ଉକ୍ରଳୀୟ ଐତିହ୍ୟର ମହୋତ୍ସବ ବାଲିଯାତ୍ରା
ଭାରତୀୟ ସମାଜରେ ଉକ୍ରଳୀୟ ଗଣ ଏକ ପ୍ରାଚୀନ ସଭ୍ୟଜାତି । ଏହିଜାତିର ବୌଦ୍ଧିକ ଓ ବୈଷୟିକଐଶ୍ୱର୍ଯ୍ୟ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ତ୍ରିକଳିଙ୍ଗର ଲୋକମାନେ ଯେ ଯଶଶ୍ୱୀ ଓଡିଆଜାତିର ଥିଲେ, ଏଥିରେ ସନ୍ଦେହର ଅବକାଶ ନାହିଁ । ଅତୀତରେ କଳିଙ୍ଗ ରାଜ୍ୟର ସୁଦୀର୍ଘ ସମୁଦ୍ର ଉପକୂଳରେ ବହୁ ବନ୍ଦର ଥିଲା । ସେହି ବନ୍ଦରଠାରୁ ସାଧବ ପୁଅମାନେ ସୁଦୂର ଦରିଆ ପାରି ଦେଶ ମାନଙ୍କରେ ନୌବାଣିଜ୍ୟ କରି ଏ ଦେଶକୁ ଧନଶାଳୀ କରିଥିଳେ । ସେହି ଦୂର ଦେଶ ମାନଙ୍କରେ ଉକ୍ରଳୀୟ ସଂସ୍କୃତି, ସାହିତ୍ୟ, ଶିଳ୍ପ ଓ ଭାସ୍କର୍ଯ୍ୟର ପ୍ରଚାର ପ୍ରସାର ମଧ୍ୟ କରିଥିଲେ ।
ଡ.ଚନ୍ଦ୍ରକଳା ନାୟକ : ଉକ୍ରଳର ନୌବାଣିଜ୍ୟ ବହୁ ପୁରାତନ । ଖ୍ରୀଷ୍ଟପୂର୍ବ କାଳରେ ଉକ୍ରଳର ନୌବାଣିଜ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲା । ଏହାର ପ୍ରମାଣ ବୌଦ୍ଧ ଜାତକ କାହାଣୀ ଓ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରୁ ମିଳିଥାଏ । କଳିଙ୍ଗରୁ ଯାଉଥିବା ବଣିକମାନେ ଜାଭା, ସୁମାତ୍ରା, ବୋଣ୍ଣିଓ, ସିଂହଳ ଆଦିସ୍ଥାନରେ ଉପନିବେଶ ସ୍ଥାପନ କରିଥିଲେ । ଯେମିତି ବାର୍ଲିର ଜଗନ୍ନାଥ ମନ୍ଦିର, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତ୍ତି, ଆନନ୍ଦ ବଜାର ଓ ମାଲକା ଦୀପର କେଲାଙ୍ଗ ନଦୀ କୂଳରେ ଥିବା ବିବିଧ ହିନ୍ଦୁମନ୍ଦିର, ସେକାଳର ଉକ୍ରଳର ନୈବାଣିଜ୍ୟ ପ୍ରଭାବକୁ ସୂଚାଇ ଦିଏ । ସୁମାତ୍ରାର ରାଜାଙ୍କ ନାମକୁ ପରମେଶ୍ୱର, ରାଣୀଙ୍କ ନାମକୁ ପରମେଶ୍ୱରୀ ଓ ସେନାପତିଙ୍କ ନାମକୁ ଲକ୍ଷ୍ମଣ କୁହାଯାଏ । ଏହି ନାମକରଣ ଉକ୍ରଳର ନୌବାଣିଜ୍ୟ ପ୍ରଭାବ ସଂପର୍କରେ ସୂଚନା ଦେଇଥାଏ । ଜାଭାର କ୍ଳିଙ୍ଗଜାତି ଅତୀତର ଉକ୍ରଳୀୟମାନଙ୍କର ସଙ୍କେତ ଦେଇଥାଏ । ସିଂହଳଠାରୁ ଆରମ୍ଭ କରି ବାର୍ଲି, ସୁମାତ୍ରା, ମାଲକା, ଜାଭା, ବ୍ରହ୍ୱଦେଶ, ଚୀନ ଆଦି ବିଭିନ୍ନ ଦେଶରେଏବେ ମଧ୍ୟ କଳିଙ୍କ ଓ ଉକ୍ରଳୀୟ ସଂସ୍କୃତିର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ ।
