ପରୀକ୍ଷା ଦେଲେ ୧୯୯୯ବିଦ୍ୟାର୍ଥୀ, ୧୬ ଅନୁପସ୍ଥିତ 

 ହିଞ୍ଜିଳିକାଟୁ:  ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି ମାର୍ଚ୍ଚ ୬ ତାରିଖରେ ଶେଷ ହେବ । ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ବ୍ଲକର ୧୦ ଟି ପରୀକ୍ଷା କେନ୍ଦ୍ରରେ ୨୦୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୯୯ ଉପସ୍ଥିତ ଥିବାବେଳେ ୧୬ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଗିରିଧରଙ୍କ ସୂତ୍ରରୁ ପ୍ରକାଶ । ହିଞ୍ଜିଳିକାଟୁ ବ୍ଲକ ସାହାପୁର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୦ ମଧ୍ୟରୁ ୨ଅନୁପସ୍ଥିତ ରହିଥିବାବେଳେ ଗଣ୍ଡଳା ଗଣେଶ ବିଦ୍ୟାପୀଠରେ ୧୭୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ, କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ୧୮୩ ମଧ୍ୟରୁ ୫ ଜଣ ଅନୁପସ୍ଥିତ, ସାରୁ ଉଚ୍ଚ ବିଦ୍ୟାଳୟରେ ୧୧୭ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ, ବୁରୁପୋଡା ଭଗବତୀ ବିଦ୍ୟାପୀଠରେ ୨୦୮ରୁ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟରେ ୨୧୩ ରୁ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ,  ସ୍ଥାନୀୟ ପୈାରାଞ୍ଚଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୨୨ ରୁ ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ମକରଝୋଳ ଉଚ୍ଚ ବିଦ୍ୟାଳୟ, ହିଞ୍ଜିଳିକାଟୁ ପୌରାଞ୍ଚଳ ସରକାରୀ ଏନଏଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ । ପ୍ରଥମ ଦିବସ ମାତୃଭାଷା ଓଡିଆ ବିଷୟ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସମାପନ ହୋଇଥିବା ଏବିଇଓ ସୁଶିଲ କୁମାର ପାତ୍ର କହିଛନ୍ତି ।  ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପୁଲିସ ମୃତୟନ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।