ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ତନଖି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ବିଶେଷ କରି ବଡ ସମ୍ମିଳନୀ କକ୍ଷ ଥିବା ଅନୁଷ୍ଠାନମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପ୍ରତିଷେଧକମୂଳକ ତନଖି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ବୁଧବାର ପ୍ରସ୍ତୁତି ଓ ମୁକାବିଲା ସଂପର୍କିତ ଉପସ୍ଥାପନା ଦେଖିବା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି । ବିଭାଗର ଉପକରଣ, କର୍ମଚାରୀ, ତାଲିମ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସଂପର୍କରେ ଅବଗତ ହେବା ପରେ ରାଜ୍ୟପାଳ କହିଥିଲେ ଯେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପ୍ରତିଷେଧମୂଳକ ଯାଂଚ ସମ୍ଭାବ୍ୟ ବିପଦ ଚିହ୍ନଟ କରିବାରେ ଏବଂ ସମୟୋଚିତ ସଂଶୋଧନମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିଥାଏ । ଏତଦ୍ବ୍ୟତୀତ ଏହାଦ୍ୱାରା ଆପଦକାଳୀନ ସମୟରେ ସୁରକ୍ଷିତ ସ୍ଥାନାନ୍ତର ପଥ ସୁନିଶ୍ଚିତ ହୋଇଥାଏ, ଆଘାତ କିମ୍ବା ଅଘଟଣ ସମ୍ଭାବନା ହ୍ରାସ ହୁଏ, କ୍ଷୟ କ୍ଷତିକୁ ହ୍ରାସ କରାଯାଇପାରେ ଏବଂ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ସୁରକ୍ଷା ସଂସ୍କୃତିକୁ ପ୍ରୋସôାହିତ କରାଯାଇଥାଏ ବୋଲି ରାଜ୍ୟପାଳ କହିଥିଲେ ।
ଉପସ୍ଥାପନା ସମୟରେ ରୋବଟିକ ମନିଟର, ଉନ୍ନତ ଉଦ୍ଧାର ଟେଣ୍ଡର, କମାଣ୍ଡ ଭେଇକିଲ, ହାଇଡ୍ରୋଲିକ ପ୍ଲାଟ ଫର୍ମ ଏବଂ ଅନ୍ୟାନ୍ୟ ଉନ୍ନତ ଉପକରଣ ଓ ଯନ୍ତ୍ରପାତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ହାପରେ ରାଜ୍ୟପାଳ କମାଣ୍ଡ ଭେଇକିଲ୍ ଦେଖିଥିଲେ ଏବଂ ଏହାର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ ପର୍ଯ୍ୟବେକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଜି. ଅଗ୍ନିଶମ ଓ ଆପତକାଳୀନ ସେବା, କମାଣ୍ଡାଂଟ୍ ଜେନେରାଲ ହୋମଗାର୍ଡସ ଏବଂ ନିଦେ୍ର୍ଦଶକ ସିଭିଲ ଡିଫେନ୍ସ ଡ. ସୁଧାଶୁଂ ଷଡଙ୍ଗୀ, ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ, ଡିଆଇ.ଜି. ଫାୟାର ଆଣ୍ଡ ଇମରଜେନ୍ସି ସର୍ଭିସ୍ ଆଣ୍ଡ ହୋମଗର୍ଡସ୍ ଡ. ଉମାଶଙ୍କର ଦାଶ ଓ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।