ଉଠାଜଳସେଚନ ବିଭାଗର ସମୀକ୍ଷା ବୈଠକ

 ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ   ଉଠାଜଳସେଚନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଠାଜଳସେଚନ ବିଭାଗର ସମସ୍ତ ଯନ୍ତ୍ରୀ, ବିଦୁ୍ୟତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ । ନୂତନ ଭାବରେ ସ୍ଥାପିତ ୧୪ ଗୋଟି ଓ ପୁନରୁଦ୍ଧାର ହୋଇଥିବା ୩୦ଗୋଟି ଉଠାଜଳସେଚନ ପ୍ରକଳ୍ପକୁ ଜୁଲାଇ ଶେଷ ସୁଦ୍ଧା ବିଦୁ୍ୟତ ବିଭାଗର ସମନ୍ୱୟରେ ଚାଲୁ କରିବା ପାଇଁ ସ୍ଥିର ହୋଇଥିଲା । କୋମନା ବ୍ଲକରେ ୧୪୩ ଗୋଟି ବୋରୱେଲକୁ ୧୫ ଦିନ ଭିତରେ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଅଗଲା । ବିଗତ ୩ମାସ ଭିତରେ ୧୦୦୦ ଗୋଟି ସୌର ଚାଳିତ ସୌର ପ୍ୟାନେଲ ବସାଇବା ସମ୍ବନେ୍ଧ ଜିଲ୍ଲାପାଳ ପରିଚାଳନା ନିଦେ୍ର୍ଦଶିକ, ଉଠାଜଳସେଚନଙ୍କୁ ଟେଲିଫୋନ ମାଧ୍ୟମରେ ଅବଗତ କରାଇଥିଲେ । ସମସ୍ତ ଅଧିକାରୀମାନଙ୍କୁ ସମର୍ପିତ ଭାବରେ କାମ କରି କୃଷକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଶେଷରେ କେତୋଟି ସଫଳ ଉଠାଜଳସେଚନ ପ୍ରକଳ୍ପର ପାୱାର ପଏଣ୍ଟ  ପ୍ରଦର୍ଶନ କରାଯାଇଥିଲା ।