ଉକ୍ରଳ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଉତ୍ସବ
ନବରଙ୍ଗପୁର : ଉକôଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ନବରଙ୍ଗପୁରର ସ୍ୱନକ୍ଷତ୍ର ଉସôବ ୨୦୨୫ ଏବଂ ଶ୍ରୀ ତୁଳସୀ ପତ୍ରିକାର ଶୁଭ ଉନ୍ମୋଚନର ଏକ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସାହିତି୍ୟକ କୈଳାଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ବରେଣ୍ୟ ଅତିଥିଭାବେ ସାହିତି୍ୟକ ପ୍ରଫୁଲ୍ଲ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପବିତ୍ର କୁମାର ହାଲଦାର, ବିଜୟ କୁମାର ପଟ୍ଟନାୟକ, ସାହିତି୍ୟକ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ବିଜୟ କୁମାର ଚୌଧୁରୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାରସ୍ୱତ ସ୍ରଷ୍ଟା ସ୍ୱରଚିତ କବିତା ଗୁଡିକ ପାଠ କରିଥିଲେ । ଏହି କବିତା ପାଠ କାର୍ଯ୍ୟକ୍ରମକୁ ସାହିତି୍ୟକ ଶୁଭେନ୍ଦୁ କୁମାର ଦାସ ଏବଂ ସ୍ୱର୍ଣ୍ଣଲତା ପଟ୍ଟନାୟକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅମିତା ରାୟ ଯୋଗଦେଇ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ କବୟତ୍ରୀ ବାସନ୍ତୀ ଲତା ଜେନାଙ୍କ ରଚିତ କବିତା ସଙ୍କଳନ "ସ୍ମୃତି ଜହ୍ନ " ଏବଂ ଉକôଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ାର ସପ୍ତଦଶ ସଂସ୍କରଣ "ଶ୍ରୀ ତୁଳସୀ’ ପତ୍ରିକାର ଶୁଭ ଉନ୍ମୋଚନ ହୋଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ‘ଆମ ଭାଷା ଓ ଆମ ଅସ୍ମିତା' ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ବରେଣ୍ୟ ସାହିତି୍ୟକ ରମେଶ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟକ ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତି୍ୟକ ବଲ୍ଳଭ ରାଉତ ଉପସ୍ଥିତ ଥିଲେ । ବରେଣ୍ୟ ଅତିଥିଭାବେ କୋଷାଗୁମୁଡ଼ା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ସାହିତ୍ୟିକ ଦୁର୍ଗା ପାଢି ଉପସ୍ଥିତ ଥିଲେ । ପୁରା କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ବରିଷ୍ଠ ସାହିତ୍ୟିକ ତଥା ଶ୍ରୀ ତୁଳସୀ ପତ୍ରିକାର ସମ୍ପାଦକ ସହଦେବ ପରିଡା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ସାହିତ୍ୟିକ ସାଗର କୁମାର ପରିଡା, ଅତିଥି ପରିଚୟ ପ୍ରଦାନ କରିଥିଲେ । ସନ୍ତୋଷ କୁମାର ସାହୁ ଏବଂ ସମାଜସେବୀ ନାଟ୍ୟକାର କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟିକୁ ଆନ୍ତରିକତା ସହ ସହଯୋଗ କରିଥିଲେ ସରକାରୀ ଉନ୍ନିତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଭୋଲା ।