୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ
 ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚÿିତ୍ର ପୁରସ୍କାର-୨୦୨୩ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା  ଅକ୍ଟୋବର ୪ ତାରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚÿିତ୍ରର ସଫ୍ଟ୍ କପି (ପେନ୍ ଡ୍ରାଇଭ)କୁ ରେଜିଷ୍ଟ୍ରରଡ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ ।
୩୫ତମ ରାଜ୍ୟ ଚଳଚ୍ଚÿିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚÿିତ୍ରଗୁଡିକ ୨୦୨୩ ଜାନୁଆରି ପହିଲାରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ । ସେହିପରି ଭାବେ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୨୦୨୪ ଜାନୁଆରି ପହିଲାରୁ ଡିସେମ୍ବର ୩୧ ତାରିଖ ଅବଧି ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ । 
ଓଡ଼ିଆ ଚଳଚ୍ଚÿିତ୍ର ଉପରେ ଓଡ଼ିଆ/ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା  ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ଆବେଦନ କରିବା ସହିତ ଉକ୍ତ ବୁକ/ମନୋଗ୍ରାଫର ଦଶଖଣ୍ଡ ନକଲ  ଆସନ୍ତା ୪ ତାରିଖ ସୁଦ୍ଧା ତା ରେଜିଷ୍ଟ୍ରର୍ଡ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିପାରିବେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ବନ୍ଧୀୟ ସବିଶେଷ ବିବରଣୀ ଓ ନିୟମାବଳୀ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ:ମଙ୍କକ୍ଷଗ୍ଧଙ୍କକ୍ସର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ଉପଲବ୍ଧ କରାଯାଇଛି ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
