ଉଦ୍ଧାର ହେଲା ନରକଙ୍କାଳ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ପାହାଡ ଖୋଲରୁ ଉଦ୍ଧାର ହେଲା ନରକଙ୍କାଳ । ହସ୍ଥଗତ ହୋଇଥିବା ସୂଚନାରୁ ଜଣାଯାଇଛି, କୌଣସି ସୂତ୍ରରୁ ବରହମପୁର ପୋଲିସ ଗତ କାଲି ଅପରାହ୍ନରେ ଖବର ପାଇ ଅସନବାଣି ପାହାଡ଼ରେ ନରକଙ୍କାଳ ଖୋଜିବାକୁ ଯାଇଥିଲେ ମଧ୍ୟ, ସଂଧ୍ୟା ହୋଇଯିବାରୁ, ପାହାଡ଼ ଖୋଲରେ ନରକଙ୍କାଳ ପଡ଼ିଥିବା ସ୍ଥାନରେ ପହଞ୍ଚି ନପାରି, ଫେରିଆସିଥିଲେ । ଆଜି ସକାଳେ ନୀଳଗିରି ଏସ୍ ଡି ପି ଓ ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ବାଲେଶ୍ୱରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଓ ବରହମପୁର ଆଇ ଆଇ ସି ଆର୍ତ୍ତତ୍ରାଣ ସେଠୀଙ୍କ ସମେତ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ, ନରକଙ୍କାଳଟିକୁ ଉଦ୍ଧାର କରାଯିବା ସହିତ ସାଇଣ୍ଟିଫିକ୍ ଟିମ୍ ପରୀକ୍ଷା ନିରୀକ୍ଷା କରିବା ପରେ, ଏନେଇ ବରହମପୁର ଥାନାରେ ୟୁଡି କେସ ନମ୍ବର ୧୫/୨୪ରେ, ଏକ ମାମଲା ରୁଜୁ କରାଯାଇ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଉଦ୍ଧାର ହୋଇଥିବା କଙ୍କାଳଟିକୁ, ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ଏଫ୍ ଏମ୍ ଟି ବିଭାଗକୁ ପଠାଇ ଦିଆଯାଇଛି । ତେବେ ମିଳିଥିବା କଙ୍କାଳଟି ବର୍ଷେ ଦେଢେ ବର୍ଷ ତଳର ଓ ଜଣେ ମହିଳାଙ୍କର ହୋଇଥାଇ ପାରେ ବୋଲି, ଅନୁମାନ କରାଯାଇଛି । ଅନ୍ୟ ପକ୍ଷରେ ପୋଲିସ ପରିଚୟ ଜାଣିବା ପାଇଁ ଅଧିକ ଖୋଳତାଡ଼ କରୁଥିବା ବରହମପୁର ଆଇ ଆଇ ସି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।