ଆଳୁ ସଙ୍କଟ ଆଉ କେତେଦିନ?

ଆଳୁ ସଙ୍କଟ ଆଉ କେତେଦିନ?

ରାଜ୍ୟରେ ଏବେ ଆଳୁ ଦର ହୁହୁ ହୋଇ ବଢ଼ୁଛି। ଯାହା ଫଳରୋ ଖଟିକିଆ ଓ ଗରିବ ଲୋକମାନଙ୍କୁ ଏହା ବହୁତ ବାଧୁଛି। ଆଳୁର ଚଢ଼ା ଦର ଏବେ ସେମାନଙ୍କ ପେଟକୁ ନାତ ସଦୃଶ ହୋଇଛି। ରାଜ୍ୟର ଗରୀବ ଖାଉଟିମାନେ ସରକାରଙ୍କର ବିଭିନ୍ନ ମାଗଣା ଯୋଜନାରେ ଫାଇଦା ନେଉଛନ୍ତି । ରାଜ୍ୟରେ ଦୁର୍ନୀତି ଗସ୍ତ ଓ ମିଥ୍ୟା ରିପୋର୍ଟ ପ୍ରଦାନ କରିଆସୁଥିବା ସରକାରୀ କର୍ମଚାରୀମାନେ ଚାଷୀମାନଙ୍କୁ ଉତ୍ପାଦନ ପାଇଁ ଉତ୍ସାହିତ ନକରି ଭ୍ରମାତ୍ମକ ପରିସଂଖ୍ୟାନ ରିପୋର୍ଟ ଦେଇ ବିଭାଗୀୟ ମନ୍ତ୍ରୀ ବିଧାନସଭା ଭିତରେ ଓ ବାହାରେ ତାଳିପକା କଥା କହି ଘଟଣାକୁ ଏଡାଇ ଦେଉଛନ୍ତି । ତାର ଫଳ ଏବେ ଲୋକେ ଭୋଗ କରୁଛନ୍ତି। ବିଶେଷକରି ଚାଷୀମାନେ ଚାଷ କଲେ ବି ଉତ୍ପାଦିତ ଫସଲ ସଂରକ୍ଷିତ କରି ରଖିବା ପାଇଁ ଶୀତଳଭଣ୍ଡାର ନଥିବା ଯୋଗୁଁ  ଚାଷୀ ହନ୍ତସନ୍ତ ହେଉଛନ୍ତି। ତେଣୁ ବର୍ଷଯାକ ଆଳୁ, ପିଆଜ, ଅଦା, ଲଙ୍କା, ରସୁଣ, ଲେମ୍ବୁ, ଅଣ୍ଡା, ମାଛ, କ୍ଷୀର ସହିତ ବିଭିନ୍ନ କିସମର ପନିପରିବା ପ୍ରତିଦିନ ବାହାର ରାଜ୍ୟରୁ ଆସିଲେ ଖାଉଟିମାନେ କିଣି ଖାଉଛନ୍ତି। ଆଳୁ ଚାଷୁକୁ ସରକାର ସବ୍ସିଡ୍ ଦେଇ ଚାଷୀଙ୍କୁ ଉତ୍ସାହିତ ସହ ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ସ୍ଥାପନ କଲେ ଏହାର କିଛି ଲାଭ ରାଜ୍ୟକୁ ମିଳନ୍ତା ହେଲେ କୌଣସି କୃଷି କିମ୍ୱା ଉଦ୍ୟାନ କୃଷି ଏଥିପ୍ରତି ବିଶେଷ ଦୃଷ୍ଟି ଦେଉ ନଥିବା ଦେଖିବାକୁ ମିଳୁଛି । କୋଣସି ଯୋଜନାର ପ୍ରକୃତ ତଥ୍ୟ ତୃଣମୂଳ ସ୍ତରରେ ତଦାରଖ କରାନଯାଇ ଜଳସେଚନ ଠାରୁ ବିହନ ସାର ଓ କୃଷି ଉପକରଣରେ ସରକାର ଚାଷୀଙ୍କୁ ଦେଇ ମିଥ୍ୟା ଓ ଭିତ୍ତିହୀନ ତଥ୍ୟ ସରକାରଙ୍କୁ ପ୍ରଦାନ ନ କରିବାର ଫଳ ଏବେ ଆଳୁ, ପିଆଜ, ଅଦା, ଲଙ୍କା, ରସୁଣ ଭଳି କୃଷିଜାତ ସାମଗ୍ରୀର ତିନିଗୁଣରୁ ଚାରିଗୁଣ ମୂଲ୍ୟବୃଦ୍ଧି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଆଳୁ କେଜି ପ୍ରତି ୪୦ରୁ ପଚାଶ, ପିଆଜ ୬୦ ରୁ ୭୦ ଲଙ୍କା ସର୍ବନିମ୍ନ କେଜି ଦୁଇଶହ ଏବଂ ରସୁଣ ଚାରିଶହ ଟଙ୍କାରେ ପହଞ୍ଚିଥିବା ବେଳେ ବାଇଗଣ ୫୦ରୁ ୬୦ ଫୁଲକୋବି ଓ ବନ୍ଧାକୋବି ପଚାଶରୁ ଷାଠିଏ ହୋଇଥିବାବେଳେ ଆଳୁ ପନିପରିବା ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ କିମ୍ୱା ପଞ୍ଜାବ ଓ ଆନ୍ଧ୍ରରୁ ଆସିଲେ ଓଡିଶା ଲୋକ ଖାଇବାକୁ ପାଇବେ । ପ୍ରକୃତ ଚାଷୀମାନଙ୍କୁ ସରକାରୀ ମାର୍ଗଦର୍ଶନ ଓ ସଠିକ୍ ପରାମର୍ଶ ଉପଯୁକ୍ତ ବିହନ ସରକାରଙ୍କ କୃଷି ବିଭାଗ ଯୋଗାଇ ନଦେଇ ବାହାସ୍ଫୋଟ ମାରୁଥିବାବେଳେ ଏବେ ରାଜ୍ୟରେ ଆଳୁ ସଙ୍କଟ ଉଗ୍ର ରୂପ ଧାରଣ କଲାଣି ।  ଲୋକେ ଏବେ କହିବୁଲୁଛନ୍ତି ଯେ, ଆଳୁ ସଙ୍କଟ ଆଉ କେତଦିନ । ଏଣୁ ସରସକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।