ପୂର୍ବତନ ବିଧାୟକ କୁଳମଣି ରାଉତଙ୍କ ପରଲୋକ

ଭୁବନେଶ୍ୱର : ବରୀ-ଡେ଼ରାବିଶ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁଳମଣି ରାଉତଙ୍କର ପରଲୋକ ହୋଇଯାଇଛି । ସ୍ୱର୍ଗତ ରାଉତ ୧୯୯୦ ମସିହାରେ ଜନତା ଦଳ ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୮୨-୮୩ରେ ବରୀ ଡେ଼ରାବିଶ ନିର୍ବାଚନ ମଣ୍ଡଳୀରେ ଜନତା ଦଳର ସଭାପତି ଥିଲେ । ସ୍ୱର୍ଗତ ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।