ଆୟୁଷ୍ମାନ ସମସ୍ୟାର ସମାଧାନ ହେବ : ସ୍ୱାସ୍ଥ୍ୟମନ୍ତ୍ରୀ

ଆୟୁଷ୍ମାନ ସମସ୍ୟାର ସମାଧାନ ହେବ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନା ସମସ୍ୟାର ସମାଧାନ ହେବ । ସେଥିପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ୍‌ ମିଶନ ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆସନ୍ତା ୩ ଦିନରେ ଏହାର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

  ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟାଲ୍‌ ସୁବିଧା ନେଇ ଆଲୋଚନା କରାଯାଇଛି । ଯେଉଁ ହିତାଧିକାରୀଙ୍କର ଆୟୁଷ୍ମାନ କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ। ହିତାଧିକାରୀମାନେ ଡିଜିଟାଲ୍‌ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ । ଆଗାମୀ ଦିନରେ ଆୟୁଷ୍ମାନ ଭାରତ ସମ୍ପର୍କୀତ ସମସ୍ତ ଡାଟା ଓଡିଆ ଭାଷାରେ ଉପଲବ୍ଧ ହେବ, ଯାହା ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଏଥିପାଇଁ ୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ ଓ ସହଜଗମ୍ୟ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି  ।