ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଅପରାଜିତା ଫୁଲ, ମିଳିବ କୃପା

ଏବେ ଚାଲିଛି ଶ୍ରାବଣ ମାସ। ଯାହାକି ଭଗବାନ ଶିବଙ୍କ ଅତି ପ୍ରିୟ ମାସ। ବିଶ୍ୱାସ ଅଛି, ଏହି ମାସରେ ଭଗବାନ ଶିବ କୈଳାସ ପର୍ବତ ଛାଡ଼ି ମର୍ତ୍ତ୍ୟପୁରକୁ ଆସିଥାନ୍ତି। ଆଉ ଭକ୍ତମାନେ ଯାହା ମାନସିକ କରିଥାନ୍ତି ତାହା ସଙ୍ଗେ ସଙ୍ଗେ ପୂରଣ କରିଥାନ୍ତି। ବିଶେଷକରି ଏହି ମାସରେ କାଉଡ଼ି ଯାତ୍ରା ଆରମ୍ଭ ହୋଇଥାଏ। ଶ୍ରଦ୍ଧାଳୁମାନେ ପାଣିଭାର ନେଇ ଶିବଙ୍କୁ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଶ୍ରାବଣ ମାସର ବୁଧବାର ଭଗବାନ ଶିବଙ୍କୁ ଅପରାଜିତା ଫୁଲ ଅର୍ପଣ କଲେ ଅନେକ ସମସ୍ୟା ଦୂର ହୋଇଥାଏ। କାରଣ ଏହି ଫୁଲ ଶିବଙ୍କର ପ୍ରିୟ ଫୁଲମାନଙ୍କ ମଧ୍ୟରୁ ଗୋଟିଏ। ଏହି ଫୁଲ ଗୋକର୍ଣ୍ଣ ଏବଂ ଶଙ୍ଖପୁଷ୍ପ ନାମରେ ମଧ୍ୟ ଜଣାଶୁଣା। ବୁଧବାର ଏହି ଫୁଲ ଶିବଙ୍କୁ ଅର୍ପଣ କଲେ ବୁଦ୍ଧି ଏବଂ ଏକାଗ୍ରତା ବଢ଼ିଥାଏ। ବେପାର ବଣିଜ ପାଇଁ ନୂଆ ମାର୍ଗ ଖୋଲିଯାଏ। ଭଗବାନ ଭୋଳାନାଥଙ୍କ କୃପା ପାଇବା ପାଇଁ ଅପରାଜିତା ଫୁଲ ଅର୍ପଣ କରିବାକୁ ଆଦୌ ଭୁଲନ୍ତୁ ନାହିଁ।