ଆର୍ଥକ ସଚେତନତା ଶିବିର ଅନୁଷ୍ଠିତ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଖଇରା ମହାବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଆର୍ଥôକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶରତ କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ଖଇରା ୟୁକୋ ବ୍ୟାଙ୍କ ଶାଖାର ପରିଚାଳକ ଆନନ୍ଦ କୁମାର ପାଣ୍ଡେ ଓ ୟୁନିଅନ ବ୍ୟାଙ୍କ ଶାଖାର ପରିଚାଳକ ଏୟାନିଟସ ତିର୍କୀ ଯୋଗ ଦେଇ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ବିଶେଷ ସୁବିଧା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ପାଦକ ମୁକ୍ତିକାନ୍ତ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନାମ ଚରଣ ପଣ୍ଡା, ନାରାୟଣ ପେଡା, ଅରୁଣ କୁମାର ସ୍ୱାଇଁ, ବୁଦ୍ଧିରାମ ପାଣିଗ୍ରାହୀ, ବିନୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।