ଭୁବନେଶ୍ୱର: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାର୍ଗଦର୍ଶିକା ଜାରି କରିଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ବୋଲି ଗାଇଡ୍ଲାଇନ୍ ଜାରି କରାଯାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବି ଏହି ଯୋଜନା ସମ୍ପର୍କରେ କହିଥିଲେ। ମୁଖ୍ୟମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ମୋର ଦୃଢ ବିଶ୍ୱାସ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଗାମୀ ୫ ବର୍ଷ ଆମ ଓଡିଶା ପାଇଁ ଭିତ୍ତିଭୂମିର ସୁବର୍ଣ୍ଣ ଯୁଗ ହେବ । ଡବଲ ଇଞ୍ଜିନ ସରକାର ଓଡିଶାର ବିକାଶକୁ ଦ୍ୱିଗୁଣିତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଆମର ଗାଁ ଗୁଡିକ ହେଉଛି, ଆମ ଦେଶର, ଆମ ରାଜ୍ୟର ଆତ୍ମା । ଆମ ଜନସଂଖ୍ୟାର ଏକ ବଡ ଅଂଶ ଗାଁରେ ହିଁ ବସ ବାସ କରନ୍ତି । ଗାଁର ବିକାଶରେ ହିଁ ଓଡିଶାର ବିକାଶ । ଦେଶର ବିକାଶ । ସେଥିପାଇଁ, ଆମ ସରକାର ‘ବିକଶିତ ଗାଁ, ବିକଶିତ ଓଡିଶା’ର ପରିକଳ୍ପନା କରିଛନ୍ତି । ଗାଁର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ’ର ବିକାଶ ପାଇଁ ପ୍ରକଳ୍ପଗୁଡିକ ଗ୍ରାମ ସଭାରେ ସ୍ଥିର କରାଯିବ। ଗାଁ ହେଉଛି ବିକାଶର ଚାବିକାଠି, ଗାଁ’ର ଲୋକମାନଙ୍କ ହାତରେ ବିକାଶର ଚାବିକାଠି ରହିବ ବୋଲି ମୁଖ୍ୟମନ୍ତ୍ରୀ ।