ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ
ପ୍ରଦୀପ ସେନାପତି :
ପ୍ରାଚୀନ ଭାରତର ତପୋବନ ମଧ୍ୟରୁ ମୁନିକଣ୍ଠ ନିଃସୃତ ଅମରବାଣୀ ଯେପରି ଦିନେ ସମଗ୍ର ବିଶ୍ୱର ଚକ୍ଷୁ ଉନ୍ମୀଳନ କରି ପାରିଥିଲା, ସେହିପରି ଭବିଷ୍ୟତରେ ମଧ୍ୟ ଏହାର ନିରପେକ୍ଷ ବୈଦେଶିକ ନୀତି, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଓ ସର୍ବୋପରି ନିରସ୍ତ୍ରୀକରଣ ଯେ ସମଗ୍ର ବିଶ୍ୱବାସୀଙ୍କ ହୃଦୟ ଦ୍ୱାରା ଉନ୍ମୁକ୍ତ କରିଦେବ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଏଣୁ ପୌରାଣିକ ସଂସ୍କୃତିର ଋଷିମାନଙ୍କ ମୁଖନିଃସୃତ ବାଣୀକୁ ଆଜି ମଧ୍ୟ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଭାରତ ଉଦାର କଣ୍ଠରେ ଗାନ କରୁଅଛି । “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟ- ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମାକଶ୍ଚିତ୍ ଦୁଃଖଭାବ ଭବେତ ।” “ପରୋପକାରାୟ ସ୍ୱର୍ଗାୟ” ନୀତିଟି ଜୀବ ଧର୍ମ ବୋଲି ଜ୍ଞାନ କରିବା ପ୍ରତ୍ୟେକ ସୁମଣିଷର କର୍ତ୍ତବ୍ୟ । ସେଥିରେ ଈଶ୍ୱରଙ୍କର ଆଶୀର୍ବାଦ ରୂପୀ ଅମୃତ ବର୍ଷଣ ହେବ । ମଣିଷ ଜୀବନ ହେବ ସାର୍ଥକ । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଅଳ୍ପରେ ଲେଖି ଅଳ୍ପ କଥାର ଇତି କରୁଛି ନଚେତ୍ ଅଳ୍ପ କଥା ମୂଲ୍ୟବୋଧର ଅଭାବ ରହିଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ସଂକ୍ଷିପ୍ତ ପରିଚୟ ସମଗ୍ର ଭାରତବର୍ଷ ସମେତ ବିଶ୍ୱବାସୀ ଭଲଭାବେ ଅବଗତ । ତାଙ୍କର ନେତୃତ୍ୱ ଓ କ୍ଷମତାର ମହତ୍ୱ, ସୁଶାସନର ଶୈଳୀ ସମ୍ବନ୍ଧରେ ବିଶ୍ୱବାସୀ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ଶକ୍ତି କ୍ଷେତ୍ରରେ କାର୍ଯ୍ୟକ୍ରମ, ସଫଳତାର ମୂଳରେ ପଞ୍ଚାମୃତ ଦର୍ଶନ, ସୁଶାସନର ଚମକôାର ଶୈଳୀ ପ୍ରାସଙ୍ଗିକ ଅଟେ । ଜନକଲ୍ୟାଣ ଯୋଜନା ପାଇଁ ଶିକ୍ଷକମାନଙ୍କ ପ୍ରତି ବାର୍ତ୍ତା, ଜନଭାଗିଦାରୀ ପ୍ରସଙ୍ଗ, ସ୍କୁଲମାନଙ୍କର ଯେପରି କଳେବର ତଥା ନୂଆ ସୁବିଧା, ଶିକ୍ଷକ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପିଲାମାନଙ୍କର