ଏସ୍ସିବିର ଭାରାପ୍ରାପ୍ତ ଅଧୀକ୍ଷକ ଡାକ୍ତର ଗୌତମ
କଟକ : ପ୍ରଫେସର ଡାକ୍ତର ଗୌତମ ଶତପଥୀ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟର ନୂଆ ଭାରାପ୍ରାପ୍ତ ଅଧୀକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂପ୍ରତି ପ୍ରଫେସର ଶତପଥୀ ଅସ୍ଥିସଲ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି । ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ସେ ଭାରାପ୍ରାପ୍ତ ଅଧୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ପ୍ରଫେସର ଶତପଥୀ ଆଜି ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟର ଭାରାପ୍ରାପ୍ତ ଅଧୀକ୍ଷକ ଦାୟିତ୍ୱରେ ପ୍ରଫେସର ଡାକ୍ତର ଲୁସି ଦାସ ଥିଲେ । ପ୍ରଫେସର ଦାସଙ୍କୁ ୨୦୨୪ ଅଗଷ୍ଟରେ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରୁ ଅଧୀକ୍ଷକ ପଦବୀ ଖାଲି ପଡ଼ିଥିବାବେଳେ ରାଜ୍ୟ ସରକାର କେବେ ପୁନଃକାଳୀନ ଅଧୀକ୍ଷକ ନିଯୁକ୍ତ କରିବେ ସେ ନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ଓଡ଼ିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ ।