ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ାା ପ୍ରଭାନୁ୍ୟଜ୍ାା ବାଲେଶ୍ୱର: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ-୨୦୨୪ ର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଡ. ସତ୍ୟଜିତ ନାୟକ, ପୋଲିସ ଉପ- ମହାନିରୀକ୍ଷକ (ପୂର୍ବାଞ୍ଚଳ ଜୋନ) ଯୋଗ ଦେଇଥିବା ବେଳେ ରାଜ ପ୍ରସାଦ, ଆରକ୍ଷୀ ଅଧିକ୍ଷକ, ଖୁଶୱନ୍ତ ସିଂ, ମଣ୍ଡଳୀୟ ବନ ଅଧିକାରୀ, ରାହୁଲ ପି.ଆର, ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ବାଲେଶ୍ୱର ଖଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥି ସହିତ ଅତିଥି ଭାବେ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର ଓ  ବିଶ୍ୱରଞ୍ଜନ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜÿିଲ୍ଲା ପରିଷଦ ମଞ୍ଚାସୀନ ଥିଲେ ଓ ପଂକୀର ମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ  । ସଭା ପ୍ରାରମ୍ଭରେ ସଂସ୍କୃତି ପୋଲିସ ଲାଇନ ରିଜର୍ଭ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ‘ବନେ୍ଦ ଉକôଳ ଜନନୀ’ ପରିବେଷିତ ହୋଇଥିଲା ଓ ଉକ୍ତ ସଭାରେ ମଞ୍ଚସ୍ଥ ଅତିଥିମାନେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଉଦବୋଧନ ଦେବା ସହିତ ଦୁର୍ନୀତିକୁ କିପରି ତୃଣମୂଳ ସ୍ତରରେ ରୋକା ଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ  । ଏହି ସଭାରେ ଏକ ଦୁର୍ନୀତିମୁକ୍ତ ଦେଶ ଗଠନ ଏବଂ ସ୍ୱଚ୍ଛ ଜନସେବା ସୁନିଶ୍ଚିତ କରିବା ଦିଗରେ ଦୃଢ ପ୍ରତିବଦ୍ଧତା ଉପରେ ଆଲୋକପାତ କରାଯାଇଥିଲା  । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କିଭଳି ସୁଶାସନର ମୂଳଦୁଆକୁ ସୁଦୃଢ କରିଥାଏ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ବୃଦ୍ଧି କରିଥାଏ ତାହା ଉପରେ ଉପସ୍ଥିତ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଉସôାହପୂର୍ଣ୍ଣ ଅଂଶଗ୍ରହଣ ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ସମର୍ଥନ କରିବାରେ ସହାୟକ ହେବ ବୋଲି ଅତିଥମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ଓ ବର୍ଷସାରା ସତର୍କତା ଓ ସ୍ୱଚ୍ଛତା ବଜାୟ ରଖିବାରେ ଜନଭାଗିଦାରୀ ଜାରି ରଖିବା ଉପରେ ମତ ପ୍ରକାଶ କରିବା ସହିତ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି' ପ୍ରସଙ୍ଗରେ ମୁଖ୍ୟ ବକ୍ତା ଶ୍ରୀ ବେହେରା ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।  ସୂଚନା ଥାଉକି, ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି  । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ  । ଦୁର୍ନୀତି ନିବାରଣ ବିଭାଗ ଏସ୍.ପି.  ରାହୁଲ ପି.ଆର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ସଭା ପରିଚାଳନା କରିଥିଲେ  । ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ମଞ୍ଚସ୍ଥ ଅତିଥିମାନଙ୍କୁ 'ଦୁର୍ନୀତି ନିବାରଣ ରାକ୍ଷୀ' ପିନ୍ଧାଇ ଥିଲେ ଓ ସଭାରେ ବରେଣ୍ୟ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଗଣମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇଥିଲେ ।