ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉସବ

 ନୂଆପଡା: ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ  ଫରସରା ଆଶ୍ରମ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉସôବ ୨୦୨୫ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି  । ଅନୁଷ୍ଟିତ କାର୍ଯକ୍ରମ ରେ ଫରସରା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ  ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବୋଡ଼?ନ ବିଡ଼ିଓ ସୁଶାନ୍ତ କୁମାର ରଣା ,ମୁଖ୍ୟବକ୍ତା ଭାବେ ଗୟାଧର ମହାନ୍ତି ସମ୍ମାନିତ ଅତିଥି ଭାବରେ ଡି ଆଇ  କଳାହାଣ୍ଡି ଓ ନୂଆପଡ଼ା ଉଦୟ ସିଂ ମାଝୀ ,  ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ  ଭୋଇ, ଫରସରା ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବିକା ଝରାମଣି ପାନ, ସ୍ଥାନୀୟ ସରପଞ୍ଚ ସରିତା ନିଆଲ୍, ସ୍ଥାନୀୟ ସମିତି ସଭ୍ୟା ବାଳିକା ମାଝୀ, ସ୍କୁଲ ପରିଚାଳନା କମିଟି  ଚ୍ୟାରମେନ ଶୋଭା ସିଂ ନାଏକ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ  । ପ୍ରଥମେ ମଞ୍ଚାସିନ ଅତିଥି ମାନଙ୍କୁ  ସେବାଶ୍ରମ ର ଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା  । ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ , ଧୂପ ଓ ଦୀପ ପ୍ରଜ୍ୱଳନ ପୂର୍ବକ  ପୂଜାର୍ଚ୍ଚନା କରାଯାଇଥିଲା  । ଫରସରା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ  । ପରେ ପରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ଦଣ୍ଡସେନା ସ୍ୱାଗତ ଅଭିଭାଶଣ ରଖିଥିଲେ  ।ବରିଷ୍ଟ ଶିକ୍ଷକ ମୋହନ ଚରଣ ଦାସ ଫରସରା ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।  ବାର୍ଷିକ ଉସôବ ହେଉଛି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦର୍ପଣ ସ୍ୱରୂପ , ପିଲାଙ୍କ ପାଠ ପଢିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉସôବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକଲୋଚନକୁ ଆସିପାରୁଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉସôବ ଅୟୋଜନ କରିଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ଦଣ୍ଡସେନାଙ୍କୁ ଅଭିଭାବକ ଅଭିଭାବିକା, ଭଦ୍ରବ୍ୟକ୍ତି ,ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଦେଇଥିଲେ । ଠିକ୍ ସେହିଭଳି ପୁରସ୍କାର ବିତରଣ ଉସôବରେ  ପ୍ରଧାନ ଶିକ୍ଷକ ଶ୍ୟାମ ଦଣ୍ଡସେନାଙ୍କ ସଭାପତିତ୍ୱରେ ପ୍ରାଧ୍ୟାପକ ଗୟାଧର ମହାନ୍ତି, ସ୍ଥାନୀୟ ସରପଞ୍ଚ ସରିତା ନୀଆଲ୍, ସ୍ଥାନୀୟ ସମିତି ସଭ୍ୟା ବାଳିକା ମାଝୀ , ସ୍କୁଲ ପରିଚାଳନା କମିଟି ଚ୍ୟାରମେନ୍ ସୋଭାସିଂ ନାଏକ , ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଉକ୍ତ ବାର୍ଷିକ ଉସôବର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ  ବରିଷ୍ଟ ଶିକ୍ଷକ ମୋହନ ଚରଣ ଦାସ କରିଥିବା ବେଳେ ବରିଷ୍ଟ ଶିକ୍ଷକ ବନମାଳୀ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ  । ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତ ନୃତ୍ୟ, ଗୀତ ସେବାଶ୍ରମର ସମସ୍ତ ଶିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ମେଟ୍ରନର ସହଯୋଗରେ ସଫଲିଭୂତ ହୋଇଥିଲା  । ରୋଷେଇ ତଥା ଖାଦ୍ୟପେୟ ଦାୟିତ୍ୱରେ ବରିଷ୍ଠ ଶିକ୍ଷକ ବନମାଳୀ ବେମାଲ , ମହିଳା ସି ସି ଏ , ପୁରୁଷ ସି ସି ଏ  , ମଧ୍ୟାହ୍ନ ଭୋଜନ ପାଚକ ପାଚିକା  ସହଯୋଗ କରିଥିବାବେଳେ ବରିଷ୍ଟ ଶିକ୍ଷକ ପ୍ରଫୁଲ୍ଲ ଜାଗତ ସାଂସ୍କୃତିକ କାର୍ଯକ୍ରମ ଓ ଅତିଥି ସ୍ୱାଗତ ,ବରିଷ୍ଟ ଶିକ୍ଷକ ଭଗବାନ ମହାନନ୍ଦ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ତଥା ଗଣେଶ ରାମ ମେହେର ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ   ।