‘ଜିଲ୍ଲାରେ କେହିବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ’


ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର,: ଡାଇଏଟ୍ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନ ଅନୁପସ୍ଥିତ ଛାତ୍ରଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ନ ଲେଖାଇ ନ ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ପୁନଃ ବିଦ୍ୟାଳୟ ଆସିବାକୁ ଉସôାହିତ କରିବା । ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ସମସ୍ତ ଏଆରସିସି ଏବଂ  ପ୍ରଖଣ୍ଡ ଶିକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ । ଏହା ମଧ୍ୟମରେ ସେମାନଙ୍କୁ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ଓ ସମସ୍ତ ତଥ୍ୟ ଏକତ୍ର କରିବା ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି । ଏହି ତଥ୍ୟଗୁଡ଼ିକ ଶିକ୍ଷକ, ପ୍ରଧାନ ଶିକ୍ଷକ, ଆଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ସଂଗ୍ରହ କରାଯିବ ଓ ଜିଲ୍ଲାରେ ସେଗୁଡ଼ିକ ବିଶ୍ଳେଷଣ ହୋଇଥିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଏକତ୍ରିତ ହେବ । ଏହା ପରେ, ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ସେହି ଛାତ୍ରଛାତ୍ରୀ ମାନଙ୍କ ଘରକୁ ଘର ଯାଇ ତାଙ୍କର ମାତାପିତାଙ୍କୁ ସରପଞ୍ଚ ଓ ଆଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ପରାମର୍ଶ ଦେବେ ଓ ସେମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଉସôାହିତ କରିବେ । ବିଦ୍ୟାଳୟରେ ଅବସ୍ଥାନ କରିବାରେ ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିବା ପାଇଁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଯୋଜନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏହି ପ୍ରୟାସ କୁ ‘ଉଦୟମ’  ନାମ ଦିଆଯାଇଛି ଓ ଏହା ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍ ଫାଉଣ୍ଡେସନ୍ର ସମ୍ମିଳିତ ପ୍ରୟାସରେ ହେଉଛି । ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ, ନବରଙ୍ଗପୁର  ଛତ୍ରପତି ସାହୁ, ଡାଇଏଟ୍ ପ୍ରାଧାନ ଶ୍ରୀ ଅରବିନ୍ଦ, ପିରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ୍ ମ୍ୟାନେଜର୍  ବିକ୍ରମ କିଶୋର ରଣା, ଓ ସମସ୍ତ ବିଇଓ ଓ ଏସିଆରସିସି ମାନେ ଅଂଶଗ୍ରହଣ କରିଥିଲେ ।