ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ

ବୈତରଣୀରୋଡ: ପ୍ରାଣକୃଷ୍ଣ କଲେଜ ପରିସରରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନ ଦିବସରେ ଅତିଥି ଭାବେ ଅଧ୍ୟକ୍ଷ ସତ୍ୟନାରାୟଣ ଖଣ୍ଡେଇ ଯୋଗଦେଇ ଆଜିର ସମାଜରେ ଛାତ୍ରୀମାନେ ନିଜକୁ ସୁରକ୍ଷାଦେବା ପାଇଁ  ଶିବିରର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶିବିରକୁ ଅଧ୍ୟାପକ ବଳରାମ ଜେନା ପରିଚାଳନା କରିଥିବା ବେଳେ, ପ୍ରଶିକ୍ଷିକା ଭାବେ ମିନତୀ ନାୟକ ଓ ରୂପଶ୍ରୀ ଲେଙ୍କା ଯୋଗଦେଇ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଅଧ୍ୟାପିକା ଲୋପାମୁଦ୍ରା ବେହେରା, ଅଧ୍ୟାପକ ଅରୁଣ ପଣ୍ଡା, ପ୍ରଶାନ୍ତ ମିଶ୍ର, ଅଜିତ ପ୍ରସାଦ ସାହୁ, ମନୋଜ ସାହୁଙ୍କ ସହ କର୍ମଚାରୀ ଚିନ୍ମୟ ଜଗଦେବ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।
ଟମକା: ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲରେ ଚାଲିଥିବା ବାଳିକା ଆତ୍ମସୁରକ୍ଷା ଶିବିର ଉଦ୍ୟାପିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଅକ୍ଷୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଗୋବର୍ଦ୍ଧନପୁର ମେଡିକାଲ ଅଫିସର ଡ.ସଂଜୀବ ବେହେରା ଯୋଗଦେଇ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନୋଡାଲ ଅଫସର ରଞ୍ଜନ ଖଣ୍ଡା ପ୍ରଶିକ୍ଷଣର ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପିକା ମୀରାମ୍ବିକା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ପ୍ରଶିକ୍ଷିକା ଭାବେ ମିନତୀ ନାୟକ ଓ ରୂପସୀ ଲେଙ୍କା ଯୋଗ ଦେଇଥିଲେ । କଲେଜ ଅଧ୍ୟାପକ ରଞ୍ଜନ ସାହୁ, ଲକ୍ଷ୍ମୀଧର ବେହେରା, ଖଗେଶ ଜେନା, ତୋଫାନ ଜେନା, ଗୋବର୍ଦ୍ଧନ ସାହୁ, ଶ୍ରୀମନ୍ତ ନାୟକ, ସନ୍ଦୀପ ଦାସ, ବାଇଧର ସାହୁ, ମନୋରଞ୍ଜନ ବିଶ୍ୱାଳ, ବ୍ରିଜେଶ ବେହେରା, ଅଧ୍ୟାପିକା ପାରିଜାତ ମହାନ୍ତି, ସିଲନପ୍ରଭା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସୁକାନ୍ତ ସାହୁ, ସୁଷମା ପୃଷ୍ଟି, ଅବନୀ ମହାରଣା, ବିଜୟ ସାହୁ, ସନ୍ତୋଷ ସାହୁ, ସତ୍ୟଭାମା ସାହୁ, ସତ୍ୟଭାମା ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।