ଇମ୍ୟୁନିଟି ବଢ଼ାଉଥିବା ଡ୍ରିଙ୍କ୍ସ
ବର୍ଷାଦିନେ ରୋଗପ୍ରତିରୋଧକ ଶକ୍ତି କମିଯିବା କାରଣରୁ ଅନେକଙ୍କଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏମିତି ଏକ ହେଲ୍ଦି ଡ୍ରିଙ୍କ୍ସ ବା ପାନୀୟ ସମ୍ପର୍କରେ କହିଛନ୍ତି; ଯାହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀରକୁ ବେଶ୍ ଫୂର୍ତ୍ତି ଅନୁଭବ ହୋଇଥାଏ। ଆଉ ସେହି ପାନୀୟକୁ ଖୁବ୍ ସହଜରେ ଘରେ ତିଆରି କରିହୁଏ। ଉକ୍ତ ପାନୀୟକୁ ହନି ଲେମନ୍ ଓ୍ବାଟର୍ ବୋଲି କୁହାଯାଏ। ହନି ବା ମହୁ, ଲେମନ୍ ବା ଲେମ୍ବୁରେ ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ସାଙ୍ଗକୁ ଆହୁରି ଅନେକ ଗୁଣକାରୀ ତତ୍ତ୍ୱ ଭରି ରହିଥିବା ଯୋଗୁ ଏହାକୁ ନିୟମିତ ଉଷୁମ ପାଣିରେ ମିଶାଇ ପିଇଲେ ଶରୀରରେ ଇମ୍ୟୁନିଟି ବୁଷ୍ଟ ହେବା ସହିତ ବଡି ଫିଟ୍ନେସ୍ ରହିଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ପେଟରେ ଥିବା ଏକ୍ସଟ୍ରା ଚର୍ବିକୁ କମାଇବାରେ ବି ଏହା ବେଶ୍ ସହାୟକ ହୋଇଥାଏ। ଅନ୍ୟଦିନ ତୁଳନାରେ ବର୍ଷାଦିନେ ଏହି ପାନୀୟକୁ ପିଇବା ଶରୀର ପକ୍ଷେ ଖୁବ୍ ଉପକାରୀ ହୁଏ। ଏହା ଗଳାକୁ ସଫା ରଖିବା ସହ ଥଣ୍ଡା, କାଶ ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ ବୋଲି ମାନ୍ୟତା ରହିଛି।