ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉକ୍ରଟ ; ଗ୍ରାପ-୩ କଟକଣା 

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ଉକ୍ରଟ ରୂପ ନେଇଛି । ଶନିବାର ଦିନ ଦିଲ୍ଲୀ ବାୟୁ ଗୁଣବତ୍ତା ଅବନତି ହେବା ସହିତ "ଗମ୍ଭୀର’  ବର୍ଗର ନିକଟତର ହୋଇଛି । ସରକାର ଗ୍ରେଡେଡ୍‌ ରେସପନ୍ସ ଆକ୍ସନ୍‌ ପ୍ଲାନ୍‌ (ଗ୍ରାପ)ର ପର୍ଯ୍ୟାୟ ୩ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଶନିବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ିର ଆବରଣ ଘୋଡ଼ାଇ ହୋଇଯାଇଥିଲା । ଯାହାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୧ ଥିଲା ।  ଯାହା ‘ଗମ୍ଭୀର' ବର୍ଗରେ ଥିଲା । ଗ୍ରାପ-୩ ଲାଗୁ  କରିବାର ଘୋଷଣା କରି ଦିଲ୍ଲୀ ସରକାର ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ ୧୨ ତାରିଖ ଅପରାହ୍ନ ୪ ଟାରେ ରାଜଧାନୀ ସହରରେ ଏକ୍ୟୁଆଇ ୩୪୯ ରେକର୍ଡ କରାଯାଇଥିଲା ଏବଂ ଶନିବାର ପ୍ରାରମ୍ଭରେ ଏହା ଏକ ତୀବ୍ର ବୃଦ୍ଧି ପାଉଥିବା ଧାରା ପ୍ରଦର୍ଶନ କରିଥିଲା । ଦ୍ଭ ଧୀର ପବନ ବେଗ, ସ୍ଥିର ବାୟୁମଣ୍ଡଳ, ପ୍ରତିକୂଳ ପାଗ ପାରାମିଟର ଓ ପାଣିପାଗ ପରିସ୍ଥିତି ଏବଂ ପ୍ରଦୂଷକ ବିସ୍ତାର ଅଭାବ ଯୋଗୁଁ, ଆଜି ସକାଳ ୧୦ ଟାରେ ଦିଲ୍ଲୀ ଏକ୍ୟୁଆଇ ୪୦୧ ରେକର୍ଡ କରାଯାଇଥିଲା । ବାୟୁ ଗୁଣବତ୍ତାର ପ୍ରଚଳିତ ଧାରା ଉଲ୍ଲେଖ କରି, ଦିଲ୍ଲୀ ପ୍ରଶାସନ କହିଛି ଯେ ବାୟୁ ଗୁଣବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ) ସମଗ୍ର ଏନସିଆରରେ ତୁରନ୍ତ ପ୍ରଭାବରେ ପ୍ରଚଳିତ ଗ୍ରାପ - ‘ଗମ୍ଭୀର' ବାୟୁ ଗୁଣବତ୍ତା (୪୦୧-୪୫୦ ମଧ୍ୟରେ ଦିଲ୍ଲୀ ଏକ୍ୟୁଆଇ) ର ପର୍ଯ୍ୟାୟ-୩ ଅଧୀନରେ ପରିକଳ୍ପିତ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ କରିଛି । ଏନସିଆରରେ ପୂର୍ବରୁ ବଳବତ୍ତର ଥିବା ଗ୍ରାପର ପର୍ଯ୍ୟାୟ ୧ ଏବଂ ୨ ଅଧୀନରେ କାର୍ଯ୍ୟଗୁଡ଼ିକ ସହିତ "ଅତିରିକ୍ତ’ ପର୍ଯ୍ୟାୟ ୩ ପ୍ରତିରୋଧ କାର୍ଯ୍ୟକାରୀ କରାଯିବ । ପ୍ରେସ୍‌ ନୋଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏନସିଆର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଏଜେନ୍ସିଗୁଡ଼ିକୁ ଏହି ଅଞ୍ଚଳରେ ବାୟୁ ଗୁଣବତ୍ତାର ଆହୁରି ଅବନତିକୁ ରୋକିବା ପାଇଁ ପ୍ରତିରୋଧକ ପଦକ୍ଷେପଗୁଡ଼ିକୁ ତୀବ୍ର କରିବାକୁ କୁହାଯାଇଛି ।