ଭାରତରେ ସମ୍ପତ୍ତି କାହା ପାଖରେ କେତେ ଅଛି

ମହାମେଘବାହନ  ଐର ଖାରବେଳ ସ୍ୱାଇଁ : ଭାରତରେ କାହା ପାଖରେ କେତେ ସମ୍ପତ୍ତି ଅଛି ତାହାକୁ ନେଇ ଗୋପନରେ କଥାବାର୍ତ୍ତା ଚାଲିଛି । ଜଣେ ବ୍ୟକ୍ତି ତାଙ୍କର ୭୦% ଅଂଶଧନକୁ ବିଶ୍ୱର ସଫ୍ଟଓୟାର କମ୍ପାନୀମାନଙ୍କୁ ୮୦୦୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ରମେଶ ସାନ୍ଧୁ ନାମକ ବ୍ୟକ୍ତିଙ୍କର ନିଜର ମୂଲ୍ୟ ହେଉଛି ବହୁତ ଅଧିକ, ଯେଉଁଥିରେ ସେ କମ୍ପାନୀର ଅଂଶଧନକୁ ୬ ମାସ ଧରି ବିକ୍ରି କରିଥିଲେ । ସେ ଏଥିପାଇଁ ଗୋଟିଏ ରୁଟିନ୍‌ ତିଆରି କରିଥିଲେ । ସେଥିପାଇଁ ବଣ୍ଡ୍‌ସଗୁଡ଼ିକ ବିକ୍ରି କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ସେ ୨୫ ବର୍ଷ ଧରି ଭାବି ଆସିଛନ୍ତି ଏହି ସଟ୍ଟା ବଜାରରୁ ବାହାରିଯିବା ପାଇଁ । କିନ୍ତୁ ଏଠାରେ ସ୍ୱାଧୀନତା ହେଉଛି ଶେଷରେ ସରିନାହିଁ ଏବଂ ଆନ୍ତର୍ଜାତିକ ବଜାରରେ ଦର ଠିକ୍‌ ଅଛି । ଏହା ଲୋକମାନେ ବିକ୍ରି କରିବା କ୍ଷେତ୍ରରେ କୁଣ୍ଠିତ ହେଉନାହାନ୍ତି ଯେଉଁଠି ତାଙ୍କୁ ସଠିକ୍‌ ଦର ମିଳେ । ସାନ୍ଧୁଙ୍କ ପରି ବହୁତ ଲୋକ ଏଭଳି କାର୍ଯ୍ୟ କରୁଛନ୍ତି ଯେଉଁମାନେ ୟୁଏଇରେ ଭାରତୀୟ ମୂଳର ଲୋକ ହିସାବରେ ରହିଛନ୍ତି । ସେମାନେ ମୁମ୍ବାଇ, ଦୁବାଇ ଓ ସିଙ୍ଗାପୁରରେ ରହି ଅଂଶଧନ ବିକ୍ରି କରିଛନ୍ତି । ସେମାନେ କହୁଛନ୍ତି ବ୍ୟକ୍ତିଗତ ଭାବରେ ସେମାନଙ୍କର ପାଖରେ ୫୦୦୦ରୁ ୨୫୦୦୦ କୋଟି ଟଙ୍କାର ସମ୍ପତ୍ତି ଅଛି  । କିନ୍ତୁ ତଥାପି ମଧ୍ୟ ଅନେକ ସମୟରେ ତାଙ୍କୁ ଶୂନ୍ୟ ପରି ଲାଗୁଛି । 


      ଅନେକ ଲୋକ ସେମାନଙ୍କର ଟଙ୍କା ଅପେକ୍ଷା ମନକୁ ଅଧିକ ପରିମାଣରେ ପରିଚାଳନା କରୁଛନ୍ତି । ସାରା ବିଶ୍ୱରେ ଅର୍ଥ ମନସ୍ତତ୍ତ୍ୱ ଏହା ହେଉଛି ଅଧିକ ବିଶ୍ୱାସ ଓ ଅନେକ ଧନର କଥା କହୁଛି । ଅର୍ଥ ମନସ୍ତତ୍ତ୍ୱ ହେଉଛି ଗୋଟିଏ ମାନସିକତା ଏବଂ ଅର୍ଥ କ୍ଷେତ୍ରରେ ଏହି ମାନସିକତା କାର୍ଯ୍ୟ କରିଥାଏ । ସେମାନେ ଏଥିପାଇଁ ଗୋଟିଏ ଅତି ଘନିଷ୍ଠ ଏବଂ ଭାବପ୍ରବଣ ଅର୍ଥ ଟଙ୍କାକୁ ନେଇ କରିଥାନ୍ତି । ସମ୍ପତ୍ତି ହେଉଛି ଶେଷକୁ ଗୋଟିଏ ପରିବାରର କଥା ଏବଂ ଏହା ପରିବାରର ଇତିହାସ । ଏହା ମଧ୍ୟ ଗର୍ବ ଆଣି ଦେଇଥାଏ ମଣିଷକୁ । ଡ.କାରୋଲାଇନ ରେବନ ହେଉଛନ୍ତି ଜଣେ ଆମେରିକା ଭିତ୍ତିକ ନ୍ୟୁରୋ ମନସ୍ତତ୍ତ୍ୱବିଦ୍‌, ଯିଏ ଉପଦେଶ ଦିଅନ୍ତି ବ୍ୟକ୍ତିଗତ ଭାବରେ ବହୁ ଅର୍ଥ ଥିବା ଭାରତୀୟମାନଙ୍କୁ ଭାବପ୍ରବଣତା ଦୃଷ୍ଟିରୁ ସେମାନଙ୍କୁ ଏଥିରେ ସମ୍ପୃକ୍ତ କରିବା । ଯଦି ଜଣେ ଭାବନ୍ତି ଯେ, ଏଥିପାଇଁ ଗୋଟିଏ ଅପରାଧ ରହୁଛି, ତାହା ହେଉଛି ବହୁତ ଅର୍ଥ ରହିବାର ଅପରାଧ । ଯଦି କିଛି ଲୋକ ଭାବନ୍ତି ଯେ, ଏଥିପାଇଁ ଟଙ୍କା ଥିଲେ ଗୋଟିଏ ଅପରାଧବୋଧ ରହିଥାଏ ଓ ସେଥିପାଇଁ ଉଦ୍‌ବେଗ ରହିଥାଏ ତାହା ଅନେକ ସମୟରେ ଠିକ୍‌ ନୁହେଁ । ଅର୍ଥ ଅନେକ ସମୟରେ ସମ୍ପତ୍ତି ପାଇଁ ଉଦ୍‌ବେଗ ସୃଷ୍ଟି କରେ । ଏହା ଅର୍ଥ ବଢ଼ିବା ନ ବଢ଼ିବା ଆନ୍ତର୍ଜାତିକ ସ୍ତରରେ ଯେଉଁ ପ୍ରଚାର ହୁଏ ସେହିଥିରେ ଏହିଭଳି କାର୍ଯ୍ୟ ହୁଏ । ଏହି ମାନସିକତାକୁ ଲୋକମାନେ ସେମାନଙ୍କର ପରିବାର ଓ ଅନ୍ୟମାନଙ୍କଠାରୁ ଗ୍ରହଣ କରିଥାନ୍ତି । କେତେବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଓ ସେ କ୍ଷେତ୍ରରେ ପରୀକ୍ଷା ନକରି ଏପରି କଥା କୁହାଯାଏ । ଏହିଠାରେ ବଡ଼ କଥା ହେଉଛି ସବୁ ଚିନ୍ତାଧାରାକୁ ନେଇ ଗୋଟିଏ ସଚେତନତା ସୃଷ୍ଟି କରିବା ।

     ତା’ପରେ ହେଉଛି ଶେଷ ବେଳକୁ ଯେ, ସେଠାରେ ଅନେକ ଲୋକଙ୍କୁ ସୃଷ୍ଟି କରାଯାଇଛି ବାସ୍ତବତା ଅବା ଆଶାକୁ ନେଇ ଗଢ଼ିତୋଳିବାର କଥା । ଏ ସମସ୍ତ କ୍ଷେତ୍ରରେ ଗୋଟିଏ ବିଶେଷଜ୍ଞ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅଧିକ ଲକ୍ଷ୍ୟପୂର୍ଣ୍ଣ ଭାବନାକୁ ଦେଖାଇଥାଏ । ଯେତେବେଳେ ପାରମ୍ପରିକ ଦୃଷ୍ଟିରୁ ଏହା ଘଟେ ଏଥିପାଇଁ ଯେଉଁମାନେ ତାଙ୍କର ଉପାୟ ଦେଇଥାନ୍ତି ସେମାନେ ବିଭିନ୍ନ ଲକ୍ଷଣକୁ ଦେଖିଥାନ୍ତି । ସମ୍ପତ୍ତି ଧ୍ୟାନ ଦିଏ କାମ ଉପରେ ଯାହାକି କାମକୁ ଦେଖାଇଥାଏ । ସେଥିପାଇଁ ଗଭୀର ପ୍ରଶ୍ନର ଉତ୍ତର ସମସ୍ତେ ଚାହିଁଥାନ୍ତି । କାହିଁକି ସମ୍ପତ୍ତି ଅତି ସୂକ୍ଷ୍ମ ଭାବରେ ବଢ଼ିଥାଏ ତାହାକୁ ନିଶ୍ଚିତ ଭାବରେ ପରିଷ୍କାର କରିବା ଉଚିତ । ଯେଉଁମାନେ ଦ୍ୱିତୀୟ ପିଢ଼ିରେ ଏହି ସମ୍ପତ୍ତି ପାଇଛନ୍ତି ସେମାନେ ଭାବନ୍ତି ଯେ, ଅନେକ ଲୋକ ଧନ ରଖିବା ହେଉଛି ଅପରାଧ । ବିଶେଷ କରି ଯେଉଁ ଅର୍ଥକୁ ସେ ଉପାର୍ଜନ କରିନଥାନ୍ତି ତାହାକୁ ଅଲଗା ରଖିବା ପାଇଁ ସେମାନେ ଚାହାନ୍ତି । ସେମାନେ କହନ୍ତି ଯେ, ଅଳ୍ପ କାର୍ଯ୍ୟ କରି ବେଶୀ ନେବା ଭଲ କଥା ନୁହେଁ । ଏହା ହେଉଛି ଚିରାଚରିତ ଭାବରେ ଗୋଟିଏ ବ୍ୟବସାୟ, ଯେଉଁଥିରେ ନିଜର କାର୍ଯ୍ୟ ଉପରେ ଅର୍ଥ ମିଳିଥାଏ । ଯେକୌଣସି ପଦ୍ଧତି ଅନୁସାରେ କୁହାଯାଏ ଯେ, ସମ୍ପତ୍ତି ମାନସିକତା ସମ୍ପର୍କରେ ବିଚାର ଆଲୋଚନା ସବୁବେଳେ ହେବା ଉଚିତ । ଏଥିପାଇଁ ଅର୍ଥକୁ ନିଜର ସ୍ମୃତିରେ ରଖାଯିବା ଉଚିତ । ସମ୍ପତ୍ତି ସହିତ ମାନସିକତାକୁ ମଧ୍ୟ ଯୋଡ଼ିବାର କୁହାଯାଏ ଏ ସମ୍ପର୍କରେ ପ୍ରଶ୍ନ ପଚରାଯାଏ ଯେ, ଅର୍ଥର ଅର୍ଥ କ’ଣ ? ଅର୍ଥ ମାନସିକତା କ’ଣ ? ଯେତେବେଳେ ଲୋକମାନେ ଅର୍ଥ ସହିତ କାରବାର କରନ୍ତି ସେମାନେ ସେତେବେଳେ ପଇସା ପରି ଅର୍ଥର ଆଂକାକ୍ଷା ବଢ଼ାଇଥାନ୍ତି ।

    ଏହା ବିରକ୍ତିକର ହୋଇପାରେ ଏବଂ ସେଥିପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଏଥିପାଇଁ ସମ୍ପତ୍ତି ଆଉ ଚାପମାନ ସୃଷ୍ଟି ହୁଏ ଯେତେବେଳେ ହଠାତ୍‌ ଅର୍ଥ ଆସିଯାଏ ଏହା ଲୋକମାନଙ୍କୁ ସାହାଯ୍ୟ କରେ ଭାବପ୍ରବଣତାକୁ ବୁଝିବା ପାଇଁ । ଅର୍ଥର ଭାବପ୍ରବଣତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା । ଏଥିପାଇଁ ସମ୍ପର୍କ ଓ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଉପଦେଷ୍ଟାମାନଙ୍କର