ବୃକ୍ଷରୋପଣ ପାଇଁ କୋଟି କୋଟି ଖର୍ଚ୍ଚ : ବଞ୍ଚିଛି ୨୩ ପ୍ରତିଶତରୁ କମ୍ ଗଛ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ରେଶମ ଚାଷ ର ପ୍ରଗତି ପାଇଁ ଅର୍ଜୁନ,ଅସନ ଚାରା ରୋପଣ ରେ ମହାଘୋଟାଲା । ସୂଚନା ଅଧିକାର ରୁ ମିଳିଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କୁହାଯାଉଛି । ଜିଲ୍ଲାର ବିଭିନ୍ନ ଟସର ସୋସାଇଟିରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା,ଏମଜିଏନଆରଇଜିଏ,ଡିଏମଏଫ, ଯୋଜନା ମାଧ୍ୟମରେ ବିଭିନ୍ନ ବ୍ଲକରେ ଟସର ଚାଷ କରାଯାଉଛି । ଗତ ୫ ବର୍ଷ ଭିତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୦୦ ହେକ୍ଟରରେ ଅର୍ଜୁନ ଅସନ ଗଛ ଲଗାଇଥିବାର ସୂଚନା ମିଳିଛି । ଏହାର ଦୁର୍ନୀତିର ସୁରାକ ପାଇବା ପରେ ପବିତ୍ର ମୋହନ ସିଂହ ଏବଂ ବୀର ଅମର ସିଂ ପୃଥକ ପୃଥକ ଭାବେ ସୂଚନା ଅଧିକାର ଆଇନ ମାଧ୍ୟମରେ ସୂଚନା କେନ୍ଦୁଝର ଏଡିଏସ ଅଫିସରୁ ମାଗିଥିଲେ । ଏଡିଏସ୍ ଅଫିସରୁ ମିଳିଥିବା ତଥ୍ୟରେ ବହୁତ ଭୁଲ ପରିଲକ୍ଷିତ ହୋଇଛି । ୨୦୧୯-୨୦ ମସିହାରେ ଢେଙ୍କିକୋଟ ଟସର ସୋସାଇଟିକୁ ୩୦୦ ହେକ୍ଟର, ଟାଙ୍ଗୀରିଆପାଳ ସୋସାଇଟିକୁ ୩୦ ହେକ୍ଟର, ରେବେଣା ପଳାସପାଳ ସୋସାଇଟିକୁ ୧୦ ହେକ୍ଟର, ଭଗାମୁଣ୍ଡା ସୋସାଇଟିକୁ ୧୦ ହେକ୍ଟର, ବାଂଶପାଳ ଟସର ସୋସାଇଟିକୁ ୫୦ ହେକ୍ଟର ବୃକ୍ଷରୋପଣ ପାଇଁ ଅନୁମତି ଦିଆଯାଇଥିଲା । ତାପରେ ବୃକ୍ଷ ରୋପଣ କରିବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ସୂଚନାରେ ମଗା ଯାଇଥିଲା କି, ଲଗାଯାଇଥିବା ଜାଗାରେ କେତେ ଗଛ ଜୀବିତ ଅଛି, କିନ୍ତୁ ମିଳିଥିବା ସୂଚନା ତଥ୍ୟରେ ଦର୍ଶାଇଛନ୍ତି କି ବୃକ୍ଷ ରୋପଣ ହୋଇଥିବା ଜାଗାରେ ୮୫ ପ୍ରତିଶତ ଗଛ ବଞ୍ଚିଛି । ଏନେଇ ଢେଙ୍କିକୋଟ ଟସର ସୋସାଇଟିର ପୂର୍ବତନ ସଭାପତି ପବିତ୍ର ମୋହନ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି କି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି ।
ଏଡିଏସ ଏବଂ ସୋସାଇଟି ସେକ୍ରେଟାରୀ ମିଶି ନିଜ ଇଛାରେ ମିଥ୍ୟା ବିଲ କରି ଅର୍ଥ ଖର୍ଚ୍ଚ କରିଛନ୍ତି । ଯାହାକି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବାକଥା କିନ୍ତୁ ତାହା ନ କରି ସୋସାଇଟି ସେକ୍ରେଟାରୀକୁ ଭେଣ୍ଡର କରି ଟଙ୍କା ପ୍ରଦାନ କରିଛନ୍ତି । ଯାହାଫଳରେ ଆଜି ପର୍ଯ୍ୟନ୍ତ କାମ କରି ବହୁ ଶ୍ରମିକ ତାଙ୍କର ଟଙ୍କା ପାଇଁ ପାରି ନାହାନ୍ତି । ଏନେଇ କେନ୍ଦୁଝର ଶ୍ରମ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି । ଏହିଭଳି ସାର, ଖତ ଏବଂ ଏହି ସବୁ ଦୁର୍ନୀତି ବିରୋଧରେ ଡାଇରେକ୍ଟର ନିକଟରେ ଅଭିଯୋଗ ହୋଇ ସାରିଥିଲେ ମଧ୍ୟ ଚତୁରତାର ସହ ୟୁ.ସି ପ୍ରଦାନ କରି ଚଞ୍ଚକତା କରି ଦୁର୍ନୀତିରୁ ବଞ୍ଚô ଯିବା ପାଇଁ ଚାହିଁ ବସିଛନ୍ତି । ଏମିତିକି ଗୋଟିଏ ଗୋଟିଏ ଜାଗାରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଯେଉଁ ଜାଗାରେ ଚାରା ରୋପଣ ହୋଇଛି ସେହି ଜାଗାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ମଧ୍ୟ ବୃକ୍ଷରୋପଣ କରାଯାଇଛି । ଦୁଃଖର ବିଷୟ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ହୋଇଥିବା ବୃକ୍ଷ ରୋପଣ ହୋଇଛି ତାହା ବିଭିନ୍ନ ସୋସାଇଟି ସମ୍ପାଦକ ଦର୍ଶାଇଛନ୍ତି କି, ୮୫ପ୍ରତିଶତ ବଞ୍ଚିଛି ବୋଲି ତାହା ପ୍ରକୃତରେ ୨୦ ପ୍ରତିଶତରୁ ବି କମ୍ ଗଛ ବଞ୍ଚିଛି । ଯାହାକି ଠିକ୍ ସମୟରେ ରକ୍ଷଣାବେକ୍ଷଣର ଅଭାବ ସହ ଠିକ୍ ସମୟରେ ସାର ଖତ ନଦେଇ ଚୁପ୍ ହୋଇ ରହିଲେ । ଯାହାଫଳରେ ୮୫ ପ୍ରତିଶତ ଗଛ ମରିଗଲା ଆଉ ସେଥିପାଇଁ ଦାୟୀ ହେଲେ ଏଡିଏସ ଏବଂ ସୋସାଇଟି ର ସମ୍ପାଦକ । ଯାହାଫଳରେ ଟସର ଚାଷୀ ହତାଶ ହୋଇ ରୋଜଗାର ହରାଉଛନ୍ତି ଏବଂ ଅଧିକାରୀ ମାନେ ଲାଭବାନ ହେଉଛନ୍ତି । ଏଣୁ ଏ ସବୁ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ସିଂହ ଦାବି କରିଛନ୍ତି ।