କଳିଙ୍ଗର ସାଧବମାନେ ଯେ କେବଳ ଦକ୍ଷିଣ ପୂର୍ବ ସମୁଦ୍ର ପଥରେ ବିଭିନ୍ନ ଦେଶ ଓ ଦ୍ୱୀପକୁ ଯାଇ ବଣିଜ କରୁଥିଲେ ତାହା ନୁହେଁ, ପଶ୍ଚିମ ପଟରେ ମଧ୍ୟ ଆଫଗାନିସ୍ଥାନ, ମରିସସ, ତୁରସ୍କ ଆଦି ସ୍ଥାନରେ ବଣିଜ କରୁଥିଲେ । ଅତୀତର ନୌବାଣିଜ୍ୟ ସଂସ୍କୃତିକୁ ନେଇ ଓଡିଶାର ବିଭିନ୍ନ ସ୍ଥାନରେ କେତେ କେତେ ମନ୍ଦିର ନିର୍ମିତ ହୋଇଛି । ତନ୍ମଧ୍ୟରୁ ଭୁବନେଶ୍ୱରର ବୋଇତାଳ ମନ୍ଦିରଏହାର ନିଦର୍ଶନ ।
ଓଡିଶାର ବୋଇତ ଯାତ୍ରା ଓ ବୋଇତ ସଂସ୍କୃତି ଅତୀତର ହୋଇଥିଲେ ମଧ୍ୟ , କଳିଙ୍ଗ ପରେ ଖ୍ରୀଷ୍ଟାବ୍ଦ ପଞ୍ଚମ ଓ ଷଷ୍ଠଶତାବ୍ଦୀର କଙ୍ଗୋଦ ମଣ୍ଡଳ ଶୈଳୋଦ୍ଭବ ବଂଶୀ ରାଜାମାନେ ଋଷୀକୂଲ୍ୟା ନଦୀକୁ କେନ୍ଦ୍ରକରି ନୌବାଣିଜ୍ୟର ପ୍ରସାର କରିଥିଲେ । ବିବିଧ ବୋଇତ ନିର୍ମାଣ ପାଇଁ ଏ ଅଞ୍ଚଳ ପ୍ରସିଦ୍ଧି ଲାଭ କରିଥିଲା । ପରେ ଭୌମକର ଓ ସୋମବଂଶୀ ରାଜାମାନେ ଏହି ବୋଇତ ଯାତ୍ରା ଓ ନୌବାଣିଜ୍ୟ ପ୍ରତି ଗୁରୁତ୍ୱ ଦେଇଥିଲେ । ଭୌମବଂଶୀ ରାଜା ଶୁଭଙ୍କରଙ୍କ ସମୟରେ ରତ୍ନଗିରି ବା ପୁଷ୍ପଗିରି ବିହାରର ଜୈନକ ଛାତ୍ର ପ୍ରାଜ୍ଞ ଗଣ୍ଡବ୍ୟୁହ ପୋଥିକୁ ବୋଇତରେ ନେଇ ଚୀନ ସମ୍ରାଟଙ୍କୁ ଦେଇଥିଲେ । ଗଙ୍ଗ ବଂଶର ରାଜତ୍ୱ ସମୟରେ ମଧ୍ୟ ନୌବାଣିଜ୍ୟ ଅକ୍ଷତ ଥିଲା । ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଓ ମହାପରାକ୍ରମୀ ଗଜପତି କପିଳେନ୍ଦ୍ରଦେବ ନୈବାଣିଜ୍ୟକୁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରିବାରୁ ଉକ୍ରଳର ବଣିକମାନେ ଅବାଧରେ ବିଭିନ୍ନ ଦେଶ ଓ ଦ୍ୱୀପକୁ ଯାଇ ଖୁସିରେ ବଣିଜ କରୁଥିଲେ ।
ଓଡିଶା ସ୍ୱାଧୀନ ଥିବା ପର୍ଯ୍ୟନ୍ତ ନୌବାଣିଜ୍ୟ ପ୍ରତି ଜଳଦସ୍ୟୁମାନଙ୍କ ଆଦୌ ପ୍ରଭାବ ନଥିଲା । ଓଡିଶା ଇତିହାସରେ ସପ୍ତଦଶ ଶତାବ୍ଦୀ ଥିଲା ଓଡିଶାର ନୌବାଣିଜ୍ୟ ପାଇଁ ସୁବର୍ଣ୍ଣ ଯୁଗ । ସାଧବ ବଣିକମାନେ ବିଦେଶରେ ବ୍ୟବସାୟ କରୁଥିଲେ । ବଣିକମାନେ କେବଳ ବ୍ୟବସାୟ କରୁ ନଥିଲେ ତାହାସହ ଜଗନ୍ନାଥ ସଂସ୍କୃତିର ପ୍ରସାର ମଧ୍ୟ କରୁଥିଲେ । ଓଡିଶା ରାଜ୍ୟ ଓ ଗଜପତିଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଥିଲେ । ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ ଥିଲା, ଓଡିଆ ଅସ୍ମିତାକୁ ପ୍ରସାରିତ କରୁଥିଲେ । ୧୫୬୮ ମସିହାରେ ସ୍ୱାଧୀନତା ରବି ଅସ୍ତମିତ ହେବା ପରେ ଆଫଗାନ ମୁସଲମାନ, ମୋଗଲ, ମରହଟ୍ଟା ଓ ଶେଷରେ ଇଂରେଜ ବଣିକମାନେ କ୍ରମାନ୍ୱୟରେ ଶାସନ କଲେ । ଏହି ବହିରାଗତମାନେ ଓଡିଆ ଜାତି ଉପରେ ଅତ୍ୟାଚାର କଲେ । ସମୁଦ୍ର ପଥରେ ବୋଇତ ଯାତ୍ରାକୁ ସୁରକ୍ଷା ଦେବାକୁ କେହି ରହିଲେ ନାହିଁ । ଯାହା ଦ୍ୱାରା ଫିରିଙ୍ଗି, ଫରାସୀ, ଦିନାମାର ଆଦି ଜଳଦସ୍ୟୁମାନେ ବୋଇତ ଲୁଣ୍ଠନ କଲେ । ମହାଭାରତର ବନପର୍ବରେ ଲୋମଶ ମୁନି ଯୁଦ୍ଧିଷ୍ଠିରଙ୍କୁ କହିଛନ୍ତି ‘ ଏତେ କଳିଙ୍ଗାଃକୌନ୍ତୟ ତତ୍ର ବୈତରଣୀ ନଦୀ ‘ । ଅଶୋକଙ୍କ ସମୟରେ କଳିଙ୍ଗର ସୀମା ଉତ୍ତର ଓ ଦକ୍ଷିଣକୁ କେତେ ଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ତାହା ସ୍ଥିର କରିବା ସମ୍ଭବ ନୁହେଁ । କିନ୍ତୁ ଆଧୁନିକ ଓଡିଶାର ସମୁଦ୍ର ଉପକୂଳ ଅଞ୍ଚଳ ଯେ, କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା, ଏହାର ପ୍ରମାଣ ରହିଛି । ଏହି ପ୍ରାଚୀନ ରାଜ୍ୟର ଅଧିବାସୀମାନେ ଅତ୍ୟନ୍ତ ସାହସିକ ଥିଲେ । ସେମାନେ ନୌବାଣିଜ୍ୟରେ ରତ ଥିଲେ ଓ ବିଦେଶକୁ ଯାଇ ଉପନିବେଶମାନ ସ୍ଥାପନ କରିଥିଲେ । ବସ୍ତୁତଃ ନୌବାଣିଜ୍ୟହିଁ ସେମାନଙ୍କର