ଆବଶ୍ୟକତା ପଡୁଛି ଅବା ଅର୍ଥ ବ୍ୟବସାୟ ପ୍ରତି ଗୁରୁତ୍ୱ ବଢୁଛି । ଯେଉଁମାନେ ଅତ୍ୟଧିକ ଧନୀ ବ୍ୟକ୍ତି ଏବଂ ଯେଉଁମାନେ ଶିଳ୍ପଦ୍ୟୋଗୀ ଓ ଯେଉଁମାନେ ପରିବାରରୁ ସମ୍ପତ୍ତି ପାଇଛନ୍ତି ଏବଂ ଯେଉଁମାନଙ୍କର ଘରର ଅଫିସ ହେଉଛି ଆମେରିକା, ୟୁକେ ବା ୟୁରୋପରେ, ସେମାନଙ୍କ ମଧ୍ୟରେ ଅର୍ଥ ମାନସିକତା ରହୁଛି । ଏହା ହେଉଛି ଏସିଆରେ ବଢୁଥିବା ବଜାରରେ ଲୋକଙ୍କର ମାନସିକତା । ପୃଥିବୀରେ ଧନୀ ଲୋକଙ୍କର ଦେଶରେ ଯାହା ଯେମିତି ସମ୍ପତ୍ତି ଅର୍ଜନ ହୋଇଛି ସେ ସମ୍ପର୍କରେ ସୂଚନା ଦେଇ କୁହାଯାଇପାରେ ପୃଥିବୀର ୧୦ଟି ଦେଶ ଯେଉଁଠି ଲୋକମାନେ ଗୋଟିଏ ଏକ କୋଟି ଡଲାର ବା ଅଧିକ ଉପାର୍ଜନ କରନ୍ତି ସେଭଳି ଦେଶମାନେ ହେଲେ ଅନେକ । ପୃଥିବୀରେ ଏକ ନମ୍ବର ହେଉଛି ଆମେରିକା ଯାହା ୪୨୧୬୩୪ କୋଟି ଡଲାରର ମାଲିକ ।

    ଚୀନ(ତାଇୱାନକୁ ଛାଡ଼ି)ରେ ସମ୍ପତ୍ତି ହେଉଛି ୪୭୧୬୩୪ କୋଟି ଡଲାର । ଜାପାନର ମୂଲ୍ୟ ହେଉଛି ୧୨୨୧୧୯ କୋଟି ଡଲାର । ଭାରତରେ ସମ୍ପତ୍ତି ହେଉଛି ୮୫୬୯୮ କୋଟି ଡଲାର । ଏମାନଙ୍କ ବ୍ୟତୀତ ଜର୍ମାନୀରେ ଅଛି ୬୯୭୯୩ କୋଟି ଡଲାର । କାନାଡ଼ାରେ ସମ୍ପତ୍ତି ହେଉଛି ୬୪୯୮୮ କୋଟି ଡଲାର । ୟୁକେର ସମ୍ପତ୍ତି ହେଉଛି ୫୫୬୬୭ କୋଟି ଡଲାର । ଫ୍ରାନ୍ସରେ ସମ୍ପତ୍ତି ହେଉଛି ୫୧୨୫୪ କୋଟି ଡଲାର । ହଂକଂରେ ୪୨୭୧୫ କୋଟି ଡଲାର ଅଛି । ଏହିପରି ପରିସ୍ଥିିତି ଥିଲା ବେଳେ ସାରା ପୃଥିବୀରେ ବ୍ୟକ୍ତିଗତ ଭାବରେ ଯେଉଁମାନେ ଏକ କୋଟି ଡଲାରରୁ ଅଧିକ ସମ୍ପତ୍ତି ରଖିଛନ୍ତି ସେମାନଙ୍କ ମଧ୍ୟରେ ୨୦୨୩ରେ ୨୨ ଲକ୍ଷ ଲୋକ ଥିଲା ବେଳେ ୨୦୨୮ ବେଳକୁ ସେମାନଙ୍କ ସଂଖ୍ୟା ୨୫ ଲକ୍ଷ ହୋଇଥିବ । ଏହିପରି ଭାବରେ ଯେଉଁମାନଙ୍କର ଏକ କୋଟି ଡଲାର ଅଛି ସେମାନଙ୍କ ସଂଖ୍ୟା ୨୦୨୩ରେ ୯୯୮୨୫ ଥିଲା ବେଳେ ୨୦୨୮ରେ ଏହା ୧୧୦୯୪୨ କୋଟି ଡଲାର ଛୁଇଁବ । ସମ୍ପତ୍ତିଗତ ମାନସିକତା କୁହେ ଯେ, ଆମେ ଅନେକ ସମୟରେ ମାନସିକ ଓ ନୈତିକ ସୀମାରେଖାରେ ରହୁ ନିଜର ଭୌତିକ ପ୍ରଗତି ସମ୍ପର୍କରେ । ବିଭିନ୍ନ ସମାଜମାନେ ଅଛନ୍ତି ସେମାନେ ସଫଳତାକୁ ବିଚାର କରନ୍ତି ଆର୍ଥିକ ଦୃଷ୍ଟିକୋଣରୁ । ଶେଷରେ ସେମାନେ ମୁକାବିଲା କରନ୍ତି ଏହି ପ୍ରଶ୍ନର ଯେ, ଏହି ସଫଳତା କ’ଣ ପାଇଁ ଘଟିଛି । ଯେଉଁମାନେ ସ୍ନାତକୋତ୍ତର ଶ୍ରେଣୀରେ ପଢ଼ାନ୍ତି ସେମାନଙ୍କ ବ୍ୟବହାର ସମ୍ପର୍କରେ ଏଭଳି କଥା ଶୁଣାଯାଇଛି । ଯେଉଁମାନେ ସମ୍ପତ୍ତିକୁ ପାରିବାରିକ ସୂତ୍ରରେ ପାଇଥାନ୍ତି ଏ ସମ୍ପର୍କରେ ଏହା ସହଜ ଯେ ଜଣେ ଲୋକ ଅପରାଧକୁ ନିରବରେ ବହନ କରି ଚାଲିଥାଏ ଓ ଯେମିତି ତା’ ପର ପିଢ଼ିର ବ୍ୟକ୍ତିମାନେ ଏହିଭଳି ସମ୍ପତ୍ତି ରଖିବେ ସେକଥା ସମସ୍ତେ ମଧ୍ୟ ଭାବିଥାନ୍ତି । 


ଅର୍ଥର ମାନସିକତା

ଯେତେବେଳେ ଏହା ଉପରେ ଗୁରୁତ୍ୱ ଦିଆଯାଏ ସେତେବେଳେ ବିଭିନ୍ନ ପରିବାରମାନେ ନୈତିକ କଥାକୁ ବର୍ଣ୍ଣନା କରନ୍ତି ଯାହା ସମ୍ପତ୍ତି ସୃଷ୍ଟିକୁ ପ୍ରମାଣିତ କରେ । ଏହି ସମୟରେ ଏହି ଭୂମିକାକୁ ସମସ୍ତେ ନିଅନ୍ତି । ଧନୀ ଲୋକମାନେ ଏ ସମ୍ପର୍କରେ ସବୁବେଳେ ଲାଗିନଥାନ୍ତି । କିନ୍ତୁ ସେମାନେ ଭିତ୍ତିଭୂମି ନିର୍ମାଣରେ ଏକଥା ଲାଗିଥାନ୍ତି । ଏ ସମ୍ପର୍କରେ ଗୋଟିଏ ନୂଆ ପଦ୍ଧତି ସୃଷ୍ଟି ହୁଏ । ଏଥିପାଇଁ ମାନସିକତାକୁ ଠିକ୍‌ କରିବା ହେଉଛି ବଡ଼ କଥା । କୁହାଯାଇଛି ଯେ, ଧନୀ ଲୋକମାନଙ୍କୁ କୁହାଯାଏ ଯେ, ସେମାନେ ଏହି ସଫଳତା ପାଇବାକୁ ହକ୍‌ଦାର । କିନ୍ତୁ ତଥାପି ମଧ୍ୟ ସେମାନେ ଦୃଶ୍ୟ ହେଉଥିବା ବଞ୍ôଚତ କ୍ରିୟାରେ ପଡ଼ିଥାନ୍ତି ଏବଂ ଏହା ଆବଶ୍ୟକ କରେ ତାଙ୍କୁ ପୁନର୍ବାର ପ୍ରତିଶ୍ରୁତି ଦିଆଯିବା କଥା ଯାହାକି ଦାନ ସୂତ୍ରରେ ତାଙ୍କୁ ଦିଆଯାଇପାରେ । ଅର୍ଥାତ୍‌ କୌଣସି ବାଟରେ ହେଉ ପଛକେ ସେମାନଙ୍କ ନିକଟରେ ଅର୍ଥ ରହିବା ଦରକାର ବୋଲି ସେମାନେ ଭାବନ୍ତି । 


e-mail:kharabelaswain@gmail.com     
ମୋବାଇଲ୍‌ -୯୪୩୭୦୨୦୨୯୦