"ଆସ ସ୍କୁଲ ଯିବା’ ଯୋଜନା ବୈଠକ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ସ୍କୁଲ ଶିକ୍ଷା ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା ସହ "ଆସ ସ୍କୁଲ ଯିବା’ଯୋଜନାର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅଧ୍ୟକ୍ଷ ତାପସ ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କଷ୍ଟୁରିବାଳା ଜେନା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ପୂର୍ବ ଅନୁଷ୍ଠିତ ବୈଠକର ନିଷ୍ପତି ଓ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଖର୍ଚ୍ଚ ବିନିଯୋଗ ପ୍ରମାଣ ପତ୍ର, ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଆପତ୍ତି ଅଭିଯୋଗ ସମାଧାନ, ସ୍ୱୟଂ ସହାୟିକା ଗୋଷ୍ଠୀ ଏଚଏସଟି ସ୍କୁଲରେ ନିଯୁକ୍ତି କରି ଜଗିବା ଓ ପହରା କାର୍ଯ୍ୟ, ପିଏମ୍ଶ୍ରୀ ବିଦ୍ୟାଳୟରେ ସିଭିଲ କାର୍ଯ୍ୟ ଓ ଭିତ୍ତିଭୂମିର ଅଗ୍ରଗତି, "ଆସ ସ୍କୁଲ ଯିବା’ଅଭିଯାନର ସ୍ଥିତି ତଥା ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆଦି ଶୈକ୍ଷିକ ଗୁରୁତ୍ୱପୂ୍ଣ୍ଣ କାର୍ଯ୍ୟକ୍ରମ ଗୁଡିକ ଉପରେ ଜିଲ୍ଲାପାଳ ଆମ୍ରିତ୍ ଋତୁରାଜ ସମୀକ୍ଷା କରିଥିଲେ । ରାଇଜ ଶିକ୍ଷା କାର୍ଯ୍ୟକ୍ରମରେ ୨୦୨୬ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ପ୍ରତ୍ୟେକ ବିଦ୍ୟାଳୟରେ ଶତକଡା ଶତ ପ୍ରତିଶତ ଫଳାଫଳ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ସ୍କୁଲରୁ ଏ ୧ ଗ୍ରେଡ ରେ ନିଶ୍ଚିତ ଭାବେ ଜଣେ ପିଲାର ଉନ୍ନତିରେ ବୃଦ୍ଧି ନିମନ୍ତେ କ୍ରମାନ୍ୱୟରେ ଶିକ୍ଷକ ଅଭିଭାବକ ଆଲୋଚନା କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ୧୮ ବର୍ଷରୁ ତଦୁର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ନିଶୁଳ୍କ ତାଲିମ୍ ଓ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଏ ଦିଗରେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ସୁବାସ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ସମେତ ସମସ୍ତ ବ୍ଲକର ବିଡିଓ, ସିଡିପିଓ, ସିଆରସିସି, ବିଆରସିସି ଯୋଗଦେଇଥିଲେ ।