ସମୃଦ୍ଧି ଓ ସମ୍ପଦର ମୂଳକାରଣ ଥିଲା । ମାତ୍ର ଯେଉଁ ନୌବାଣିଜ୍ୟ ଉପରେ ତାଙ୍କର ସମୃଦ୍ଧି ନିର୍ଭର କରୁଥିଲା, ତାହା କାଳକ୍ରମେ ଲୋପ ପାଇବାରୁ ଉକ୍ରଳ ଗୋଟିଏ ଦରିଦ୍ର ରାଜ୍ୟରେ ପରିଣତ ହେଲା । ତଥାପି ଓଡିଶାର କିମ୍ବଦନ୍ତୀ ଓ ବାରବ୍ରତରେ ଏହି ନୌବାଣିଜ୍ୟ ସର୍ବଦା ଜଡିତ ହୋଇରହିଛି ।
କାର୍ତ୍ତିକମାସ ପୂର୍ଣ୍ଣିମାରେ ଆକାମାବୈ କହି ଲୋକମାନେ ଯେଉଁ ନୌକା ଭସାଣି କରନ୍ତି, ତାହା ବହୁ ପ୍ରାଚୀନ ଏବଂ ଏହି ଦେଶର ପୂର୍ବ ପୁରୁଷମାନଙ୍କ ଜଳଯାତ୍ରାର ସ୍ମୃତି ସହିତ ଜଡିତ । କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ବର୍ଷାର ପରିସମାପ୍ତି ହୋଇଥାଏ । ସେହି ସମୟ ଜଳଯାତ୍ରା ପାଇଁ ସୁଗମ ହୋଇଥାଏ । ଏହି କାରଣରୁ ଆମ ପୂର୍ବ ପୁରୁଷମାନେ ଠିକ ସେହି ସମୟରେ ଜଳଯାତ୍ରା ଆରମ୍ଭ କରୁଥିଲେ । ଏହି ଦିନ ନଦୀ ପୁଷ୍କରିଣୀରେ ସ୍ନ୍ନ କରିବା ପରେ କଦଳୀ ବାହୁଙ୍ଗା ବାକାଗଜରେନୌକା ଭସାଇବାରବିଧାନ ପୂର୍ବସ୍ମୃତିର ସଂକେତ ମାତ୍ର । ସାଧବ ପୁଅମାନେ ବିଦେଶ ଯାଇ ବୋଇତରେ ଯାହା ଆଣି ଫେରୁଥିଲେ, ସେଥିରେ ଗୋଟିଏ ଫଳ ବା ପରିବା ଅଦ୍ୟାପି ଉକ୍ରଳରେ ପ୍ରଚଳିତ ଅଛି । ଉକ୍ରଳର ଦକ୍ଷିଣାଞ୍ଚଳରେ ଯାହା ବୋଇତାଳୁ ନାମରେ ପରିଚିତ, ଏହାକୁ ଖୁବ ପ୍ରାଚୀନ କାଳରୁ ବୋଇତି କଖାରୁ ନାମରେ ଉକ୍ରଳ ବା ଓଡିଶାରେ ପ୍ରବେଶ କରିଛି । ପ୍ରାଚୀନ ଓଡିଶାର ଲୋକ ବାର୍ଲି ଦ୍ୱୀପକୁ ଯାଇ ବାଣିଜ୍ୟ କରୁଥିବାରୁ କଟକର ଗଡଗଡିଆଘାଟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଯେଉଁ ବାଲିଯାତ୍ରା ଅନୁଷ୍ଠିତ ହେଉଛି, ତାହା ପ୍ରାଚୀନ ଓଡିଶାବାସୀମାନଙ୍କ ବାର୍ଲି ଦ୍ୱୀପକୁ ଯାତ୍ରାର ସ୍ମୃତି ସହିତ ସଂଶ୍ଳିଷ୍ଟ ହୋଇଛି । ଗବେଷକଙ୍କ ମତ ଅନୁସାରେ ମହାନଦୀ ବାଲିରେ ଏହି ଯାତ୍ରା ବସୁଥିବାରୁଏହାର ନାମ ବାଲିଯାତ୍ରା ହୋଇଛି ।