ପ୍ରଶ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଉତ୍ତର, ଶିଳ୍ପ କୌଶଳର ବ୍ୟବହାର ବ୍ୟାପକ ସ୍ତରରେ କରିଛନ୍ତି । ସ୍ୱଚ୍ଛ ଭାରତର ଅଭିଯାନ ମୋଦୀଙ୍କ ଜ୍ଞାନକୁ ଗ୍ରହଣ କରି ମହତ୍ୱ ଦିଅନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା, କଠିନ ପରିଶ୍ରମ କରିବା ଏକ ଅନିବାର୍ଯ୍ୟ ଯୋଗ୍ୟତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଚାଳନାର ମନ୍ତ୍ର ବା ମୁଖ ନିସୃତ ବାଣୀ ଆଜି ବିଶ୍ୱଗୁରୁର ଉପାଧୀ ମଣ୍ଡନ କରିବା ଆମମାନଙ୍କ ପାଇଁ ଏବଂ ସମଗ୍ର ଭାରତବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର କଥା । ଏପ୍ରିଲ ୨୨, ମଙ୍ଗଳବାର, ଦିନ ୪ଘଟିକା ସମୟରେ ଜାମ୍ମୁ-କାଶ୍ମୀର, ଅନନ୍ତନାଗ ଜିଲ୍ଲାର ପେହେଲଗାଁଓ ଠାରେ ପାକିସ୍ଥାନ ପ୍ରାୟୋଜିତ କୁଖ୍ୟାତ ଆତଙ୍କବାଦୀମାନଙ୍କ ଦ୍ୱାରା ନରସଂହାରରେ ନେପାଳର ଜଣେ ପର୍ଯ୍ୟଟକ ସମେତ ୨୫ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ଧର୍ମ ଆଧାରରେ ଗୁଳିକରି ହତ୍ୟା କରିଥିଲେ । ଏଥିପାଇଁ ଭାରତୀୟମାନଙ୍କ ମନରେ ଚରମ ପ୍ରତିଶୋଧ ପରାୟଣ ହୋଇ ତୁରନ୍ତ ପାକିସ୍ଥାନ ବିରୋଧରେ ଦୃଢ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋଦୀ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କର “ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ” ଏଭଳି ସମ୍ବେଦନଶୀଳ ଆହ୍ୱାନକୁ ବିଶ୍ୱ ସମୁଦାୟ ବୁଝିପାରିଥିବା ବେଳେ ଭୂୟଂଶୀ ପ୍ରଶଂସା କରିଥିଲେ । ମାତ୍ର ପାକିସ୍ଥାନ, ଚାଇନା, ଆମେରିକା, ତୁର୍କୀ ଏହି ବାର୍ତ୍ତାକୁ ଖାତିର କରିନଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ଥାନକୁ ସ୍ପଷ୍ଟ ଭାବରେ ଚରମ ଚେତାବନୀ ଶୁଣାଇ ଦେଇଥିଲେ । ତୁରନ୍ତ ତଥା ଦୃଢ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ କ୍ଷମତା ଭାରତୀୟ ସେନା ବାହିନୀକୁ ଦିଆଯାଇଥିଲା । କିଭଳି ପାକିସ୍ଥାନରେ ପଶି ଆତଙ୍କବାଦୀମାନଙ୍କୁ ନିପାତ କରାଯିବ ଏବଂ ସେମାନଙ୍କ ଆଡ୍ଡÿାଗୁଡ଼ିକୁ ମାଟିରେ ମିଶାଇ ଧ୍ୱଂସ କରାଯିବ ତାହା ସେନାବାହିନୀର ନିଜସ୍ୱ ଚିନ୍ତାଧାରାରେ ଯୋଜନା ପ୍ରସ୍ତୁତ କରିବେ ବୋଲି ମୋଦୀ ନିଦେ୍ର୍ଦଶ ଦେଇଥିଲେ । ପରେ, ମେ - ୮, ୯ ଓ ୧୦ ତାରିଖରେ ଯାହା ଘଟିଗଲା ତାହା ବିଶ୍ୱ ସମୁଦାୟକୁ ଚକିତ କରିଦେଇଥିଲା । ମାତ୍ର ତିନିଦିନ ମଧ୍ୟରେ ପାକିସ୍ଥାନ ସମେତ ସମଗ୍ର ବିଶ୍ୱ ଜାଣିଲା ଭାରତର ପରାକ୍ରମ । ସାମରିକ ଶକ୍ତିର କ୍ଷମତା କେତେ ଭୟଙ୍କର ଥିଲା । ପାକିସ୍ଥାନର ନିଦ ହଜାଇ ଦେଇଥିଲେ ମୋଦୀ ସରକାର । ଭୟଭୀତ ହୋଇ ଆମେରିକା ସମେତ ବିଶ୍ୱ ସମୁଦାୟ ଆଗରେ ଗୁହାରି କରି ଯୁଦ୍ଧ ବନ୍ଦ କରିବା ପାଇଁ ଭାରତକୁ ବୁଝାଇବାପାଇଁ ଶରଣ ପଶିଥିଲା । ପାକିସ୍ଥାନ ସର୍ବଦା ଟିକେ ଟିକେ କଥାରେ ଭାରତ ଉପରେ ପରମାଣୁ ବୋମା ପକାଇ ଉଡ଼ାଇ ଦେବାକୁ ଶସ୍ତା ଧମକପୂର୍ଣ୍ଣ ବାର୍ତ୍ତା ଦେଉଥିବାବେଳେ, ମୋଦୀ ସରକାର ପାକିସ୍ଥାନରେ ଥିବା ତା’ର ସେହି ପରମାଣୁ ଶକ୍ତି କେନ୍ଦ୍ରକୁ ଧ୍ୱଂସ କରିବା ପାଇଁ “କିରାନା ହିଲ୍” ଉପରେ “ବ୍ରହ୍ମୋସ” ମିସାଇଲ ମାଡ଼କରି ପାକିସ୍ଥାନକୁ ଛାନିଆ କରିପକାଇଥିଲେ । ମୋଦୀ ରୋକଠୋକ୍ ଚରମ ଚେତାବନୀ ଶୁଣାଇ ଦେଇ ଧମକପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରି କହିଥିଲେ ଯେ, ଭାରତକୁ ପରମାଣୁ ଧମକ ଦେଉଥିବା ପାକିସ୍ତାନର ବ୍ଲାକମେଲକୁ ଆଉ କସ୍ମିନକାଳେ ମୋଦୀ ସରକାର ବରଦାସ୍ତ କରିପାରିବେ ନାହିଁ । ଯେତେବେଳେ ଚାହିଁବ ଏବଂ ଯେଉଁ ମୁହୂର୍ତ୍ତରେ ଚାହିଁବ ପାକିସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶାଇ ଦେବାପାଇଁ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି ମୋଦୀ ସରକାର । ଯାହା ପ୍ରମାଣ ପାକିସ୍ତାନ ପାଇ ସାରିଛି । ଭାରତର ସାମରିକ ଶକ୍ତିର କ୍ଷମତା କେତେ ଭୟଙ୍କର ଏବଂ ଶକ୍ତିଶାଳୀ ଥିଲା ତାହା ଦେଖି କେବଳ ପାକିସ୍ଥାନ ନୁହେଁ, ସମଗ୍ର ବିଶ୍ୱ ମଧ୍ୟ ଚକିତ ହୋଇଯାଇଥିଲା । ମୋଦୀ କହିଲେ, ଏହା ପୁରୁଣା ଭାରତ ନୁହେଁ, ଏହା ନୟା ଭାରତ । ପାକିସ୍ତାନର ଆତଙ୍କବାଦୀମାନଙ୍କ ନରସଂହାରରେ ମୋଦୀ କେବଳ ପାକିସ୍ତାନକୁ ନୁହେଁ ବରଂ ଅନ୍ୟ ତିନୋଟି ଦେଶ ସହିତ ମଧ୍ୟ ଲଢି ଭାରତର ଦୁଃସାହାସିକ ଚମକôାର ସାମରିକ ପରାକ୍ରମ ଦେଖାଇ ପାରିଛନ୍ତି । ଆମେରିକା, ଚାଇନା, ତୁର୍କୀର ଡ଼୍ରୋନ୍, ଯୁଦ୍ଧ ବିମାନ , ରାଡ଼ାର ସିଷ୍ଟମ, ଏୟାର ଡ଼ିଫେନେସ୍ ସିଷ୍ଟମଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱସଂ କରି ମୋଦୀ ଚେତାଇ ଦେଲେ ଯେ, ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଯେ କୌଣସି ପ୍ରକାର ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ କାହାର ସାହାଯ୍ୟ, ସହଯୋଗର ଆବଶ୍ୟକତା ନାହିଁ କିମ୍ବା ବିଶ୍ୱରେ ଆମକୁ କେହି ଅଟକାଇ ପାରିବେ ନାହିଁ କି ନାଲି ଆଖି ଦେଖାଇ ପାରିବେ ନାହିଁ । ନିଜସ୍ୱ ଜ୍ଞାନକୌଶଳ ନିର୍ମିତ ମୋଦୀ ଭାରତର କ୍ଷମତା ବହୁ ଉନ୍ନତ ଏବଂ ଶକ୍ତିଶାଳୀ, ମେକ୍ଇନ୍ ଇଣ୍ଡିଆର ସ୍ୱପ୍ନ ସମ୍ପୂର୍ଣ୍ଣ ଭାବେ ସାର୍ଥକ ହୋଇପାରିଛି ବୋଲି ମୋଦୀ ବିଶ୍ୱକୁ ଚେତାଇ ଦେଇଛନ୍ତି । ଆମେରିକା, ଚାଇନା ଓ ତୁର୍କୀ ମଧ୍ୟ ଭାରତର ସାମରିକ ଶକ୍ତିର କ୍ଷମତା, ଦକ୍ଷତାକୁ ନିଶ୍ଚିତ ଭାବରେ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ପାକିସ୍ତାନକୁ ସିନ୍ଧୁନଦୀ ଜଳଚୁକ୍ତି ବାତିଲ କରି ଦୃଢ ଐତିହାସିକ ଓ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବା ସ୍ୱାଧୀନ ଭାରତ ପାଇଁ ଏହା ଥିଲା ପ୍ରଥମ ଘଟଣା ବୋଲି କୁହାଯିବ । ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଏଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ସାହସ କରିପାରିନଥିଲେ । ଏହା “ମୋଦୀ ଭାରତ” ।
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକୁ ଆହୁରି ଚେତାଇ ଦେଇଛନ୍ତି ଯେ, ଦେଶ ପାଇଁ ଆବଶ୍ୟକ ପଡ଼ିଲେ ଆମ୍ଭେ “ବୁଦ୍ଧ ନୁହେଁ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ ଅଛୁ । ଏହିି ପରିପ୍ରେକ୍ଷୀରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦୀ “ବିଶ୍ୱ ବନ୍ଦିତ” ପ୍ରଧାନମନ୍ତ୍ରୀ ହୋଇଥିବାରୁ ଗର୍ବର ସହିତ ଆଜି ଆମେ କହିପାରୁଛୁ “ମେରା ଭାରତ ମହାନ୍” । ତେଣୁ, ଆଜି ତାଙ୍କର ଏହି ପବିତ୍ର ୭୫ତମ ଜୟନ୍ତୀ ଅବସରରେ ଗର୍ବ ଓ ଗୌରବ, ସହୃଦୟତାର ସହିତ ମୁଁ ଗଭୀର ଶୁଭେଛା ଅଭିନନ୍ଦନ ଓ ଶୁଭକାମନା ଜଣାଇ କାଳଜୟୀ ହୋଇ ରୁହନ୍ତୁ ବୋଲି ଏତିକି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା କରୁଛି । ଜୟହିନ୍ଦ୍, ଜୟ ଭାରତ, ଭାରତ ମାତା କି ଜୟ, ଜୟ ମୋଦୀ ଭାରତ ।
ଭୁବନେଶ୍ୱର
ମୋ:୭୮୪୮୮୯୮୪୫୬