ଚଣ୍ଡିଖୋଲ-କୁଆଖିଆ ମଧ୍ୟରେ ଘଟୁଛି ଦୁର୍ଘଟଣା

 ଜାରକା: ଜାତୀୟ ରାଜପଥର ନିଦ୍ଧିଷ୍ଟ କିଛି ପରିସୀମା ବେଆଇ ପାର୍କିଂର ହବ ପାଲଟିଛି । ରାଜପଥର ଉଭୟ ପାଶ୍ୱର୍ରେ ସଂଖାଧିକ ଭାରୀଯାନ ବେଆଇନ ଭାବେ ପାର୍କିଂ ଦୁର୍ଘଟଣାର କାରଣ ପାଲଟିଛି । ଦୁର୍ଘଟଣା ଘଟିବା ସହ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଧର୍ମଶାଳା ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥରେ ଗଲା୨ବର୍ଷ ମଧ୍ୟରେ ଅନୁ୍ୟନ ୫୦ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । କିଛିଦିନ ତଳେ ଯାଜପୁର ଜିଲାପାଳ ଏହି ବେଆଇନ ପାର୍କିଂ ଉପରେ ରୋକ୍ ଲଗାଇଥିଲେ ମଧ୍ୟ ତାଙ୍କ ନିର୍ଦେଶ କାର୍ଯ୍ୟକାରୀ କରାଯାଉନାହିଁ । ପରିବହନ ବିଭାଗ, ସ୍ଥାନୀୟ ପୁଲିସ୍ ଓ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ମଧ୍ୟ ଆଖି ବୁଜି ଦେଇଛନ୍ତି । ଫଳରେ ବେଆଇନ ପାର୍କିଂ ବୃଦ୍ଧି ପାଇଛି । ବର୍ତମାନ ଜାରକା ନିକଟ ରଥିଆ ଛକ, ନେଉଳପୁର ଓ ଦେଉଳି ଗାଁ ସମ୍ମୁଖ ରାସ୍ତା ଦୁର୍ଘଟଣା ଜୋନ୍ ପାଲଟିଛି । ଗତ ୧୨ତାରିଖ ଅପରାହ୍ନରେ ଜାରକା ନିକଟ ଦେଉଳି ଗାଁ ସମ୍ମୁଖ ଓଭରବ୍ରିଜ୍ ପୂର୍ବରୁ ଅଚଳ ହୋଇ ଅଟକିଥିବା ଟ୍ରକ୍ ପଛରେ ପିଟିହୋଇ ସ୍କୁଟିରେ ଯାଉଥିବା ଅଳକୁଣ୍ଡ ଥାନା ଦୋଳଗାଁର ସୁବ୍ରତ ପଣ୍ଡାଙ୍କ ପନôୀ ରଶ୍ମିତା ଆଚାର୍ଯ୍ୟଙ୍କ ମୃତୁ୍ୟ ଘଟିଥିଲା । ଗତ ଅକ୍ଟୋବର ୧୫ତାରିଖ ଅପରାହ୍ନରେ ରଥିଆ ଛକ ନିକଟରେ ପୂର୍ବରୁ ଅଟକିଥିବା କଣ୍ଟେନର ପଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଭୁବନେଶ୍ୱର ସାଲିଆସାହି ସ୍ୱାଧୀନ ନଗରର ରବୀନ୍ଦ୍ର କୁମାର ସିଂହ ଓ ତାଙ୍କ ଭିଣୋଇ ମୟୂରଭଞ୍ଜ ଜିଲା ବାଉଁଶବିଲା ଅଞ୍ଚଳର ବୁଲୁ ସିଂହ(୨୬)ଙ୍କର ମୃତୁ୍ୟ ଘଟିଥିଲା । ସେହିପରି ସେପ୍େଟମ୍ବର ୮ତାରିଖ ଭୋରରେ ରଥିଆ ଛକରେ ପୂର୍ବରୁ ଅଟକିଥିବା ଟ୍ରକ୍ ପଛରେ ଏକ ୧୦୮ ଆମ୍ବୁଲାଲ୍ସ ପିଟି ହୋଇଯିବାରୁ ସାରଦା ସତୀଶ ହଂସଦାଙ୍କ ପରଲୋକ ହୋଇଥିବା ବେଳେ ୨୦ଜଣ ଯାତ୍ରୀ ଆହତ ହୋଇଥିଲେ । ଗତ ମେ ୨୬ତାରିଖରେ ରଥିଆ ଛକ ନିକଟ ଢାବା ସାମ୍ନାରେ କେତେକ ଟ୍ରକ୍ ରାସ୍ତା ଜାମ ଚାଳକ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଗୋବଦ୍ଧନ ଜେନା ଓ ସହାୟକ ଘସିପୁରା ଥାନା ବଳରାମପୁର ଗ୍ରାମର ହେମନ୍ତ କୁମାର ଆଚାର୍ଯ୍ୟଙ୍କ ମୃତୁ୍ୟ ହୋଇଥିଲା । ସେପ୍େଟମ୍ବର ୨୯ତାରିଖ ବିଳମ୍ବିତ ରାତିରେ ଜାରକା ନିକଟ ଏକ ଢାବା ସାମନାରେ ପୂର୍ବରୁ ଅଟକିଥିବା ସାର ବୋଝେଇ ଟ୍ରକ୍ ପଛରେ ରାଜା ନାମକ ଯାତ୍ରୀବାହୀ ବସ୍ ପିଟିହୋଇ ହେଲପର ମୟୂରଭଞ୍ଜ ଜିଲ୍ଲା ଉଦଳା ଲୁଣିବାରି ଅଞ୍ଚଳର କରିଥିବାରୁ ଏକ କାର୍ ଭାରସାମ୍ୟ ହରାଇ ସିସିଟିଭି କ୍ୟାମେରା ଖୁଣ୍ଟରେ ପିଟିହୋଇ ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରାଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ ।ଏପ୍ରିଲ ୧୫ତାରିଖ ବିଳମ୍ବିତ ରାତିରେ ରଥିଆ ଛକ ନିକଟରେ ଅଟକିଥିବା ଟ୍ରକ୍ ପକ୍ଷରେ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ପିଟି ହୋଇଯିବାରୁ ଚାଳକ ଭଦ୍ରକ ଥାନା ପୁରୁଣାବଜାର ଅଲାରପୁର ଗ୍ରାମର ଜଭେଦ୍ ଖାଁଙ୍କ ମୃତୁ୍ୟ ହୋଇଥିଲା । ଗତବର୍ଷ ଡିସେମ୍ବର ୨୧ତାରିଖ ସକାଳେ ରଥିଆ ଛକ ନିକଟରେ ଅଟକିଥିବା ଏକ ଟ୍ରେଲରରେ ପିକ୍ଅପ୍ ଭ୍ୟାନ୍ ପିଟି ହୋଇଯିବାରୁ ଚାଳକ ବାଲେଶ୍ୱର ଜିଲା ସିଂଲା ଥାନା ବାହାଦୁଲପୁର ଗ୍ରାମର ଅବନୀ ସାହୁଙ୍କ ମୃତୁ୍ୟ ହୋଇଥିଲା । ଗତବର୍ଷ ଫେବ୍ରୁଆରି ୨୪ତାରିଖରେ ନେଉଳପୁର ସେଣ୍ଟ୍ରାଲ ବ୍ୟାଙ୍କ୍ ସମ୍ମୁଖ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ରେ ଏକ ଆଇଚର ପିଟି ହୋଇଯିବାରୁ ପଶ୍ଚିମବଙ୍ଗର ୭ଜଣ କୁକୁଡ଼ା ବ୍ୟବସାୟୀଙ୍କ ମୃତୁ୍ୟ ହୋଇଥିଲା । ପୂର୍ବରୁ ରଥିଆ ଛକ ନିକଟରେ ଅଟକିଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହୋଇଯିବାରୁ ୩ଜଣ ବଙ୍ଗୀୟ ଯାତ୍ରୀଙ୍କ ମୃତୁ୍ୟ ଘଟିଥିଲା ରଥିଆ ଛକରେ ଏକାଧିକ ଢାବା ଓ ରାସ୍ତା ପାର୍ଶ୍ୱରେ ଅନୈତିକ କାର୍ଯ୍ୟ ଚାଲିଥିବାରୁ ଏଠାରେ ବହୁ ଟ୍ରକ୍ ଚାଳକ ଗହଳି କରୁଛନ୍ତି । ସେହିପରି ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଚା, ପାନ ଦୋକାନ ଖୋଲାଯାଇଥିବାରୁ ଏଠାରେ ମଧ୍ୟ ଭିଡ଼ ହେଉଛି କୁଆଖିଆଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱରେ ପଇଡ଼, ବାରବାଟି ଓଭର ବ୍ରିଜ ଉପରେ ତରଭୁଜ ଷ୍ଟଲ ପାଇଁ କାଲିଆନନକ୍ଷ ବସ ତଳକୁ ଖସି ୫ଜଣଙ୍କ ମୃତୁ୍ୟ ୨୨ଜଣ ଆହତ ହୋଇଥିଲେ । ରାସ୍ତା କଡରେ ବେପାର ହେଉଥିବାରୁ ଗାଡ଼ିମୋଟର ଅଟକି ରହୁଛନ୍ତି ନିରୀହ ଜୀବନ ଯାଉଛି ଯାଜପୁର ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।