ଭାରତୀୟ ସମାଜରେ ଉକ୍ରଳୀୟ ଗଣ ଏକ ପ୍ରାଚୀନ ସଭ୍ୟଜାତି । ଏହିଜାତିର ବୌଦ୍ଧିକ ଓ ବୈଷୟିକଐଶ୍ୱର୍ଯ୍ୟ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ତ୍ରିକଳିଙ୍ଗର ଲୋକମାନେ ଯେ ଯଶଶ୍ୱୀ ଓଡିଆଜାତିର ଥିଲେ, ଏଥିରେ ସନ୍ଦେହର ଅବକାଶ ନାହିଁ । ଅତୀତରେ କଳିଙ୍ଗ ରାଜ୍ୟର ସୁଦୀର୍ଘ ସମୁଦ୍ର ଉପକୂଳରେ ବହୁ ବନ୍ଦର ଥିଲା । ସେହି ବନ୍ଦରଠାରୁ ସାଧବ ପୁଅମାନେ ସୁଦୂର ଦରିଆ ପାରି ଦେଶ ମାନଙ୍କରେ ନୌବାଣିଜ୍ୟ କରି ଏ ଦେଶକୁ ଧନଶାଳୀ କରିଥିଳେ । ସେହି ଦୂର ଦେଶ ମାନଙ୍କରେ ଉକ୍ରଳୀୟ ସଂସ୍କୃତି, ସାହିତ୍ୟ, ଶିଳ୍ପ ଓ ଭାସ୍କର୍ଯ୍ୟର ପ୍ରଚାର ପ୍ରସାର ମଧ୍ୟ କରିଥିଲେ । ଉକ୍ରଳୀୟ ନୌବାଣିଜ୍ୟର ଆରାଧ୍ୟ ଦେବୀଭାବରେ ଦେବୀ ତାରା ହେଉଛନ୍ତି ସୁପ୍ରସିଦ୍ଧା । ଏଥିରୁ ଓଡିଆଜାତିର ଐତିହ୍ୟ ଅନୁମାନ କରାଯାଇ ପାରେ । ଏହି ନୌବାଣିଜ୍ୟର ଗୌରବାଜ୍ଜ୍ୱଳ ସ୍ମୃତି ବହନ କରି କେତେକ ପର୍ବ ଅତ୍ୟନ୍ତ ଲୋକପ୍ରିୟ ହୋଇଛି । ଯେପରି କାର୍ତ୍ତିମାସରେ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସାଣ, ଭାଦ୍ରବମାସର ଖୁଦୁରୁକୁଣୀ ଏବଂ ଦୀପାବଳୀ ରାତିରେ ବୋଇତ ଚିତ୍ରକରି କଂସାବାସନ ପୂଜାକରିବା ପ୍ରଥା ରହିଛି ।
ପ୍ରାଚୀନ ଉକ୍ରଳରେ ନୌବାଣିଜ୍ୟ ଥିଲା ବେଶ ସମୃଦ୍ଧ ।ଏହି ନୌବାଣିଜ୍ୟର ଏକମାତ୍ର ଲକ୍ଷ୍ୟ ଥିଲା ଧନ ଉପାର୍ଜନ କରି ଦେଶକୁ ସମୃଦ୍ଧ କରିବା । ଉକ୍ରଳର ଏତାଦୃଶ ସମୃଦ୍ଧମୟ ନୌବାଣିଜ୍ୟ ତଥା ତଜ୍ଜନିତ ଆର୍ଥିକ ସ୍ୱଚ୍ଛଳତାର ଚିତ୍ର ଆଜିବି ଆମ ଅତୀତର ଗୌରବକୁ ଉଜ୍ଜୀବିତ କରୁଛି । ସେହି ଗୌରବମୟ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଆଜି ବି ମହାନଦୀ କୂଳରେ ବାଲିଯାତ୍ରା ତା’ର ପସରା ମେଲୁଛି ।
ଅଧ୍ୟାପିକା, ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ଛତିଆ, ଯାଜପୁର
ମୋ-୯୪୩୭୯୫୭୬୧୭