ଗୋ-ଚାଲାଣ ଓ ଗୋ-ତସ୍କରୀ ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ଗୋ-ଚାଲାଣ ଓ ଗୋ-ତସ୍କରୀ ଜଗିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ଚଢାଉ କରାଯାଉଛି । ଗୋ-ଚାଲାଣକାରୀ ଓ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ, ନଚେତ ଜେଲ୍ ଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚେତାବନୀ ଦେଇଛନ୍ତି ।
ଗୋ-ଚାଲାଣକାରୀ ଓ ଗୋ-ତସ୍କର ପାଇଁ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ଏଥିରେ ଯେଉଁମାନେ ଜଡିତ କାହାକୁ ଛଡାଯିବ ନାହିଁ । ବିଜେପି ସରକାର ପାଇଁ ଗୋ-ସୁରକ୍ଷା ପ୍ରଥମ, ଏହି କାର୍ଯ୍ୟରୁ ସମସ୍ତେ ନିବୃତ୍ତ ରୁହନ୍ତୁ । ନ ହେଲେ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଏହାସହ ସେ ମଧ୍ୟ କହିଛନ୍ତି, ଗତ ସରକାରରେ ପ୍ରଶାସନ ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋ-ଚାଲାଣ ହେଉଥିଲା । ହେଲେ ବିଜେପି ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଗୋଚାଲାଣ ଜଗିବେ । ଏହାସହ ଜବତ କରିବା ପରେ ଗାଈଙ୍କୁ ରଖିବାକୁ ଗୋଶାଳା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଏଥିରେ ନଗର ଉନ୍ନୟନ ବିଭାଗ ବି ସହଯୋଗ କରୁଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ସରଳୀକରଣ ହେବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।
Samir Kumar Rout