଛନ୍ତି । ଭାରତର ପଦକ୍ଷେପରେ ସେ ସମ୍ପୂର୍ଣ୍ଣ ଅସନ୍ତୋଷ ହେବା ସହ ପାକିସ୍ତାନ୍ ସେନା ଯେଉଁ ଆକ୍ରମଣ କରି ତାହାକୁ ପ୍ରଶଂସା କରିଛନ୍ତି । ତେବେ ତାଙ୍କର ପ୍ରତିଟି ପଦବାଚ୍ୟ ପାକିସ୍ତାନ୍ ଆର୍ମି ଜେନେରାଲ ଆସିମ ମୁନୀରଙ୍କ ସହ ସମାନ ହେଉଥିବାରୁ ଆସନ୍ତା ଦିନରେ ଶାହିଦ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡିଆରେ ଏବେ ଏହି ଚର୍ଚ୍ଚା ଜୋରଦାର ହେଉଛି । ସେ ଏବେ କ୍ରିକେଟ୍ ପରେ ରାଜନୀତିରେ କ୍ୟାରିୟର ଆରମ୍ଭ କରିବେ ବୋଲି ଲୋକେ କହୁଛନ୍ତି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଶାହିଦ ଭାରତୀୟ ସେନାକୁ ଦାୟୀ କରିଥିବା ବେଳେ ‘ସିନ୍ଦୂର’ ପରେ ଆଫ୍ରିଦି ଲଗାତାର ଭାରତ ବିରୋଧରେ ନିଜର ବୟାନ ଦେଇ ଆସୁଛନ୍ତି । ରବିବାର କରାଚୀରେ ଏକ "ୟୌମ-ଏ-ତାଶକୁର’ (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ, ପୂର୍ବତନ କ୍ରିକେଟ ଅଧିନାୟକ ପାକିସ୍ତାନର ସଶସ୍ତ୍ର ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରିଥିଲେ । ସେ ଆଉ ଏକ ମିଥ୍ୟା ଦାବି କରିଥିଲେ ଯେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ନିରିହମାନେ ପ୍ରାଣ ହରାଇଥିଲେ । ଭାରତ କେବଳ ପାକିସ୍ତାନ ଦ୍ୱାରା ପୋଷଣ କରାଯାଉଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲା । ଆଫ୍ରିଦି କହିଥିଲେ, ଆମେ ସମସ୍ତେ ଶାନ୍ତି ପାଇଁ ଏକାଠି ହୋଇଛୁ । ଆମ ଦେଶ ଆମକୁ ଶାନ୍ତି ଶିଖାଏ । ଯେଉଁମାନେ ପ୍ରମାଣ ବିନା ଆମ ଉପରେ ଅଭିଯୋଗ ଆଣନ୍ତି, ସେମାନେ ମନେ ରଖିବା ଉଚିତ ଯେ ଆମେ ଦୀର୍ଘ ସମୟ ଧରି ଆତଙ୍କବାଦର ଶିକାର ହୋଇଛୁ ।